ସୁଖୀ ପରିବାର

କେତେ ମତ ପୁଣି କେତେ ବିଚାର। ସମସ୍ତଙ୍କ ପସନ୍ଦ ନାପସନ୍ଦ ବି ଅଲଗା। କିନ୍ତୁ ଏସବୁ ପରେ ବି ସେମାନେ ଏକ ସୂତ୍ରରେ ବନ୍ଧା। ଆଉ ଏଇ ପରିବାରରୁ ହିଁ ଆରମ୍ଭ ହୋଇଥାଏ ସୁସ୍ଥ ସମାଜର ମୂଳଦୁଆ। ତେଣୁ ପରିବାରର ସବୁ ସଦସ୍ୟଙ୍କ ଭିତରେ ସମନ୍ବୟ ରକ୍ଷା କରି ପରିବାରକୁ ଏକାଠି କରି ରଖିବା ପାଇଁ ପ୍ରୟାସ କରିଥାନ୍ତି ଗୃହିଣୀମାନେ…

ଜୀବନକୁ ନିଜ ଢଙ୍ଗରେ ଆଗେଇନେବାର ଚେଷ୍ଟା ତ ସମସ୍ତେ କରନ୍ତି, କିନ୍ତୁ ବାନ୍ଧି ହୋଇଥାନ୍ତି ଏକ ଶୃଙ୍ଖଳାରେ। ପରିବାରର ନୀତିନିୟମ ସ୍ନେହ ପ୍ରେମ ଆଉ ଭଲପାଇବାରେ। ପରିବାରର ବନ୍ଧନ ମଜଭୁତ ଥିଲେ ସହଜରେ ବଦଳିପାରେ ନକାରାତ୍ମକ ପରିସ୍ଥିତି। ତେଣୁ ପରିବାର ଗଢ଼ିବା ପାଇଁ ଗୃହିଣୀମାନଙ୍କୁ କ’ଣ କରିବାକୁ ହେବ ଜାଣି ରଖନ୍ତୁ।
ପରସ୍ପରକୁ ସମୟ ଦିଅନ୍ତୁ
ଆଜିକାଲିର ଲାଇଫ୍‌ଷ୍ଟାଇଲ୍‌ ଏମିତି ହୋଇଛି ଯେ ସମସ୍ତେ ନିଜ ନିଜ କାମରେ ଖୁବ୍‌ ବ୍ୟସ୍ତ ରହୁଛନ୍ତି। ଏମିତିକି ନିଜେ ଟିକିଏ ଖୁସିରେ ସମୟ ବିତାଇବା ପାଇଁ ସୁଯୋଗ ପାଉନାହାନ୍ତି। ତେଣୁ ଅଧିକାଂଶ ସମୟ କାର୍ଯ୍ୟବ୍ୟସ୍ତ ରହୁଛନ୍ତି। କିନ୍ତୁ ଏହି କାରଣରୁ ପାରିବାରିକ ଜୀବନ ମଧ୍ୟ ଖରାପ ହୋଇଯାଉଛି। ତେଣୁ ଅଭିଭାବକମାନେ ପିଲାମାନଙ୍କୁ ଓ ଘରର ଗୁରୁଜନଙ୍କ ପାଇଁ ପ୍ରତିଦିନ କିଛି ସମୟ ଦେବା ନିହାତି ଆବଶ୍ୟକ। ଏହା ବ୍ୟତୀତ ସ୍ବାମୀସ୍ତ୍ରୀ ମଧ୍ୟ ପରସ୍ପର ସହିତ କିଛି ସମୟ ଏକାଠି ବିତାନ୍ତୁ। ସମସ୍ତଙ୍କ ସହ ଏକାଠି ରହି ସମୟ କଟାଇଲେ ସମ୍ପର୍କ ମଜଭୁତ ହୋଇପାରିବ। ଖାଲି ସେତିକି ନୁହେଁ , ପରିବାରରେ ସମସ୍ତେ ପରସ୍ପର ସହିତ ଭାବନାତ୍ମକଭାବେ ଯୋଡ଼ିହୋଇ ରହିପାରିବେ ଏବଂ କେହି କେବେ ଏକୁଟିଆପଣ ଅବା ଅବସାଦଗ୍ରସ୍ତର ଶିକାର ହେବେ ନାହିଁ।
ସମସ୍ୟା ବୁଝନ୍ତୁ
