ଝୁଲୁଛି ପିଲାଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮ା୬: ମହାମାରୀ କରୋନା ଆସିବା ପରଠାରୁ ଦୀର୍ଘ ୧୫ ମାସ ଧରି ଦେଶର ସ୍କୁଲଗୁଡ଼ିକରେ ତାଲା ଝୁଲୁଛି। ସଂକ୍ରମଣ ଭୟ ଥିବାରୁ ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବନ୍ଧାହୋଇଛି। ଅନ୍‌ଲାଇନ୍‌ରେ ପଢ଼ିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନ ଥିବାରୁ ଛାତ୍ରୀଛାତ୍ର ଘରେ ରହି ଯଥାସମ୍ଭବ ଜ୍ଞାନ ଆହରଣ କରୁଛନ୍ତି। କିନ୍ତୁ ନେଟ୍‌ଓ୍ବର୍କ ଅପହଞ୍ଚ ଅଞ୍ଚଳ ଓ ସ୍ମାର୍ଟଫୋନ ନ ଥିବା ଘରର ପିଲାମାନେ ଭର୍ଚ୍ଚୁଆଲ ମଧ୍ୟମରେ ପଢ଼ିପାରୁ ନାହାନ୍ତି। ମଧ୍ୟାହ୍ନଭୋଜନ ପାଇଁ ସରକାରୀ ସ୍କୁଲ ଉପରେ ନିର୍ଭରଶୀଳ ଛାତ୍ରୀଛାତ୍ର ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏପରି କି ବିଦ୍ୟାଳୟରେ ସ୍ବାଭାବିକ ସମୟରେ ହେଉଥିବା ଖେଳକୁଦ ଓ ବାର୍ଷିକ ଦିବସ କାର୍ଯ୍ୟକ୍ରମ ଭଳି ଇଭେଣ୍ଟଗୁଡ଼ିକୁ ସେମାନେ ମିସ୍‌ କରୁଛନ୍ତି। ଘରୋଇ ସ୍କୁଲଗୁଡ଼ିକର ବହୁ ଶିକ୍ଷକ ନିଯୁକ୍ତି ହରାଇ ଘରେ ବସିଛନ୍ତି। ଏଥିଯୋଗୁ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ମହଲରେ ଚିନ୍ତା ବଢ଼ିଯାଇଛି। ଇତିମଧ୍ୟରେ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସରକାର ୫୦% ଉପସ୍ଥାନରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେଲଙ୍ଗାନାରେ ଜୁଲାଇ ୧ରେ ସ୍କୁଲ ଖୋଲିବାକୁ ଥିବାବେଳେ ଆନ୍ଧ୍ରରେ ଅଗଷ୍ଟରୁ ବିଦ୍ୟାଳୟ ପାଠପଢ଼ା ଚାଲିବ। ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇ ନ ଥିବାରୁ ଏହା ଏକ ଚ୍ୟାଲେଞ୍ଜ ଭାବେ ଉଭା ହେବ ବୋଲି କୁହାଯାଉଛି। କାରଣ ଅଧ୍ୟୟନ ଯେତିକି ଜରୁରୀ ସୁରକ୍ଷା ତା’ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ।
କରୋନା ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଉଥିଲେ ହେଁ ଏବେ ସ୍କୁଲ ନ ଖୋଲିବା ପାଇଁ କେନ୍ଦ୍ର ଏବଂ ଅଧିକାଂଶ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମହାମାରୀର ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିବାରୁ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌ ପଠାଇବାକୁ ଚାହୁଁନାହାନ୍ତି। ଯେଉଁଠି ମହାମାରୀ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଲାଣି କେବଳ ସେହିଠାରେ ସ୍କୁଲ ଖୋଲିବା ପାଇଁ ଛାତ୍ରୀଛାତ୍ର ଓ ଅଭିଭାବକ ସଙ୍ଗଠନ ମତ ଦେଇଛନ୍ତି। ଏକ ଆକଳନ ଅନୁଯାୟୀ ସରକାରୀ ସ୍କୁଲରେ ପଢ଼ୁଥିବା ପାଖାପାଖି ୩୦% ପିଲା ପାଠପଢ଼ାରେ ଡୋରି ବାନ୍ଧିଲେଣି। ପିଲାମାନଙ୍କ ପାଇଁ ସ୍କୁଲ ସବୁଠୁ ଭଲ ଓ ନିରାପଦ ସ୍ଥାନ। ତେବେ ଦୀର୍ଘଦିନ ସ୍କୁଲ ବନ୍ଦ ରହିବା ଫଳରେ ପିଲାମାନେ ବିଭିନ୍ନ ସାମାଜିକ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା କରାଯାଉଛି। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ କଟକଣା କୋହଳ ହେବା ସହ ଅର୍ଥନୈତିକ କାରବାର ଆରମ୍ଭ ହେଲାଣି। ଏଭଳି ସମୟରେ ସ୍କୁଲ କାହିଁକି ଖୋଲିପାରିବ ନାହିଁ ବୋଲି ଅନେକେ ପ୍ରଶ୍ନ କରୁଛନ୍ତି। ଏକ ସର୍ଭେ ଅନୁଯାୟୀ ସଂକ୍ରମଣ ୭୦% ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଉଚିତ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ୩୦% ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ପଠାଇବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। କୋଭିଡ୍‌ ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ଖୋଲିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି। କେତେକ ରାଜ୍ୟ ଜୁଲାଇରୁ ସ୍କୁଲ ଖୋଲିବା ପାଇଁ ବିଚାର କରୁଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବାକୁ ନେଇ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ସ୍କୁଲ୍‌ ଖୋଲିବା ପୂର୍ବରୁ ପିଲାଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି।

ପିଲାଙ୍କ ଟିକା ଆସିଲେ ଶୀଘ୍ର ଖୋଲିବ

ପିଲାମାନଙ୍କ ପାଇଁ କୋଭିଡ୍‌-୧୯ ଟିକା ପ୍ରସ୍ତୁତି ଏକ ବଡ଼ ସଫଳତା। ଏହା ଉପଲବ୍ଧ ହେବା ପରେ ଶୀଘ୍ର ସ୍କୁଲ ଖୋଲିବା ସହ ଅନ୍ୟାନ୍ୟ ବାହ୍ୟ କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ ବୋଲି ଏମ୍‌ସ ମୁଖ୍ୟ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି। ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକାର ପରୀକ୍ଷା ୨ରୁ ୧୮ ବର୍ଷ ବୟସବର୍ଗଙ୍କଠାରେ କରାଯାଉଛି ଏବଂ ସେପ୍ଟେମ୍ବର ସୁଦ୍ଧା ଏହାର ଫଳାଫଳ ମିଳିପାରେ। ଏଥିସହିତ ଫାଇଜର ଟିକା ମଧ୍ୟ ପିଲାମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ଗୁଲେରିଆ କହିଛନ୍ତି। ଅନ୍ୟତମ ଟିକା ପ୍ରସ୍ତୁତକାରୀ କମ୍ପାନୀ ଜାଇଡସ୍‌ କାଡିଲା ଏହାର ଜାଇକୋଭ୍‌-ଡି ଟିକାର ବ୍ୟବହାରିକ ଅନୁମତି ପାଇଁ ଖୁବ୍‌ଶୀଘ୍ର ଆବେଦନ କରିବ। ଏହି ଟିକା ଉଭୟ ବୟସ୍କ ଓ ପିଲାମାନଙ୍କ ପାଇଁ ବ୍ୟବହାର କରାଯାଇପାରିବ।

ଅଗଷ୍ଟ ସୁଦ୍ଧା ୧୨ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ଭାକ୍ସିନ

୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗଙ୍କ ପାଇଁ ଜୁଲାଇ ଶେଷ କିମ୍ବା ଅଗଷ୍ଟ ସୁଦ୍ଧା କୋଭିଡ୍‌ ଟିକା ଉପଲବ୍ଧ ହେବ ବୋଲି ରବିବାର କେନ୍ଦ୍ର ସରକାର କହିଛନ୍ତି। ଇତିମଧ୍ୟରେ ଜାଇଡସ୍‌ କାଡିଲା କମ୍ପାନୀର ଭାକ୍ସିନର କ୍ଲିନିକାଲ ପରୀକ୍ଷା ୧୨ରୁ ୧୮ ବର୍ଷ ବୟସବର୍ଗର ପିଲାମାନଙ୍କ ଠାରେ କରାଯାଇସାରିଛି। ଏହି ଟିକାକୁ ଅନୁମତି ମିଳିବା ପରେ ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ପିଲାମାନଙ୍କୁ ଟିକାଦାନ ଆରମ୍ଭ ହେବ ବୋଲି କୋଭିଡ୍‌-୧୯ ଟିକାକରଣ ଜାତୀୟ ବୈଷୟିକ ଉପଦେଷ୍ଟା କାର୍ଯ୍ୟକାରୀ ଗୋଷ୍ଠୀ (ଏନ୍‌ଟିଏଜିଆଇ)ର ଅଧ୍ୟକ୍ଷ ଡ. ଏନ୍‌.କେ. ଆରୋରା କହିଛନ୍ତି। ଜାଇଡସ୍‌ କାଡିଲା କମ୍ପାନୀର କୋଭିଡ୍‌ ଟିକା ଜାଇକୋଭ୍‌-ଡି ଖୁବ୍‌ଶୀଘ୍ର ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ଉପଲବ୍ଧ ହେବ ବୋଲି ଶନିବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ଏହାର ବ୍ୟବହାରିକ ଅନୁମତି ପାଇଁ କମ୍ପାନୀ ଖୁବ୍‌ଶୀଘ୍ର ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ରେ ଆବେଦନ କରିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ଦେଶରେ ଟିକାକରଣ ତ୍ୱରାନ୍ବିତ ହୋଇଛି। ଶନିବାର ୬୪.୨୫ ଲକ୍ଷ ଟିକା ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୩୨.୧୭ କୋଟି ଡୋଜ୍‌ ଟିକା ଦିଆଗଲାଣି। ଶନିବାର ୧୭,୪୫,୮୦୯ ଜଣ କୋଭିଡ୍‌ ପରୀକ୍ଷା କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଜିଲାସ୍ତରୀୟ ଜନଶୁଣାଣି: ୨୨୧ ଅଭିଯୋଗ ଶୁଣିଲେ ଜିଲାପାଳ-ଏସପି

ଦାରିଙ୍ଗବାଡି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଥିବା ସଭାଗୃହରେ ସୋମବାର ଜିଲାସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି…

୫ ସେପ୍ଟେମ୍ବର CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବଢିଲା ସରକାରଙ୍କ ଚିନ୍ତା, ଖୁସିହେଲେ ଦୀପକେ

ନୂଆଦିଲ୍ଲୀ,୩୧।୮: କକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ପୁଣି ଏକ ବିରୋଧ ମାର୍ଚ୍ଚ ଆୟୋଜନ କରାଯିବାକୁ ଘୋଷଣା ହୋଇଛି। ଏହି ପ୍ରସ୍ତାବିତ…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ କରିନେଇଥିଲେ ବୃଦ୍ଧ, ଏଇଠୁ ମିଳିଲା ପତ୍ତା

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri