ସାଙ୍ଗ ପ୍ରେମିକାଙ୍କ ସହ କଥା ହେବାରୁ ନିର୍ଯାତନା, ୫ ଛାତ୍ର ଗିରଫ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାସ୍ତାରେ ରାଜେଶ କୁମାର ନାୟକ ନାମକ ଜଣେ ଛାତ୍ରଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ସଂପୃକ୍ତ ୫ଜଣ ଛାତ୍ରଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଜିଲା ଆଠଗଡ ଥାନା ଅଞ୍ଚଳର ବିଠଲ ଓରଫ ପି.ବି. ଅୟସକାନ୍ତ (୨୩), ବୁବୁ ଓରଫ ପ୍ରିୟବ୍ରତ ଗୋଚ୍ଛି (୨୦), ବିଷ୍ଣୁ ପ୍ରସାଦ ସେଠୀ, ବଡମ୍ବା ନରସିଂହପୁର ଥାନା ଅଞ୍ଚଳର ଦେବଦତ୍ତ ଜେନା (୧୯) ଓ ଯାଜପୁର ଜିଲାର ଆଦିତ୍ୟ ଦାସ (୧୮)। ଅଭିଯୁକ୍ତମାନେ ଭୁବନେଶ୍ୱରର ଦୁଇ କଲେଜର ଛାତ୍ର ହୋଇଥିବାେବେଳ ତ୍ରିକୋଣୀୟ ପ୍ରେମକୁ ନେଇ ଏହି ଘଟଣା ଘଟିଥିବା ଜଣାପଡିଛି। ଏନେଇ ପୋଲିସ ମାମଲା (ନଂ.୪୫୬/୨୨) ରୁଜୁ କରି ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନାନୁସାରେ, ରାଜେଶ ଓ ବିଠଲ ହେଉଛନ୍ତି ସାଙ୍ଗ। ରାଜେଶ ତାଙ୍କ ରୁମ୍‌କୁ ଯିବା ଆସିବା ଭିତରେ ବିଠଲଙ୍କ ମୋବାଇଲରୁ ତାଙ୍କ ପ୍ରେମିକାର ଫୋନ୍‌ ନମ୍ବର ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ଫୋନ୍‌ରେ କଥାହେବା ଭିତରେ ମନ ମନେ ଭଲ ପାଇ ବସିଥିଲେ। ବାରମ୍ବାର ପ୍ରେମ ମେସେଜ୍‌ ପଠାଉଥିଲେ। ଏହା ଶୁଣିବା ପରେ ବିଠଲ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ପ୍ରେମିକଙ୍କୁ ଡାକି ପଚରାଉଚରା କରିବା ସହ ତାଙ୍କ ମୋବାଇଲ ଫୋନ୍‌କୁ ଯାଞ୍ଚ କରିଥିଲେ। ସେମାନେ ବାରମ୍ବାର କଥା ହୋଇଥିବା ଓ ମେସେଜ ଦିଆନିଆ ହୋଇଥିବା ଜଣାପଡିଥିଲା। ରାଜେଶ ତାଙ୍କ ପ୍ରେମିକାଙ୍କୁ ଫଶାଇ ଦେଇଥିବା ଜଣାପଡିବା ପରେ ବିଠଲ ତାଙ୍କୁ ପାନେ ଦେବାକୁ ସ୍ଥିର କରିଥିଲେ। ଗତ ୨୧ ତାରିଖ ବିଳମ୍ବିତ ରାତିରେ ଏଟିଏମ୍‌ ଛକ ନିକଟକୁ ରାଜେଶଙ୍କୁ ଡାକି ତାଙ୍କ ପ୍ରେମିକାଙ୍କଠାରୁ ଦୂରେଇ ଯିବାକୁ କହିଥିଲେ। ସେ ମନା କରିବାରୁ ବିଠଲ ଓ ସହଯୋଗୀମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାଡ଼ିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପରଦିନ ପୁନର୍ବାର ଅଭିଯୁକ୍ତମାନେ ତାଙ୍କୁ ଉତ୍କଳ ହସ୍ପିଟାଲ ରାସ୍ତାକୁ ନେଇ ସେଠାରେ ମଧ୍ୟ ଅଶ୍ରାବ୍ୟ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରି ଆଣ୍ଠେଇ ନିର୍ଯାତନା ଦେଇଥିଲେ। ଏପରିକି ଦୂରେଇ ନ ଗଲେ ଜୀବନରୁ ମାରିଦେବା ଲାଗି ମଧ୍ୟ ଧମକ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏନେଇ ରାଜେଶ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମସ୍ତ ୫ଜଣଙ୍କୁ ଚିହ୍ନଟ କରି ବୁଧବାର ୩ଜଣଙ୍କୁ ଓ ଗୁରୁବାର ୨ ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri