ଭାଲେଣ୍ଟାଇନ୍ସ୍‌ ଡେ’କୁ ରାସ୍ତା ମଝିରେ ଫାଶୀ…

ଆଗ୍ରା,୧୪ା୨: ସୋମବାର ଭାଲେଣ୍ଟାଇନ୍ସ୍‌ ଡେ’କୁ ରାସ୍ତା ମଝିରେ ଫାଶୀ ଦିଆଯାଇଛି। ଉତ୍ତରପ୍ରଦେଶ ଆଗ୍ରାରେ କେତେକ ପ୍ରଦର୍ଶନକାରୀ ଭାଲେଣ୍ଟାଇନ୍ସ୍‌ ଡେ’ର କୁଶ ପୁତ୍ତଳିକାକୁ ଏଭଳି ଦଣ୍ଡ ଦେଇଛନ୍ତି। ଏବେ ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

କେତେକ ସଂଗଠନ ପକ୍ଷରୁ ପ୍ରେମୀ ଯୁଗଳଙ୍କୁ ଧରି ବିବାହ କରିବାକୁ ଚେତାବନୀ ଦିଆଥିବାବେଳେ କିଛି ସଂଗଠନ ପ୍ରେମୀ ଯୁଗଳଙ୍କ ମାତାପିତାଙ୍କୁ ଡକାଇବାକୁ ସତର୍କ ସୂଚନା ଜାରି କରିଛନ୍ତି। ସେହିପରି କେତେକ ସଂଗଠନ ଭାଲେଟାଇନ୍ସ୍‌ ଡେ’ର କୁଶ ପୁତ୍ତଳିକାରେ ଅଗ୍ନି ସଂଯୋଗ କରି ଜଳାଇ ଦେଇଛନ୍ତି।

ଅପରପକ୍ଷରେ କିଛି ସଂଗଠନ ପ୍ରେମୀଯୁଗଳଙ୍କୁ ଧରି ମୁହଁରେ କଳା ବୋଳି ଗଧ ପିଠିରେ ବସାଇ ବୁଲାଇବାକୁ ଚେତାବନୀ ଦିଆଯାଇଛି।

ସେମାନେ କହିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ଭାଲେଣ୍ଟାଇନ୍ସ୍‌ ଡେ’କୁ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ଧରା ଯାଇଥିଲା। ପଚରାଉଚରା ସମୟରେ ଭାଲେଣ୍ଟାଇନ୍ସ୍‌ ଡେ’ ଭାରତର ବାସିନ୍ଦା ନୁହେଁ ବୋଲି କହିଥିଲା। ସେ ବିଦେଶୀ। ତାର ନାମ ଭାଲେଣ୍ଟାଇନ୍ସ୍‌ ଡେ’। ମାତ୍ର କୌଣସି ଉତ୍ସବ ନୁହେଁ ବୋଲି ପ୍ରକାଶ କରିଥିଲା। ଏହାପରେ ସୋମବାର ସକାଳେ ବିଚାର କରାଯାଇ ଭାଲେଣ୍ଟାଇନ୍ସ୍‌ ଡେ’କୁ ଫାଶୀ ଦଣ୍ଡାଦେଶ କରାଯାଇଥିବା ଏସବୁ ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ନୁହେଁ କି ଘୋଡ଼ା, ଜେସିବି ଚଢ଼ି ବିବାହ କରିବାକୁ ଆସିଲେ ବର, ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼

ଆଜିକାଲି ବିବାହ କରିବାକୁ ବର କାର୍‌, ହାତୀ, ଘୋଡ଼ାଗାଡ଼ି, ବାଇକ୍‌, ହେଲିକପ୍ଟରରେ ଆସୁଥିବା ଦେଖିଥିବେ ବା ଶୁଣିଥିବେ। କିନ୍ତୁ ଏବେ ଜଣେ ବର ଜେସିବି ଚଢ଼ି...

ଚିଲଡ୍ରେନ୍‌ ବ୍ୟାଙ୍କ: ଟଙ୍କାଏ ଦିଟଙ୍କା ଜମା କରୁଛନ୍ତି ଛୋଟ ପିଲା

ଇନ୍ଦୋର,୧୯।୧୧: ମଧ୍ୟପ୍ରଦେଶ ଇନ୍ଦୋରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଠନ କରାଯାଇଛି ଚିଲଡ୍ରେନ୍‌ ବ୍ୟାଙ୍କ। ଏଥିରେ ନିଜ ପକେଟ ମନିରୁ ଟଙ୍କାଏ ଦିଟଙ୍କା ଛୋଟ ଛୋଟ...

ବିହାର ସବୁଠୁ ପଛୁଆ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିହାର ଦେଶର ସବୁଠୁ ପଛୁଆ ରାଜ୍ୟ। ନୀତୀଶ କୁମାର ସରକାରରେ ଭାଜପା ସହଯୋଗୀ ଦଳ ରହିଥିବା...

ଆହୁରି ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ

ମୁମ୍ବାଇ, ୭।୧୦: କ୍ରୁଜ୍‌ ଜାହାଜରେ ନିଶାଦ୍ରବ୍ୟ କାରବାର ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ମୁମ୍ବାଇର ଏକ ଅଦାଲତ...

ମୁଖ୍ୟ ସଚିବଙ୍କୁ କାର୍ଯ୍ୟମୁକ୍ତ ନ କରିବାକୁ ମମତା ମୋଦିଙ୍କୁ ଲେଖିଲେ ଚିଠି…

କୋଲକାତା,୩୧।୫: ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ କାର୍ଯ୍ୟମୁକ୍ତ ନ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ସମ୍ପ୍ରତି...

ଚାରିଧାମ ଯାତ୍ରା ବେଳେ ୪୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ବର୍ଷା କମିବା ପରେ ପୁଣି ଆରମ୍ଭ ହେଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୧୭ ।୫: ଉତ୍ତରାଖଣ୍ଡରେ ବର୍ଷା କମିବା ପରେ ପୁଣିଥରେ ବଦ୍ରିନାଥ ଯାତ୍ରା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ମୂଷଳଧାରାରେ ବର୍ଷା ଯୋଗୁ...

ଭାରତକୁ ବଡ଼ ସଫଳତା: ୨୦୦ କୋଟି ଅତିକ୍ରମ କଲା ଟିକାକରଣ

ନୂଆଦିଲ୍ଲୀ,୧୭।୭: କରୋନା ଟିକାକରଣରେ ଭାରତ ବଡ଼ ସଫଳତା ହାସଲ କରିଛି। ଟିକାକରଣରେ ବର୍ତ୍ତମାନ ଭାରତ ୨୦୦ କୋଟି ଅତିକ୍ରମ କରିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ...

ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା: ଗୋଟିଏ ବିଲ୍ଡିଂର ଉପର ମହଲାରେ ହସ୍ପିଟାଲ ତଳେ ମଦ ଦୋକାନ; ସୋସିଆଲ ମିଡ଼ିଆରେ ଭାଇରାଲ

ଧାନବାଦ,୨୭।୮: ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା ନେଇ ଏବେ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିିଛି। ଭିଡ଼ିଓରେ ଦେଖାଯାଉଛି ଏକ ବିଲ୍ଡିଂର ଉପର...

Advertisement
Archives

Model This Week