ଆନନ୍ଦ ପ୍ରାପ୍ତି

ଅନ୍ତର୍ଯ୍ୟାମୀ ପଟ୍ଟନାୟକ
ଜୀବିତ ରହିବା ଜୀବନର ଅନ୍ୟତମ ଧର୍ମ। ଏହି ଶରୀରରେ ଜୀବନ ଚିରକାଳ ରହିପାରେ ନାହିଁ, କାରଣ ଶରୀର କ୍ଷୟଶୀଳ। ଶରୀର ନଷ୍ଟ ହେବା ପୂର୍ବରୁ ଜୀବଠାରେ ନୂତନ ଜୀବ ସୃଷ୍ଟିର ପ୍ରବୃତ୍ତି ଦେଖାଦେଇଥାଏ। ଜ୍ଞାନୀଜନ ଏହା ଉପଲବ୍ଧି କରିଥା’ନ୍ତି। ତେଣୁ ନାଶଶୀଳ ଶରୀରର ସୁଖ ତଥା ଇନ୍ଦ୍ରିୟ ଲାଳସାକୁ ଅବଦମିତ କରିରଖିଥା’ନ୍ତି ।
ଶରୀର ବିନଷ୍ଟ ହେବା ପୂର୍ବରୁ ନୂତନ ସୃଷ୍ଟିର ଯେଉଁ ପ୍ରବୃତ୍ତି ଦେଖାଦେଇଥାଏ, ସେହି ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଜୀବ ନୂତନ ଜୀବକୁ ଜନ୍ମ ଦେଇଥାଏ, କାରଣ ଏହାଦ୍ୱାରା ଜୀବନର ଧାରା ଅବ୍ୟାହତ ରହିବା ସମ୍ଭବ ହୋଇଥାଏ। ସୂକ୍ଷ୍ମ ଭାବରେ ବିଚାରକଲେ ଜଣାପଡ଼ିବ ଯେ ନୂତନ ଶରୀର ସିନା ସୃଷ୍ଟି ହୁଏ, କିନ୍ତୁ ନୂତନ ଜୀବନ ସୃଷ୍ଟି ହୁଏନାହିଁ। ସବୁ ଜୀବନ୍ତ ଶରୀର ମଧ୍ୟରେ ଏକ ଜୀବନ ସ୍ରୋତ ପ୍ରବାହିତ, ଯେପରି ଏକ ପ୍ରଦୀପରୁ ଅସଂଖ୍ୟ ପ୍ରଦୀପ ଜଳାଯାଇପାରେ। ପ୍ରଦୀପ ଭିନ୍ନ ଭିନ୍ନ ହେଲେ ମଧ୍ୟ ଅଗ୍ନି ଏକ। ପ୍ରତ୍ୟେକ ଜୀବନର ପୂର୍ବଜମାନଙ୍କଠାରେ ତା’ର ଅଂଶ ଥିଲା। ବଂଶଜମାନଙ୍କଠାରେ ତା’ର ଅଂଶ ଅଛି ଓ ପରବର୍ତ୍ତୀ ବଂଶଧରଙ୍କଠାରେ ତା’ର ଅଂଶ ରହିବ । ତା’ର ମୃତ୍ୟୁ ହେଲେ ସନ୍ତାନସନ୍ତିତଙ୍କ ମଧ୍ୟରେ ଓ ନିଃସନ୍ତାନ ହୋଇଥିଲେ ବଂଶଜ ମଧ୍ୟରେ ସେ ବଞ୍ଚତ୍ରହିବ। ପ୍ରତ୍ୟେକଙ୍କ ବଂଶ ବୃକ୍ଷର ମୂଳ ତଥା ବିସ୍ତାର ଖୋଜିଲେ ଜଣାପଡ଼ିବ ସେ ସମସ୍ତେ ନାନା ଭାବରେ ପରସ୍ପର ସହ ସମ୍ପର୍କ ସୂତ୍ରରେ ଆବଦ୍ଧ, ଯଦିବା ବାହାରକୁ ଏହା ଭିନ୍ନ ଜଣାପଡ଼ିଥାଏ। ଏହାଛଡ଼ା ମନୁଷ୍ୟ ସାମାଜିକ ପ୍ରାଣୀ ହୋଇଥିବାରୁ କୌଣସି ବ୍ୟକ୍ତି