ସବୁ ପରିବାରରେ ଛୋଟ ମୋଟ ଝଗଡ଼ା ତ ଅନେକ ଥର ହୋଇଥାଏ। କେବେ ଭାଇଭଉଣୀଙ୍କ ମଧ୍ୟରେ ତ କେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି କିମ୍ବା ଯୁକ୍ତିତର୍କ ହୋଇଥାଏ। କିନ୍ତୁ ଏସବୁ ଝଗଡ଼ା ବେଶି ସମୟ ରହିବା ଉଚିତ ନୁହେଁ। ଚାପଗ୍ରସ୍ତ କିମ୍ବା ଚିନ୍ତାରେ ରହିଲେ ବ୍ୟକ୍ତି ଚିଡ଼ିଚିଡ଼ା ସ୍ବଭାବର ହୋଇ କେବେକେବେ ଝଗଡ଼ା କରିଥାନ୍ତି। ତେଣୁ ପରିସ୍ଥିତିକୁ ବୁଝି ଝଗଡ଼ା ସମାଧାନ କରି ଦିଅନ୍ତୁ। ଏ କ୍ଷେତ୍ରରେ ଗୃହିଣୀମାନେ ସମସ୍ତଙ୍କ ମଧ୍ୟରେ ସେତୁ ଭଳି ହୋଇ ବୁଝାମଣା ଠିକ୍‌ କରିଥାନ୍ତି। କାହାକୁ କେମିତିଭାବେ କ’ଣ କହି ଅବା କ’ଣ ଦେଇ ବୁଝାଇ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଯଦି ପିଲାମାନେ ଝଗଡ଼ା କରୁଥାନ୍ତି ତେବେ କାହାର କ’ଣ ସମସ୍ୟା ରହିଛି ସେସବୁ ବୁଝି ସମାଧାନ କରି ଦିଅନ୍ତୁ।
ଏକାଠି ବୁଲିବାକୁ ଯାଆନ୍ତୁ
ପରିବାରରେ ସମସ୍ତଙ୍କ ମଧ୍ୟରେ ସମ୍ପର୍କର ସେତୁକୁ ମଜଭୁତ କରିବା ପାଇଁ ହେଲେ ସମସ୍ତେ ଏକାଠି ହୁଅନ୍ତୁ। ଏଥିପାଇଁ ସବୁଠୁ ଭଲ ମାଧ୍ୟମ ହେଉଛି ଏକାଠି ହୋଇ ସମସ୍ତେ ବୁଲିବାକୁ ଯିବା। କେବେକେବେ ପିଲାମାନଙ୍କୁ ନେଇ ତ କେବେ ଘରର ସମସ୍ତ ବୟସ୍କଙ୍କ ସହିତ ଏକାଠି ହୋଇ ବାହାରକୁ ଏପରି ସ୍ଥାନ ବୁଲିବାକୁ ଯାଆନ୍ତୁ ଯେଉଁଠିକୁ ଯିବା ପରେ ସମସ୍ତେ ଖୁସି ହୋଇପାରିବେ। ଫଳରେ ସମସ୍ତଙ୍କର ମନ ବେଶ୍‌ ଖୁସି ରହିବ ଓ ଚିନ୍ତାମୁକ୍ତ ରହିବେ।
ଭିନ୍ନ ଭିନ୍ନ ମନକୁ ନେଇ ଗଢ଼ା ପରିବାର। ତେଣୁ ପରସ୍ପର ଭିତରେ ମତପାର୍ଥକ୍ୟ ରହିବା ତ ସ୍ବାଭାବିକ କଥା। ହେଲେ ଏସବୁ ଭିତରେ ସମସ୍ତଙ୍କ ସହ ବୁଝାମଣା ରକ୍ଷାକରି ପରିବାରରେ ଏକ ସୁନ୍ଦର ପରିବେଶ ଗଢ଼ିବା ବି ଜରୁରୀ।
ଏମାନେ କ’ଣ କରନ୍ତି
ଆବଶ୍ୟକତା ପୂରଣ କରେ
ସମସ୍ତଙ୍କ ସାଙ୍ଗରେ ଏକାଠି ରହୁଛି ବୋଲି ମୁଁ ବେଶ୍‌ ଖୁସିରେ ରହିପାରିଛି। ପିଲାମାନେ ସେମାନଙ୍କ ଜେଜେ ଜେଜେମା ଆଉ ଦାଦା ଖୁଡ଼ୀଙ୍କ ସହ ବେଶ୍‌ ଖୁସିରେ ସମୟ କଟାଇ ଦିଅନ୍ତି। ତା’ ଛଡ଼ା କାହାର ଯଦି କେବେ ଦେହ ଖରାପ ହୁଏ ସମସ୍ତେ ବ୍ୟସ୍ତ ହୋଇ ସେବା ଯତ୍ନ କରି ଶୀଘ୍ର ଭଲ କରି ଦିଅନ୍ତି। ମୁଁ ଖାଲି ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟାକରେ। ସେଥିପାଇଁ ସମସ୍ତଙ୍କର ଆବଶ୍ୟକତାକୁ ମୁଁ ଆଗୁଆ ଅନୁଭବ କରିବାକୁ ଚେଷ୍ଟା କରିଥାଏ। ତା’ ଛଡ଼ା ସମସ୍ତଙ୍କ ସହ କଥା ହୋଇ ସେମାନଙ୍କର କ’ଣ ଦରକାର ସେହି ଅନୁସାରେ ମୁଁ ଯୋଗାଡ଼କରି ଦେଇଥାଏ।
-ପ୍ରଭାସିନୀ ବେହେରା, ଗୃହିଣୀ, କଳିଙ୍ଗନଗର, ପାତ୍ରପଡ଼ା, ଭୁବନେଶ୍ୱର
ଯୋଗାଯୋଗର ମାଧ୍ୟମ
ଘରକୁ ଏକାଠିକରି ରଖିବା ପାଇଁ ସମସ୍ତଙ୍କ ମଧ୍ୟରେ ମୁଁ ଯୋଗାଯୋଗର ମାଧ୍ୟମଭାବେ କାମ କରେ। ଯାହାର ଯାହା ଦରକାର ହୋଇଥାଏ ସେସବୁ କାହା ମାଧ୍ୟମରେ ଆଣିବାକୁ ହେବ ସେ ବ୍ୟବସ୍ଥା କରିଦିଏ। ସେଥିପାଇଁ ସମସ୍ତେ ଖୁସି ହୋଇଯାନ୍ତି ଆଉ ସମସ୍ତେ ସମସ୍ତଙ୍କୁ ଭଲପାନ୍ତି। ତା’ ଛଡ଼ା ଆମେ ମଝିରେ ମଝିରେ ସମସ୍ତେ ମିଶି ଏକାଠି ବାହାରକୁ ଖାଇବାକୁ ବି ଯାଉ।
-ସସ୍ମିତା ନାୟକ, ଗୃହିଣୀ, ଭେନସ୍‌ ଆପାର୍ଟମେଣ୍ଟ, ମେହରାଲି, ନୂଆଦିଲ୍ଲୀ
ସମସ୍ତଙ୍କ ଖବର ବୁଝେ
ଘରେ ସମସ୍ତଙ୍କ ପାଇଁ ରୋଷେଇ କରିବାବେଳେ କିଏ କ’ଣ ଖାଏ ନ ଖାଏ ସେଥିପ୍ରତି ମୁଁ ସତର୍କ ଥାଏ। ପରିବାରରେ ପିଲା ହୁଅନ୍ତୁ କି ବଡ଼ କାହାର ଦେହ ଖରାପ ହେଲେ ତୁରନ୍ତ ସେମାନଙ୍କ ଚିକିତ୍ସା ଓ ଯତ୍ନ କରିଥାଏ। ଯଦିଓ ଘରକାମ ସାହାଯ୍ୟ ପାଇଁ ଜଣେ ସହାୟକ ଅଛନ୍ତି କିନ୍ତୁ ଏସବୁ ସତ୍ତ୍ୱେ ସମସ୍ତଙ୍କ ଖିଆପିଆ ଓ ଅନ୍ୟାନ୍ୟ ଖବର ମୁଁ ନିଜେ ବୁଝିଥାଏ। ଘରକାମ ସହ ପରିବାରକୁ ଖୁସିରେ ରଖିବା ପାଇଁ ମୁଁ ଚାକିରି ମଧ୍ୟ ଛାଡ଼ି ଦେଇଛି।
-ଅନ୍ନପୂର୍ଣ୍ଣା ବିଶ୍ୱାଳ, ଗୃହିଣୀ, ଲିଙ୍ଗପଡ଼ା, ସୋର, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?