ଗଞ୍ଜାମ,୧୨।୮(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏହାର ଶୁଭାରମ୍ଭ କରିଥିଲେ l ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଇଓ ଅପର୍ଣ୍ଣା ଡାଙ୍ଗୁଆ,ଭାଜପା ଏନଏସି ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ଏନଏସି ଯୁବ ମୋର୍ଚ୍ଚା ସଭାପତି ଆଶୁତୋଷ ଦାସ, ଏନଏସି ସିଓ ଅଞ୍ଜଳି ପାଢ଼ୀ, ଭାରତୀ ବିଦ୍ୟାପୀଠ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅସ୍ଥାୟୀ କାର୍ଯ୍ୟାଳୟ ତଥା କଲ୍ୟାଣ ମଣ୍ଡପରୁ ଭାରତୀ ବିଦ୍ୟାପୀଠ ସ୍କୁଲ ଛାତ୍ରୀଛାତ୍ର, ବାଳିକା ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଏନସିସି ଛାତ୍ରୀଛାତ୍ର ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।ବିଧାୟକ ନାୟକ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ସ୍ଲୋଗାନରେ ସହର ପ୍ରକମ୍ପିତ ହୋଇଥିଲା ।