ସ୍ବତନ୍ତ୍ର ନୁହନ୍ତି । କର୍ମ ବଣ୍ଟନ ଦ୍ୱାରା ଜଣେ ଚାଷ କରୁଛନ୍ତି, ଜଣେ ଲୁଗା ବୁଣୁଛନ୍ତି, ଜଣେ ରୋଗୀସେବା କରୁଛନ୍ତି ତ ଜଣେ ଶିକ୍ଷାଦାନ କରୁଛନ୍ତି। ଏହିପରି ପ୍ରତ୍ୟେକ ବ୍ୟକ୍ତି ବଞ୍ଚତ୍ବା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ। ସେଇଥିପାଇଁ କୁହାଯାଇଥାଏ ‘ବସୁଧୈବ କୁଟୁମ୍ବକମ୍‌’- ସମଗ୍ର ବିଶ୍ୱ ଗୋଟିଏ ପରିବାର।
ମନୁଷ୍ୟ ଏ ଜଗତକୁ ଆସେ, ପୁଣି ଚାଲିଯାଏ। ଯେଉଁଥିରେ ତା’ର ବିକାଶ ହୋଇ ପରିଶେଷରେ ବିନାଶ ହୋଇଥାଏ । ଗୀତା ଅନୁସାରେ ମନୁଷ୍ୟର ଏହି ଶରୀର ଧାରଣ କରିବା ଓ ଶରୀର ନାଶଯିବା ପର୍ଯ୍ୟାୟକୁ କ୍ଷେତ୍ର ବୋଲି କୁହାଯାଏ। ତେଣୁ ଶରୀରକୁ ସିଧାସଳଖ ଭାବରେ ଭଗବାନ୍‌ ଏକ କ୍ଷେତ୍ର ସହିତ ତୁଳନା କରିଛନ୍ତି। ମନୁଷ୍ୟ ଶରୀର ପଞ୍ଚଭୂତରେ ତିଆରି। ହେଲେ ଆମତ୍ା ଏକ ଏବଂ ଏହାର ବିଚାରଧାରା ଭିନ୍ନ। ତା’ର ଚେତନାରେ ଗୋଟିଏ ବହିର୍ଜଗତ ପ୍ରତିଫଳିତ ହେଉଛି ଓ ତାକୁ ଅବଲମ୍ବନ କରି କେତେକ ଈଷ୍ଟାର୍ଥ ସୃଷ୍ଟି ହେଉଛି, ଯାହା ନିଜସ୍ବ। ତେଣୁ ସେ ଇଷ୍ଟାର୍ଥଗୁଡ଼ିକୁ ସେ ପୁଷ୍ଟ କରି ଚାଲୁଛି । ସେଥିନିମିତ୍ତ ଅନ୍ୟର ସହଯୋଗିତା ଏବଂ ବିରୋଧ ଦୁଇଟା ତା’ର ପ୍ରୟୋଜନ ହୋଇଥାଏ । ଏହିଠାରେ କେଉଁଠି ଖାପଛଡ଼ାଭାବ ବା ମନକୁ ଚକ୍ଷୁଠାରି ଅନ୍ୟର ସହିତ ମିଳାମିଶା କରୁଛି। କେତେବେଳେ ଅନ୍ୟକୁ ପ୍ରଭାବିତ କରିବାର ଚେଷ୍ଟା କରୁଛି ତ ଅନ୍ୟ ସମୟରେ ଅନ୍ୟଦ୍ୱାରା ପ୍ରଭାବିତ ହେଉଛି । ମୋଟ କଥା ଏ ଜଗତଟା ଗୋଟିଏ କୁରୁକ୍ଷେତ୍ର । ଏ କୁରୁକ୍ଷେତ୍ର ମନୁଷ୍ୟ ଭିତରେ ଓ ବାହାରେ ମଧ୍ୟ କ୍ରିୟାଶୀଳ। ଅନିଶ୍ଚିତ ଭବିଷ୍ୟତ ଦିଗକୁ ମନୁଷ୍ୟ ଆପେ ଆପେ ଅଗ୍ରସର ହେଉଛି। ଏହିଭଳି ପରିସ୍ଥିତିରେ ସେ ଥାଇ ଗୁରୁଗ୍ରହଣ କରି ମଧ୍ୟ ତା’ର ଆଧ୍ୟାମତ୍ିକ ଉନ୍ନତି ହେଉନାହିଁ। ତେଣୁ ଆଦିଶଙ୍କରାଚାର୍ଯ୍ୟ କହିଛନ୍ତି- ‘ଦୁର୍ଲଭ ତ୍ରୟମୈବତତ୍‌ ଦୈବାନୁଗ୍ରହ ହୈତୁକମ୍‌ ମନୁଷ୍ୟତ୍ୱ ମୁମୁକ୍ଷୁତ୍ୱ ମହାପୁରୁଷ ସଂଶ୍ରୟମ୍‌’ । ତେବେ ମନୁଷ୍ୟ ଆଜି ଉନ୍ନତିର ଶୀର୍ଷରେ ପହଞ୍ଚତ୍ ମଧ୍ୟ ସମାଜରେ ପ୍ରକୃତ ମନୁଷ୍ୟର ଅଭାବ ରହିବା ବାସ୍ତବରେ ଦୁରୂହ ବ୍ୟାପାର। ତେବେ ଆମ ଭିତରେ ଆମେ କାହାକୁ ମନୁଷ୍ୟ ବୋଲି ବୁଝିବା? ଯେଉଁ ବ୍ୟକ୍ତି ନିଜ ଭିତରେ ଥିବା ଅନ୍ତର୍ଯ୍ୟାମୀଙ୍କ ପ୍ରେରଣା ବା ବିବେକ ଅନୁଗାମୀ ହୋଇ ପରିଚାଳିତ ହୋଇଥାଆନ୍ତି। ମନୁଷ୍ୟ ବିବେକୀ ହୋଇଗଲେ ତା’ର ଚିନ୍ତା, ବାଣୀ ଓ କାର୍ଯ୍ୟ ମଧ୍ୟରେ ସାମ୍ୟତା ପରିଲକ୍ଷିତ ହୋଇଥାଏ। ଏହି ଅବସ୍ଥାର ନାମ ହିଁ ମନୁଷ୍ୟତ୍ୱ। ଏହି ଅବସ୍ଥାରେ ମନୁଷ୍ୟ ଆଉ ବିଷୟ ଭୋଗ କରିବାକୁ ଚାହେଁନା। ସଂସାର ତାକୁ ବନ୍ଧନ ପରି ବୋଧହୁଏ। କିନ୍ତୁ ଯେଉଁମାନେ ମନ ଇନ୍ଦ୍ରିୟଙ୍କ ଦ୍ୱାରା ସଂସାରରେ ଜଡ଼ିତ ହୋଇଥାଆନ୍ତି, ସେମାନଙ୍କୁ ଏହି ବନ୍ଧନ ଆନନ୍ଦ ଲାଗେ।
ଛୋଟ ଉଦାହରଣଟିଏ। ଜଣେ ଲୋକ ଛୋଟ ଶୁଆଟିକୁ ଧରି ପଞ୍ଜୁରି ଭିତରେ ରଖିଲେ। ଅତି ଆଦରରେ ତାକୁ ପାଳନ କଲେ। ଶୁଆଟି ବାରଣ୍ଡାରେ ଟଙ୍ଗା ହୋଇଥିତ୍ବା ପଞ୍ଜୁରି ଭିତରେ ଥାଏ । ନାନାଦି କଥା କହିଚାଲିଥାଏ । ଶୁଆଟି ଦେଖେ ତା’ ପରି ଅନ୍ୟ ଶୁଆମାନେ ମଧ୍ୟ ବାହାରେ ମୁକ୍ତ ଆକାଶରେ ଉଡ଼ିବୁଲୁଛନ୍ତି ।
ହେଲେ ସେ ପଞ୍ଜୁରି ଭିତରେ କେବଳ ଫଡ଼ଫଡ଼ କରୁଥାଏ। ଦିନେ ଲୋକଟି ଶୁଆକୁ ଖାଦ୍ୟ ଦେଲାବେଳେ ପଞ୍ଜୁରି ମୁକୁଳା କରିଦେଇଥିଲେ ଆଉ ବନ୍ଦ କରିବାକୁ ମନେନଥିଲା । ଏହି ଅବସରରେ ଶୁଆଟି ଉଡ଼ି ଚାଲିଗଲା ଅନ୍ୟ ମୁକ୍ତ ସାଥୀ ଶୁଆମାନଙ୍କ ନିକଟକୁ । କିନ୍ତୁ ସଞ୍ଜ ନଇଁ ଆସିଲାବେଳକୁ ପୁଣି ଆପଣାଛାଏଁ ଶୁଆଟି ପଞ୍ଜୁରିରେ ପ୍ରବେଶକଲା। ସେହିପରି ମନୁଷ୍ୟ ଆଜି ଯେଉଁ ବନ୍ଧନରେ ବାନ୍ଧି ହୋଇଛି, ତାକୁ ତାହା ବନ୍ଧନ ପରି ବୋଧ ହେଉନାହିଁ ।
