ହସ୍ତକଳା ଦେଇଛି ପରିଚୟ

 

ଜହ୍ନମାମୁ ପତ୍ରିକାରେ ପ୍ରକାଶ ପାଉଥିବା ଗପଗୁଡ଼ିକ ପଢ଼ିବାଠାରୁ ତାଙ୍କୁ ଅଧିକ ଆକୃଷ୍ଟ କରୁଥିଲା ଏଥିରେ ଥିବା ସୁନ୍ଦର ସୁନ୍ଦର ଛବି ସବୁ; ଯାହାକୁ ଅବିକଳ ଆଙ୍କିବାର ଉଦ୍ୟମ ତାଙ୍କୁ ଭବିଷ୍ୟତରେ ଜଣେ ଚିତ୍ରଶିଳ୍ପୀ ହେବାକୁ ବାଟ କଢ଼ାଇଲା। ଆଉ ବର୍ତ୍ତମାନ ସେ ବିଭିନ୍ନ ଶୈଳୀର ଚିତ୍ରକଳା ଏବଂ ହସ୍ତଶିଳ୍ପକୁ ନେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହେଇପାରିଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱର ଶୈଳଶ୍ରୀବିହାରରେ ରହୁଥିବା କୁମୁଦିନୀ ଏବଂ ରାଧାଚରଣ ସାହୁଙ୍କ ଝିଅ ଅନସୂୟା। ସେ କୁହନ୍ତି, ”ପିଲାବେଳୁ ବହୁତ ଚିତ୍ରାଙ୍କନ ମୋତେ ଖୁବ୍‌ ଭଲଲାଗେ। ଜହ୍ନମାମୁ ପତ୍ରିକାଠାରୁ ଆରମ୍ଭ କରି ପିଲାଙ୍କ ଗପ ଏବଂ କବିତା ବହିରୁ ଦେଖି ବିଭିନ୍ନ ଛବି ଆଙ୍କେ। ଝୋଟ, ମେହେନ୍ଦୀ ଆଦି ମଧ୍ୟ ଭଲ କରୁଥିବାରୁ ଅନେକେ ପ୍ରଶଂସା କରୁଥିଲେ। ଧୀରେ ଧୀରେ ଏଥିରେ କ୍ୟାରିୟର ଗଢ଼ିବାର ଆଗ୍ରହ ବୃଦ୍ଧି ହୋଇଥିଲା। କିନ୍ତୁ ଏଦିଗରେ କ’ଣ ଭବିଷ୍ୟତ ରହିଛି ବୋଲି ପରିବାର ଲୋକେ ଗୁରୁତ୍ୱ ଦେଇ ନ ଥିଲେ। ହେଲେ ମୋର ଇଚ୍ଛା ଜାଣି ହାଇଦ୍ରାବାଦରେ ରହୁଥିବା ଜଣେ ସାଙ୍ଗ ସୁଭାଷିନୀ ରାଓ ପ୍ରଥମେ ଏଥିରେ ସ୍ପେଶାଲ କୋର୍ସ କରିବାକୁ ପ୍ରସ୍ତାବ ଦେଇଥିଲା। ଘର ଲୋକଙ୍କୁ ବୁଝାଇ ହାଇଦ୍ରାବାଦରେ ଏକ ୩ ବର୍ଷିଆ ଡିପ୍ଲୋମା ଇନ୍‌ ଅଏଲ୍‌ ପେଣ୍ଟିଂ କୋର୍ସ କଲି। ସେଠାରେ ଥିବା ବେଳେ କଲେଜରେ କ୍ଲାସ ବ୍ୟତୀତ ଅନ୍ୟ ସମୟରେ ଅନେକ କ୍ରାଫ୍ଟ ଓ୍ବାର୍କ ମଧ୍ୟ ଶିଖୁଥିଲି। ଏହାପରେ ଧଉଳି ଚାରୁକଳା ମହାବିଦ୍ୟାଳୟରୁ ଭିଜୁଆଲ୍‌ ଆର୍ଟରେ ବ୍ୟାଚଲର ଡିଗ୍ରୀ ହାସଲ କଲି। ଇତି ମଧ୍ୟରେ ଭୁବନେଶ୍ୱର ପୋଖରୀପୁଟରେ ରହୁଥିବା ସୁଶାନ୍ତ ସାହୁଙ୍କ ସହ ବିବାହ ହୋଇଥିଲା। ସ୍ବାମୀ ଏବଂ ଶ୍ୱଶୁରଙ୍କ ସହଯୋଗ ଏଦିଗରେ ଆଗକୁ ବଢ଼ିବାକୁ ସାହାଯ୍ୟ କଲା।“ ନିଜର ଦୈନନ୍ଦିନ ଗୃହକାର୍ଯ୍ୟ କରିବା ସହ ଅନସୂୟା ‘ଚିତ୍ରକଳା’ ନାମକ ଏକ ଚିତ୍ରକଳା ଶିକ୍ଷା ଅନୁଷ୍ଠାନ ଗଢ଼ି ଶନିବାର ଏବଂ ରବିବାର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଏହି କଳା ଶିକ୍ଷା ଦେଉଛନ୍ତି। ବିଭିନ୍ନ ଆର୍ଟ ଏବଂ କ୍ରାଫ୍ଟ ଓ୍ବାର୍କ ପ୍ରୋଜେକ୍ଟ ମଧ୍ୟ କରୁଛନ୍ତି। କବଳ ଏତିକି ନୁହେଁ ସେ ବ୍ୟୁଟି କୋର୍ସ କରି ନିଜର ଏକ ବ୍ୟୁଟିପାର୍ଲର ମଧ୍ୟ କରିଛନ୍ତି। ଗତ ଦୁଇ ବର୍ଷ ହେବ କରୋନା ଲାଗି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ସେ ଚିନ୍ତିତ ହୋଇ ପଡ଼ିଥିଲେ। ଏମିତିରେ ସ୍ବାମୀ ଇକୋ ଫ୍ରେଣ୍ଡଲୀ ରାଖୀ ପ୍ରସ୍ତୁତ କରିବାକୁ ଦେଇଥିବା ପରାମର୍ଶ ତାଙ୍କୁ ବେଶ୍‌ ପ୍ରେରଣା ଯୋଗାଇଥିଲା। ସେ ସୂତା, ବିଭିନ୍ନ ପ୍ରକାର ମଞ୍ଜି, ତୁଳା, ନଡା, କାଠିରେ ବିଭିନ୍ନ ଆକର୍ଷଣୀୟ ଇକୋ ଫ୍ରେଣ୍ଡଲୀ ରାଖୀ ପ୍ରସ୍ତୁତ କରି ଓ୍ବାଟ୍ସଆପ୍‌ ଗ୍ରୁପ୍‌ ଜରିଆରେ ଅନ୍‌ଲାଇନ୍‌ ବିକ୍ରୟ କରୁଛନ୍ତି; ଯାହା କି ବେଶ୍‌ ଲୋକାଦ୍ରୁତ ହୋଇପାରିଛି। ତେବେ ଭବିଷ୍ୟତରେ ଅଧିକରୁ ଅଧିକ ଲୋକଙ୍କୁ ଏହି କଳା ଶିଖାଇବାକୁ ଲକ୍ଷ୍ୟ ରଖିଥିବା ଅନସୂୟା ନିଜ ୭ ବର୍ଷର ପୁଅଠାରେ ମଧ୍ୟ ଏହି କଳାର ପ୍ରତିଫଳନ ଦେଖି ବେଶ୍‌ ଖୁସି ଥିବା ପ୍ରକାଶ କରନ୍ତି। – ସୁବାସ ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri