ହର ଘର ତ୍ରିରଙ୍ଗା: ବିଶାଳ ଶୋଭାଯାତ୍ରାରେ ସାମିଲ ହେଲେ ମନ୍ତ୍ରୀ

ଗୋପାଳପୁର,୧୪।୮(ନବୀନ ରାଜ ଆଚାରି): ସାରା ଦେଶରେ ଗ୍ରାମରୁ ସହର ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଚାଲିଛି। ଏହି ପରିପ୍ରେକ୍ଷୀରେ ଭାଜପା ପକ୍ଷରୁ ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଶାଳ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ l

ଅପରାହ୍ନରେ ଯୁବନେତା ସୁନୀଲ କୁମାର ପାତ୍ର ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଗୋଳନ୍ଥରାସ୍ଥିତ ବନ୍ଦେ ମାତରଂ କାର୍ଯ୍ୟଳୟର ଉପରେ ମନ୍ତ୍ରୀ ଜେନା ତ୍ରିରଙ୍ଗା ପତାକା ଉଡେଇଥିଲେ ପରେ ମନ୍ତ୍ରୀ ନେତୃତ୍ୱରେ ଶହ ଶହ ଲୋକ ବାଇକରେ ହାତରେ ତ୍ରିରଙ୍ଗା ପତାକା ଧରି ଜାତୀୟ ରାଜପଥ ଦେଇ ଶୋଭାଯାତ୍ରା ବାହାରି ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଯାତ୍ରା ପହଞ୍ଚିଥିଲା। ତ୍ରିରଙ୍ଗାର ସଚେତନ କରିବା ସହ ଭାରତ ମାତା କି ଜୟ, ବନ୍ଦେ ମାତରଂ ନାରାବାଜି ଦେଇ ଶୋଭାଯାତ୍ରା କରାଯାଇଥିଲା l

ତ୍ୟାଗ, ଶାନ୍ତି, ସତ୍ୟ ଓ ସମୃଦ୍ଧି ପ୍ରତୀକ ହୋଉଛି ତ୍ରିରଙ୍ଗା ଏହା ହୋଉଛି ଆମ ଦେଶର ଗର୍ବ ଓ ଏକତାର ସାମୂହିକ ପ୍ରତି ଭାବନା ବୋଲି କୁହାଯାଇଥିଲା l ଏହି ଅବସରରେ ମନ୍ତ୍ରୀଙ୍କ ଜିଲା ପରିଷଦ ପ୍ରତିନିଧି ବିନୋଦ ଚଦ୍ର ମିଶ୍ର, କୋଳଥିଗାଁ ସରପଞ୍ଚ ଭାଜପା ଜିଲା ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ଗୋପୀନାଥ ମହାରଣା,ପ୍ରୋମଦ ଜେନା ରାଜେନ୍ଦ୍ର କୁମାର ପାତ୍ର, ରଜତ ପଣ୍ଡିତ,ଗୌରୀ ସାମନ୍ତରାୟ, ମନ୍ତ୍ରୀ ରଙ୍ଗେଈଲୁଣ୍ଡା ବ୍ଲକ ପ୍ରତିନିଧି ବୁଲୁ ନାହାକ, ସନତ ନାୟକ, ଗଣେଶ ପାତ୍ର ଶତାଧିକ ଲୋକ ଉପସ୍ଥିତ ଥିଲେ l

 


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

ଚୋରଙ୍କ ଟାର୍ଗେଟରେ ହନୁମାନ ମନ୍ଦିର, ମୁଖାପିନ୍ଧି ଆସି ଲୁଟିନେଲେ ସୁନା ରୂପା ସମେତ ଦାନ ହୁଣ୍ଡି

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ରାତି ଅଧରେ ମନ୍ଦିର ଭିତରେ ପଶି ଲୁଟିନେଲେ ସୁନା ରୁପା ଅଳଙ୍କାର ସମେତ ଦାନ ହୁଣ୍ଡି ।…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri