ସୁଖୀ ପରିବାର

କେତେ ମତ ପୁଣି କେତେ ବିଚାର। ସମସ୍ତଙ୍କ ପସନ୍ଦ ନାପସନ୍ଦ ବି ଅଲଗା। କିନ୍ତୁ ଏସବୁ ପରେ ବି ସେମାନେ ଏକ ସୂତ୍ରରେ ବନ୍ଧା। ଆଉ ଏଇ ପରିବାରରୁ ହିଁ ଆରମ୍ଭ ହୋଇଥାଏ ସୁସ୍ଥ ସମାଜର ମୂଳଦୁଆ। ତେଣୁ ପରିବାରର ସବୁ ସଦସ୍ୟଙ୍କ ଭିତରେ ସମନ୍ବୟ ରକ୍ଷା କରି ପରିବାରକୁ ଏକାଠି କରି ରଖିବା ପାଇଁ ପ୍ରୟାସ କରିଥାନ୍ତି ଗୃହିଣୀମାନେ…

ଜୀବନକୁ ନିଜ ଢଙ୍ଗରେ ଆଗେଇନେବାର ଚେଷ୍ଟା ତ ସମସ୍ତେ କରନ୍ତି, କିନ୍ତୁ ବାନ୍ଧି ହୋଇଥାନ୍ତି ଏକ ଶୃଙ୍ଖଳାରେ। ପରିବାରର ନୀତିନିୟମ ସ୍ନେହ ପ୍ରେମ ଆଉ ଭଲପାଇବାରେ। ପରିବାରର ବନ୍ଧନ ମଜଭୁତ ଥିଲେ ସହଜରେ ବଦଳିପାରେ ନକାରାତ୍ମକ ପରିସ୍ଥିତି। ତେଣୁ ପରିବାର ଗଢ଼ିବା ପାଇଁ ଗୃହିଣୀମାନଙ୍କୁ କ’ଣ କରିବାକୁ ହେବ ଜାଣି ରଖନ୍ତୁ।
ପରସ୍ପରକୁ ସମୟ ଦିଅନ୍ତୁ
ଆଜିକାଲିର ଲାଇଫ୍‌ଷ୍ଟାଇଲ୍‌ ଏମିତି ହୋଇଛି ଯେ ସମସ୍ତେ ନିଜ ନିଜ କାମରେ ଖୁବ୍‌ ବ୍ୟସ୍ତ ରହୁଛନ୍ତି। ଏମିତିକି ନିଜେ ଟିକିଏ ଖୁସିରେ ସମୟ ବିତାଇବା ପାଇଁ ସୁଯୋଗ ପାଉନାହାନ୍ତି। ତେଣୁ ଅଧିକାଂଶ ସମୟ କାର୍ଯ୍ୟବ୍ୟସ୍ତ ରହୁଛନ୍ତି। କିନ୍ତୁ ଏହି କାରଣରୁ ପାରିବାରିକ ଜୀବନ ମଧ୍ୟ ଖରାପ ହୋଇଯାଉଛି। ତେଣୁ ଅଭିଭାବକମାନେ ପିଲାମାନଙ୍କୁ ଓ ଘରର ଗୁରୁଜନଙ୍କ ପାଇଁ ପ୍ରତିଦିନ କିଛି ସମୟ ଦେବା ନିହାତି ଆବଶ୍ୟକ। ଏହା ବ୍ୟତୀତ ସ୍ବାମୀସ୍ତ୍ରୀ ମଧ୍ୟ ପରସ୍ପର ସହିତ କିଛି ସମୟ ଏକାଠି ବିତାନ୍ତୁ। ସମସ୍ତଙ୍କ ସହ ଏକାଠି ରହି ସମୟ କଟାଇଲେ ସମ୍ପର୍କ ମଜଭୁତ ହୋଇପାରିବ। ଖାଲି ସେତିକି ନୁହେଁ , ପରିବାରରେ ସମସ୍ତେ ପରସ୍ପର ସହିତ ଭାବନାତ୍ମକଭାବେ ଯୋଡ଼ିହୋଇ ରହିପାରିବେ ଏବଂ କେହି କେବେ ଏକୁଟିଆପଣ ଅବା ଅବସାଦଗ୍ରସ୍ତର ଶିକାର ହେବେ ନାହିଁ।
ସମସ୍ୟା ବୁଝନ୍ତୁ
ସବୁ ପରିବାରରେ ଛୋଟ ମୋଟ ଝଗଡ଼ା ତ ଅନେକ ଥର ହୋଇଥାଏ। କେବେ ଭାଇଭଉଣୀଙ୍କ ମଧ୍ୟରେ ତ କେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି କିମ୍ବା ଯୁକ୍ତିତର୍କ ହୋଇଥାଏ। କିନ୍ତୁ ଏସବୁ ଝଗଡ଼ା ବେଶି ସମୟ ରହିବା ଉଚିତ ନୁହେଁ। ଚାପଗ୍ରସ୍ତ କିମ୍ବା ଚିନ୍ତାରେ ରହିଲେ ବ୍ୟକ୍ତି ଚିଡ଼ିଚିଡ଼ା ସ୍ବଭାବର ହୋଇ କେବେକେବେ ଝଗଡ଼ା କରିଥାନ୍ତି। ତେଣୁ ପରିସ୍ଥିତିକୁ ବୁଝି ଝଗଡ଼ା ସମାଧାନ କରି ଦିଅନ୍ତୁ। ଏ କ୍ଷେତ୍ରରେ ଗୃହିଣୀମାନେ ସମସ୍ତଙ୍କ ମଧ୍ୟରେ ସେତୁ ଭଳି ହୋଇ ବୁଝାମଣା ଠିକ୍‌ କରିଥାନ୍ତି। କାହାକୁ କେମିତିଭାବେ କ’ଣ କହି ଅବା କ’ଣ ଦେଇ ବୁଝାଇ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଯଦି ପିଲାମାନେ ଝଗଡ଼ା କରୁଥାନ୍ତି ତେବେ କାହାର କ’ଣ ସମସ୍ୟା ରହିଛି ସେସବୁ ବୁଝି ସମାଧାନ କରି ଦିଅନ୍ତୁ।
ଏକାଠି ବୁଲିବାକୁ ଯାଆନ୍ତୁ
ପରିବାରରେ ସମସ୍ତଙ୍କ ମଧ୍ୟରେ ସମ୍ପର୍କର ସେତୁକୁ ମଜଭୁତ କରିବା ପାଇଁ ହେଲେ ସମସ୍ତେ ଏକାଠି ହୁଅନ୍ତୁ। ଏଥିପାଇଁ ସବୁଠୁ ଭଲ ମାଧ୍ୟମ ହେଉଛି ଏକାଠି ହୋଇ ସମସ୍ତେ ବୁଲିବାକୁ ଯିବା। କେବେକେବେ ପିଲାମାନଙ୍କୁ ନେଇ ତ କେବେ ଘରର ସମସ୍ତ ବୟସ୍କଙ୍କ ସହିତ ଏକାଠି ହୋଇ ବାହାରକୁ ଏପରି ସ୍ଥାନ ବୁଲିବାକୁ ଯାଆନ୍ତୁ ଯେଉଁଠିକୁ ଯିବା ପରେ ସମସ୍ତେ ଖୁସି ହୋଇପାରିବେ। ଫଳରେ ସମସ୍ତଙ୍କର ମନ ବେଶ୍‌ ଖୁସି ରହିବ ଓ ଚିନ୍ତାମୁକ୍ତ ରହିବେ।
ଭିନ୍ନ ଭିନ୍ନ ମନକୁ ନେଇ ଗଢ଼ା ପରିବାର। ତେଣୁ ପରସ୍ପର ଭିତରେ ମତପାର୍ଥକ୍ୟ ରହିବା ତ ସ୍ବାଭାବିକ କଥା। ହେଲେ ଏସବୁ ଭିତରେ ସମସ୍ତଙ୍କ ସହ ବୁଝାମଣା ରକ୍ଷାକରି ପରିବାରରେ ଏକ ସୁନ୍ଦର ପରିବେଶ ଗଢ଼ିବା ବି ଜରୁରୀ।
ଏମାନେ କ’ଣ କରନ୍ତି
ଆବଶ୍ୟକତା ପୂରଣ କରେ
ସମସ୍ତଙ୍କ ସାଙ୍ଗରେ ଏକାଠି ରହୁଛି ବୋଲି ମୁଁ ବେଶ୍‌ ଖୁସିରେ ରହିପାରିଛି। ପିଲାମାନେ ସେମାନଙ୍କ ଜେଜେ ଜେଜେମା ଆଉ ଦାଦା ଖୁଡ଼ୀଙ୍କ ସହ ବେଶ୍‌ ଖୁସିରେ ସମୟ କଟାଇ ଦିଅନ୍ତି। ତା’ ଛଡ଼ା କାହାର ଯଦି କେବେ ଦେହ ଖରାପ ହୁଏ ସମସ୍ତେ ବ୍ୟସ୍ତ ହୋଇ ସେବା ଯତ୍ନ କରି ଶୀଘ୍ର ଭଲ କରି ଦିଅନ୍ତି। ମୁଁ ଖାଲି ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟାକରେ। ସେଥିପାଇଁ ସମସ୍ତଙ୍କର ଆବଶ୍ୟକତାକୁ ମୁଁ ଆଗୁଆ ଅନୁଭବ କରିବାକୁ ଚେଷ୍ଟା କରିଥାଏ। ତା’ ଛଡ଼ା ସମସ୍ତଙ୍କ ସହ କଥା ହୋଇ ସେମାନଙ୍କର କ’ଣ ଦରକାର ସେହି ଅନୁସାରେ ମୁଁ ଯୋଗାଡ଼କରି ଦେଇଥାଏ।
-ପ୍ରଭାସିନୀ ବେହେରା, ଗୃହିଣୀ, କଳିଙ୍ଗନଗର, ପାତ୍ରପଡ଼ା, ଭୁବନେଶ୍ୱର
ଯୋଗାଯୋଗର ମାଧ୍ୟମ
ଘରକୁ ଏକାଠିକରି ରଖିବା ପାଇଁ ସମସ୍ତଙ୍କ ମଧ୍ୟରେ ମୁଁ ଯୋଗାଯୋଗର ମାଧ୍ୟମଭାବେ କାମ କରେ। ଯାହାର ଯାହା ଦରକାର ହୋଇଥାଏ ସେସବୁ କାହା ମାଧ୍ୟମରେ ଆଣିବାକୁ ହେବ ସେ ବ୍ୟବସ୍ଥା କରିଦିଏ। ସେଥିପାଇଁ ସମସ୍ତେ ଖୁସି ହୋଇଯାନ୍ତି ଆଉ ସମସ୍ତେ ସମସ୍ତଙ୍କୁ ଭଲପାନ୍ତି। ତା’ ଛଡ଼ା ଆମେ ମଝିରେ ମଝିରେ ସମସ୍ତେ ମିଶି ଏକାଠି ବାହାରକୁ ଖାଇବାକୁ ବି ଯାଉ।
-ସସ୍ମିତା ନାୟକ, ଗୃହିଣୀ, ଭେନସ୍‌ ଆପାର୍ଟମେଣ୍ଟ, ମେହରାଲି, ନୂଆଦିଲ୍ଲୀ
ସମସ୍ତଙ୍କ ଖବର ବୁଝେ
ଘରେ ସମସ୍ତଙ୍କ ପାଇଁ ରୋଷେଇ କରିବାବେଳେ କିଏ କ’ଣ ଖାଏ ନ ଖାଏ ସେଥିପ୍ରତି ମୁଁ ସତର୍କ ଥାଏ। ପରିବାରରେ ପିଲା ହୁଅନ୍ତୁ କି ବଡ଼ କାହାର ଦେହ ଖରାପ ହେଲେ ତୁରନ୍ତ ସେମାନଙ୍କ ଚିକିତ୍ସା ଓ ଯତ୍ନ କରିଥାଏ। ଯଦିଓ ଘରକାମ ସାହାଯ୍ୟ ପାଇଁ ଜଣେ ସହାୟକ ଅଛନ୍ତି କିନ୍ତୁ ଏସବୁ ସତ୍ତ୍ୱେ ସମସ୍ତଙ୍କ ଖିଆପିଆ ଓ ଅନ୍ୟାନ୍ୟ ଖବର ମୁଁ ନିଜେ ବୁଝିଥାଏ। ଘରକାମ ସହ ପରିବାରକୁ ଖୁସିରେ ରଖିବା ପାଇଁ ମୁଁ ଚାକିରି ମଧ୍ୟ ଛାଡ଼ି ଦେଇଛି।
-ଅନ୍ନପୂର୍ଣ୍ଣା ବିଶ୍ୱାଳ, ଗୃହିଣୀ, ଲିଙ୍ଗପଡ଼ା, ସୋର, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri