Posted inଜାତୀୟ

ମହିଳାଙ୍କୁ ଆର୍ଥିକ ସମ୍ବଳରୁ ବଞ୍ଚିତ କରିବା ଏକ ଘରୋଇ ହିଂସା: ହାଇକୋର୍ଟ…

କୋଲକାତା,୨୭।୧୨ : ସ୍ବାମୀଙ୍କ ମୃତ୍ୟୁ ପରେ ଜଣେ ମହିଳାଙ୍କୁ ସ୍ତ୍ରୀଧନ କିମ୍ବା ଆର୍ଥିକ ସମ୍ବଳରୁ ବଞ୍ଚିତ କରିବା ଏକ ଘରୋଇ ହିଂସା ବୋଲି ପଶ୍ଚିମବଙ୍ଗର କୋଲକାତା ହାଇକୋର୍ଟ ରାୟ ଦେଇଛନ୍ତି। ଜଣେ ମହିଳାଙ୍କ ଅଭିଯୋଗ ଶୁଣାଣି ବେଳେ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କୁ ଶାଶୁଘର ଲୋକେ ଘରୁ ବାହାର କରିଦେଇଥିବା ମହିଳା ଅଭିଯୋଗ କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟର ଏକକ ବେଞ୍ଚର ଜଷ୍ଟିସ ସୁଭେନ୍ଦୁ ସାମନ୍ତ ଏହି ରାୟ ଦେଇଛନ୍ତି।

ଜଷ୍ଟିସ ସୁଭେନ୍ଦୁ ସାମନ୍ତ କହିଛନ୍ତି ଯେ ଅଭିଯୋଗକାରୀ ମହିଳାଙ୍କୁ କୌଣସି ଆର୍ଥିକ ସମ୍ବଳରୁ ବଞ୍ଚିତ କରିବା ଘରୋଇ ହିଂସା ପରି ହେବ। ଏହି ମାମଲାରେ ମହିଳା ଜଣକ ଦୀର୍ଘ ଦିନ ଧରି ତାଙ୍କ ଯୌତୁକ ସାମଗ୍ରୀରୁ ବଞ୍ଚିତ ହୋଇଥିଲେ। ଯାହା ଅନ୍ୟ ପକ୍ଷଙ୍କ ଅଧିକାରରେ ଥିଲା। ଏହା ସହିତ ଜଷ୍ଟିସ ସୁଭେନ୍ଦୁ ସାମନ୍ତ ମଧ୍ୟ ଏହି ପ୍ରସଙ୍ଗରେ ହାୱଡାର ଏକ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଖାରଜ କରିଛନ୍ତି। ନିମ୍ନ ଅଦାଲତ ମାଜିଷ୍ଟ୍ରେଟ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରି କହିଥିଲେ ଯେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଏବଂ ଶାଶୁଙ୍କ ଆର୍ଥିକ ସହାୟତାର ଆବଶ୍ୟକତା ନାହିଁ।

୨୦୧୦ରେ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କୁ ଘରୁ ବାହାର କରାଯାଇଥିଲା। ତାଙ୍କୁ କୌଣସି ଆର୍ଥିକ ସହାୟତା ଦିଆଯାଇ ନ ଥିଲା। ମହିଳା ଜଣକ ତାଙ୍କ ସ୍ବମୀଙ୍କ ସମ୍ପତ୍ତିରେ କୌଣସି ଅଂଶ ପାଇ ନଥିଲେ କିମ୍ବା ଯୌତୁକ ସମ୍ପତ୍ତି ମଧ୍ୟ ଫେରି ପାଇ ନଥିଲେ। ଏହି ପରିପ୍ରେକ୍ଷୀରେ ସେ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ନିମ୍ନ ଅଦାଲତ ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

ହ୍ୟାକ ହୋଇପାରିବନି ଇଭିଏମ, କରାଯାଇ ପାରିବନି ଟ୍ୟାମ୍ପରିଂ, ସୁପ୍ରିମକାର୍ଟରେ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ଉତ୍ତର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri