Posted inଖେଳ

ଇନ୍‌ସୁଲିନ୍‌ ନେଇ ପଡିଆକୁ ଓହ୍ଲାଉଥିଲେ ଏହି ଆକ୍ରମକ ବୋଲର୍‌: କ୍ରିକେଟ୍‌ରେ ହାସଲ କରିଥିଲେ ଅନେକ ରେକର୍ଡ

ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ଆକ୍ରାମଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍‌ ୧୯ ବର୍ଷ ଧରି ଚାଲିଥିଲା, କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କୁ ମାରାତ୍ମକ ରୋଗ ମଧୁମେହ ସହିତ ମଧ୍ୟ ସାମ୍ନା କରିବାକୁ ପଡିଥିଲା। ଆକ୍ରାମ ମାତ୍ର ୨୯ ବର୍ଷ ବୟସରେ ଏହି ରୋଗର ଶିକାର ହୋଇଥିଲେ। ସେ ଟାଇପ -୧ ଡାଇବେଟିସର ଶିକାର ହୋଇଥିଲେ। ତେବେ ଏହା ସତ୍ତ୍ୱେ ସେ ନିଜ କ୍ୟାରିୟରରେ ୯୧୬ ଉଇକେଟ ନେବାରେ ସଫଳ ହୋଇଥିଲେ। ଅନେକଥର ଇନ୍‌ସୁଲିନ୍‌ ନେଇ ତାଙ୍କୁ ପଡିଆକୁ ଓହ୍ଲାଇବାକୁ ପଡୁଥିଲା। ପ୍ରତିଦିନ ସେ ୧୦ କିଲୋମିଟର ଦୌଡ଼ୁଥିଲେ।

ମଧୁମେହ ସହିତ ଆକ୍ରାମ ଖେଳିବା ଜାରି ରଖିଥିଲେ। ପଡ଼ିଆରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ଇନସୁଲିନ ସନ୍ତୁଳନ କରିବା ପାଇଁ ଆକ୍ରାମ କୌଶଳ ଶିଖିଲେ। ସେ କହିଥିଲେ ଯେ ଅସୁସ୍ଥତା ପରେ ମଧ୍ୟ ମୁଁ ଏକଦିବସୀୟ ଏବଂ ଟେଷ୍ଟ କ୍ରିକେଟରେ ୧୫୦ରୁ ଅଧିକ ଉଇକେଟ ପାଇଛି। ୱାସିମ ପାକିସ୍ତାନ ପାଇଁ ୧୦୪ ଟେଷ୍ଟ ଖେଳି ୪୧୪ ଉଇକେଟ ନେଇଥିବାବେଳେ ୩୫୬ଟି ଦିନିକିଆରେ ୫୦୨ ଉଇକେଟ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଆକ୍ରାମ ଚାରୋଟି ହ୍ୟାଟ୍ରିକ ନେଇଛନ୍ତି, ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ବୋଲର। ଅକ୍ରାମ ଦୁଇଥର ଏକଦିବସୀୟରେ ଏବଂ ଦୁଇଥର ଟେଷ୍ଟରେ ଏହି ସଫଳତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଉଁ ଦଳରେ କିଏ…

ବେଙ୍ଗାଲୁରୁ,୧୩।୨: ଆଇପିଏଲ୍‌ ୧୫ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ଉପରେ ସମସ୍ତଙ୍କ ନଜର। ଚଳିତ ଥର ନୂଆ ଟିମ୍‌ ସାମିଲ ହୋଇଥିବା ଯୋଗୁ କେଉଁ ଟିମ୍‌କୁ...

ଡବ୍ଲୁଟିସି ଚାମ୍ପିଅନ୍‌ ହେବା ପରେ ବିରାଟ କୋହଲିଙ୍କ କାନ୍ଧରେ କାହିଁକି ମୁଣ୍ଡ ରଖିଥିଲେ ଓ୍ବିଲିୟମସନ୍‌: ଏବେ କଲେ ଖୁଲାସା

ଅକଲାଣ୍ଡ,୨।୭: ଭାରତ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଜିତିବା ପରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ବିଜୟ ଉତ୍ସବ...

ଟି୨୦ ବିଶ୍ୱକପ୍‌: ସଫଳ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ

ଦୁବାଇ,: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆନୁକୂଲ୍ୟରେ ୨୦୨୧ ପୁରୁଷ ଟି୨୦ ବିଶ୍ୱକପ୍‌ ଭାରତରେ ଆୟୋଜନ ହେବାକୁ ଯାଉଛି। ୧୬ଟି ଦଳକୁ ନେଇ ହେବାକୁ ଥିବା...

ଆଇପିଏଲ୍‌ରେ ସବୁଠାରୁ ଅଧିକ ଫାଇନାଲ ହାରିଛନ୍ତି ଧୋନୀ

ଆବୁଧାବି, ୧୯।୯: ଆଇପିଏଲ୍‌ ରେକର୍ଡ ଉପରେ ସବୁବେଳେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିଥାଏ। କିନ୍ତୁ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କ ଟିମ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସର...

ଜାତୀୟ ଜୁନିୟର ଭଲିବଲ: ସମୀର, ପାର୍ବତୀଙ୍କୁ ଓଡ଼ିଶାର ନେତୃତ୍ୱ

ଭୁବନେଶ୍ୱର, ୨୪।୧ (ସ୍ପୋଟର୍‌ସ ବ୍ୟୁରୋ)- ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ଆର୍‌ କଡପ୍ପା ଜିଲାସ୍ଥିତ ରାଜାମପେଟ୍‌ଠାରେ ଆସନ୍ତା ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର ଭଲିବଲ୍‌ (ବାଳକ/ବାଳିକା)...

ଭାକ୍ସିନ ନ ନେଲେ ଫ୍ରେଞ୍ଚ ଓପନରେ ଏଣ୍ଟ୍ରି ନାହିଁ

ପ୍ୟାରିସ,୧୭।୧: ବିଶ୍ୱର ନଂ ୧ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରୁ ମଧ୍ୟ ବାଦ୍‌ ଦିଆଯାଇପାରେ। ତାଙ୍କୁ ଫ୍ରାନ୍ସର...

ମାଇଲଷ୍ଟୋନ ସ୍ପର୍ଶ କଲେ ଓଡ଼ିଆ ଖେଳାଳି ସୁନିତା

ଜିନଚେଓନ(କୋରିଆ),୨୨।୫- ଭାରତୀୟ ମହିଳା ହକି ଦଳର ଅନ୍ୟତମ ବ୍ୟାକଲାଇନ ଖେଳାଳି ସୁନିତା ଲାକ୍ରା ବୁଧବାର ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ...

ଋଜୁରାଜ, ଭେଙ୍କଟଶଙ୍କ ପାଇଁ ବଦଳିପାରେ ଭାରତୀୟ ଦିନିକିଆ ଦଳର କମ୍ବିନେଶନ

ନୂଆଦିଲ୍ଲୀ, ୧୨।୧୨: ଆସନ୍ତାବର୍ଷ ଜାନୁୟାରୀରେ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ। ଏଥିଲାଗି ଏବେଠାରୁ ଭାରତୀୟ...

Advertisement
Archives

Model This Week