Posted inଜାତୀୟ

ହନୁମାନ ଚାଲିଶାକୁ ନେଇ ତେଜୁଛି ବିବାଦ: ଅପରାହ୍ନ ୩ଟାରେ ଖବରଦାତା ସମ୍ମିଳନୀ କରିବେ ନବନୀତ ରାଣା

ମୁମ୍ବାଇ,୨୩।୪: ମୁମ୍ବାଇରେ ହନୁମାନ ଚାଳିଶା ଜପକୁ ନେଇ ବିବାଦ ତେଜିବାରେ ଲାଗିଛି। ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଥିଲେ। ଯାହାକୁ ନେଇ ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ସକାଳ ୯ଟାରେ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପଢ଼ିବେ ବୋଲି ନବନୀତ ଧମକ ଦେଇଥିବା ବେଳେ ଏହା ପୂର୍ବରୁ ବହୁ ସଂଖ୍ୟାରେ ଶିବସେନା କର୍ମକର୍ତ୍ତା ତାଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଖାର ଅଞ୍ଚଳରେ ଥିବା ନବନୀତଙ୍କ ବାସଭବନ ବାହାରେ ଶିବସେନା କର୍ମୀମାନେ ଘର ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିବା ସହ ଆକ୍ରମଣ ଓ ହୋହାଲ୍ଲା କରିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ନବନୀତ ରାଣା ଆଉ ଘରୁ ବାହାରକୁ ବାହାରିପାରି ନ ଥିଲେ। ତେବେ ଘରେ ଛୋଟ ପିଲା ଥିବା ବେଳେ ଯଦି ସେମାନଙ୍କର କିଛି ଘଟେ ତେବେ ଏଥିପାଇଁ ଉଦ୍ଧବ ଠାକରେ ଦାୟୀ ରହିବେ ବୋଲି ନବନୀତ କହିଛନ୍ତି। ପୂର୍ବରୁ ଏନେଇ ମୁମ୍ବାଇ ପୋଲିସ ନବନୀତ ଓ ରବି ରାଣାଙ୍କୁ ନୋଟିସ୍‌ କରିଥିବା ବେଳେ କିନ୍ତୁ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଘରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପଟେ ଏହି ଉତ୍ତେଜନାକୁ ନେଇ ମୁମ୍ବାଇର ଖାର ସ୍ଥିତ ନିଜ ବାସଭବନରେ ଅପରାହ୍ନ ୩ଟାରେ ନବନୀତ ରାଣା ଏକ ଖବରଦାତା ସମ୍ମିଳନୀ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ସୋମବାର ଦେବେ ଭୋଟ

ଅହମ୍ମଦାବାଦ,୪।୧୨: ଆସନ୍ତାକାଲି ଗୁଜରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୋଟଦାନର...

ଏନ୍‌ସିପି ବିଧାୟକ ଗିରଫ: ଫିଲ୍ମ ‘ହର ହର ମହାଦେବ’ର ସ୍କ୍ରିନିଂକୁ କରାଇଥିଲେ ବନ୍ଦ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରର ଏନ୍‌ସିପି ବିଧାୟକ ଜିତେନ୍ଦ୍ର ଅହ୍ବାଦଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ଜିତେନ୍ଦ୍ର ଅହ୍ବାଦ ତାଙ୍କ ସମର୍ଥକଙ୍କ ସହ ପୁଣେର ଏକ ମଲ୍‌ରେ ଫିଲ୍ମ...

ଡାଲି ଖାଇବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ, ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି ପାକିସ୍ତାନ ସରକାର

ଇସ୍‌ଲାମାବାଦ, ୧୮।୮: ପାକିସ୍ତାନର ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡିଛି। ଦେଶରେ ଡାଲି, ଚାଉଳ ଏବଂ ପନିପରିବା ଦର ଆକାଶଛୁଆଁ ହୋଇଛି। କିନ୍ତୁ ଇମ୍ରାନ ଖାନ୍‌...

ବିଷାକ୍ତ ଖାଦ୍ୟ ଖାଇ ହସ୍ପିଟାଲରେ ଆଇଫୋନ ନିର୍ମାତା କମ୍ପାନୀର ୧୫୦ କର୍ମଚାରୀ

ଚେନ୍ନାଇ,୧୯।୧୨: ଆପଲ ପାଇଁ ଆଇଫୋନ ନିର୍ମାଣ କରୁଥିବା ଫକ୍ସକନ ଇଣ୍ଡିଆ ୟୁନିଟ୍‌ରେ ବିଷାକ୍ତ ଖାଦ୍ୟ ଖାଇ ୧୫୦ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା...

ଜବାବ ଦେଲା ଟୁଇଟର: ୫୦୦ ବିବାଦୀୟ ଆକାଉଣ୍ଟ୍‌ ବନ୍ଦ

ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ସରକାର ୧୧୭୮ ଟୁଇଟର ଆକାଉଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଏହାର ଉତ୍ତରରେ ଟୁଇଟରର ପକ୍ଷରୁ କୁହାଯାଇଛି ଯେ, ପ୍ରତିବନ୍ଧକ...

କୁଲ୍ଲୁ ସଡ଼କ ଦୁର୍ଘଟଣା: ଆଇଆଇଟି ବିଏଚୟୁର ୭ ଛାତ୍ର ମୃତ

କୁଲ୍ଲୁ,୨୬ ।୯: ହିମାଚଳର କୁଲ୍ଲୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ ଖାଇ ମଧ୍ୟକୁ ଖସି ପଡିବାରୁ...

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାହୁଲଙ୍କୁ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୧୯।୫: ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ କିଏ ହେବ ଶାସକ? ସେନେଇ ଆରମ୍ଭ ରହିଛି କଳ୍ପନାଜଳ୍ପନା। ଏହି ମର୍ମରେ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ...

୨୦୧୬ ସେପ୍ଟେମ୍ବରରେ ହୋଇଥିଲା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ,୨୧।୫: ସେନା ପକ୍ଷରୁ ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ୨୦୧୬ ସେପ୍ଟେମ୍ବର ମାସରେ କରାଯାଇଥିଲା। ଉରି ଗ୍ୟାରିଶନ୍‌ ଆକ୍ରମଣର ପ୍ରତିଶୋଧ ନେବା ଲାଗି ସେନା ପକ୍ଷରୁ ଏଭଳି ପଦକ୍ଷେପ...

Advertisement
Archives

Model This Week