ଯେଉଁ ଚିରାଚରିତ ରୀତିରେ ମନୁଷ୍ୟ ଚଳିଆସିଛି ତାକୁ ତାହା ଆନନ୍ଦ ଦିଏ। ଦୁଃଖ ପାଇଲେ ମଧ୍ୟ ସେଥିପ୍ରତି ତା’ର ଶୋଚନା ନଥାଏ। ମନୁଷ୍ୟତ୍ୱ ଆସିବା ଏବଂ ଏହି ବନ୍ଧନରୁ ମୁକ୍ତ ହେବା ପାଇଁ ସେ କେବେବି ଚେଷ୍ଟା କରେନାହିଁ। ବନ୍ଧନରୁ ମୁକ୍ତି ପାଇଁ ସେହିପରି ଗୁରୁଙ୍କର ଆବଶ୍ୟକତା ଅଛି ।
ଆଜି ଗୁରୁଙ୍କ ନିକଟକୁ ଯାଇ ମଧ୍ୟ ଶିଷ୍ୟ ପୁଣି ବନ୍ଧନରେ ପଡ଼ିବାକୁ ଇଚ୍ଛା କରୁଛି। ହେଲେ ମନୁଷ୍ୟତ୍ୱ ଜାଗ୍ରତ ହେବା ଦ୍ୱାରା ହିଁ ମନୁଷ୍ୟ ଭିତରେ ମୁକ୍ତ ହେବା ପାଇଁ ତା’ର ପ୍ରବଳ ଇଚ୍ଛା ହୁଏ କିପରି ଏ ବନ୍ଧନରୁ ସେ ମୁକ୍ତ ହେବ, ସେଥିପାଇଁ ସେ ପ୍ରକୃତରେ ଗୁରୁଙ୍କୁ ଖୋଜିଥାଏ। ଆମ୍ଭେମାନେ ଅନ୍ୟ ଜଣକୁ ସାହାଯ୍ୟ କରି ନ ପାରିଲେ ବି ଅନ୍ତତଃ ତା’ର କ୍ଷତି କରିବା ବା ତାକୁ କଷ୍ଟ ଦେବାରୁ ନିବୃତ୍ତ ରହିବା। ଏହା ଏକ ବଡ଼ ସେବା। ଅନ୍ୟର ଦୋଷ ଦେଖିବା ବା ତା’ର ନିନ୍ଦା କରିବାର କି ଅଧିକାର ଆମର ଅଛି? ତାଙ୍କ ଇଚ୍ଛା ବିନା ପୃଥିବୀରେ କଦାପି କିଛି ଘଟିପାରିବ ନାହିଁ ବୋଲି ଆମେ କହୁଥିବା ବେଳେ କାହିଁକି ବିରକ୍ତ ବା କ୍ରୋଧାନ୍ବିତ ହେଉଛେ? ଆମର କର୍ତ୍ତବ୍ୟ ହେଉଛି ନିଜକୁ ନିର୍ମଳ କରିବା ଏବଂ ଆମେ ନିଜର ଅନ୍ତଃଶୁଚିତାରେ ନିୟୋଜିତ ହେବା। ସେହି ପ୍ରୟାସ ଆମକୁ ସବୁ ସଜ୍ଜନମାନଙ୍କର ସହଯୋଗ ଆଣିଦେବ ଏବଂ ଆମ ଭିତରେ ଆମେ ଶାନ୍ତି ଓ ଆନନ୍ଦର ନିର୍ଝର ପାଇପାରିବା।
– ପାରାଦୀପ, ମୋ: ୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?