ହସ୍ତକଳା ଦେଇଛି ପରିଚୟ

 

ଜହ୍ନମାମୁ ପତ୍ରିକାରେ ପ୍ରକାଶ ପାଉଥିବା ଗପଗୁଡ଼ିକ ପଢ଼ିବାଠାରୁ ତାଙ୍କୁ ଅଧିକ ଆକୃଷ୍ଟ କରୁଥିଲା ଏଥିରେ ଥିବା ସୁନ୍ଦର ସୁନ୍ଦର ଛବି ସବୁ; ଯାହାକୁ ଅବିକଳ ଆଙ୍କିବାର ଉଦ୍ୟମ ତାଙ୍କୁ ଭବିଷ୍ୟତରେ ଜଣେ ଚିତ୍ରଶିଳ୍ପୀ ହେବାକୁ ବାଟ କଢ଼ାଇଲା। ଆଉ ବର୍ତ୍ତମାନ ସେ ବିଭିନ୍ନ ଶୈଳୀର ଚିତ୍ରକଳା ଏବଂ ହସ୍ତଶିଳ୍ପକୁ ନେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହେଇପାରିଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱର ଶୈଳଶ୍ରୀବିହାରରେ ରହୁଥିବା କୁମୁଦିନୀ ଏବଂ ରାଧାଚରଣ ସାହୁଙ୍କ ଝିଅ ଅନସୂୟା। ସେ କୁହନ୍ତି, ”ପିଲାବେଳୁ ବହୁତ ଚିତ୍ରାଙ୍କନ ମୋତେ ଖୁବ୍‌ ଭଲଲାଗେ। ଜହ୍ନମାମୁ ପତ୍ରିକାଠାରୁ ଆରମ୍ଭ କରି ପିଲାଙ୍କ ଗପ ଏବଂ କବିତା ବହିରୁ ଦେଖି ବିଭିନ୍ନ ଛବି ଆଙ୍କେ। ଝୋଟ, ମେହେନ୍ଦୀ ଆଦି ମଧ୍ୟ ଭଲ କରୁଥିବାରୁ ଅନେକେ ପ୍ରଶଂସା କରୁଥିଲେ। ଧୀରେ ଧୀରେ ଏଥିରେ କ୍ୟାରିୟର ଗଢ଼ିବାର ଆଗ୍ରହ ବୃଦ୍ଧି ହୋଇଥିଲା। କିନ୍ତୁ ଏଦିଗରେ କ’ଣ ଭବିଷ୍ୟତ ରହିଛି ବୋଲି ପରିବାର ଲୋକେ ଗୁରୁତ୍ୱ ଦେଇ ନ ଥିଲେ। ହେଲେ ମୋର ଇଚ୍ଛା ଜାଣି ହାଇଦ୍ରାବାଦରେ ରହୁଥିବା ଜଣେ ସାଙ୍ଗ ସୁଭାଷିନୀ ରାଓ ପ୍ରଥମେ ଏଥିରେ ସ୍ପେଶାଲ କୋର୍ସ କରିବାକୁ ପ୍ରସ୍ତାବ ଦେଇଥିଲା। ଘର ଲୋକଙ୍କୁ ବୁଝାଇ ହାଇଦ୍ରାବାଦରେ ଏକ ୩ ବର୍ଷିଆ ଡିପ୍ଲୋମା ଇନ୍‌ ଅଏଲ୍‌ ପେଣ୍ଟିଂ କୋର୍ସ କଲି। ସେଠାରେ ଥିବା ବେଳେ କଲେଜରେ କ୍ଲାସ ବ୍ୟତୀତ ଅନ୍ୟ ସମୟରେ ଅନେକ କ୍ରାଫ୍ଟ ଓ୍ବାର୍କ ମଧ୍ୟ ଶିଖୁଥିଲି। ଏହାପରେ ଧଉଳି ଚାରୁକଳା ମହାବିଦ୍ୟାଳୟରୁ ଭିଜୁଆଲ୍‌ ଆର୍ଟରେ ବ୍ୟାଚଲର ଡିଗ୍ରୀ ହାସଲ କଲି। ଇତି ମଧ୍ୟରେ ଭୁବନେଶ୍ୱର ପୋଖରୀପୁଟରେ ରହୁଥିବା ସୁଶାନ୍ତ ସାହୁଙ୍କ ସହ ବିବାହ ହୋଇଥିଲା। ସ୍ବାମୀ ଏବଂ ଶ୍ୱଶୁରଙ୍କ ସହଯୋଗ ଏଦିଗରେ ଆଗକୁ ବଢ଼ିବାକୁ ସାହାଯ୍ୟ କଲା।“ ନିଜର ଦୈନନ୍ଦିନ ଗୃହକାର୍ଯ୍ୟ କରିବା ସହ ଅନସୂୟା ‘ଚିତ୍ରକଳା’ ନାମକ ଏକ ଚିତ୍ରକଳା ଶିକ୍ଷା ଅନୁଷ୍ଠାନ ଗଢ଼ି ଶନିବାର ଏବଂ ରବିବାର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଏହି କଳା ଶିକ୍ଷା ଦେଉଛନ୍ତି। ବିଭିନ୍ନ ଆର୍ଟ ଏବଂ କ୍ରାଫ୍ଟ ଓ୍ବାର୍କ ପ୍ରୋଜେକ୍ଟ ମଧ୍ୟ କରୁଛନ୍ତି। କବଳ ଏତିକି ନୁହେଁ ସେ ବ୍ୟୁଟି କୋର୍ସ କରି ନିଜର ଏକ ବ୍ୟୁଟିପାର୍ଲର ମଧ୍ୟ କରିଛନ୍ତି। ଗତ ଦୁଇ ବର୍ଷ ହେବ କରୋନା ଲାଗି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ସେ ଚିନ୍ତିତ ହୋଇ ପଡ଼ିଥିଲେ। ଏମିତିରେ ସ୍ବାମୀ ଇକୋ ଫ୍ରେଣ୍ଡଲୀ ରାଖୀ ପ୍ରସ୍ତୁତ କରିବାକୁ ଦେଇଥିବା ପରାମର୍ଶ ତାଙ୍କୁ ବେଶ୍‌ ପ୍ରେରଣା ଯୋଗାଇଥିଲା। ସେ ସୂତା, ବିଭିନ୍ନ ପ୍ରକାର ମଞ୍ଜି, ତୁଳା, ନଡା, କାଠିରେ ବିଭିନ୍ନ ଆକର୍ଷଣୀୟ ଇକୋ ଫ୍ରେଣ୍ଡଲୀ ରାଖୀ ପ୍ରସ୍ତୁତ କରି ଓ୍ବାଟ୍ସଆପ୍‌ ଗ୍ରୁପ୍‌ ଜରିଆରେ ଅନ୍‌ଲାଇନ୍‌ ବିକ୍ରୟ କରୁଛନ୍ତି; ଯାହା କି ବେଶ୍‌ ଲୋକାଦ୍ରୁତ ହୋଇପାରିଛି। ତେବେ ଭବିଷ୍ୟତରେ ଅଧିକରୁ ଅଧିକ ଲୋକଙ୍କୁ ଏହି କଳା ଶିଖାଇବାକୁ ଲକ୍ଷ୍ୟ ରଖିଥିବା ଅନସୂୟା ନିଜ ୭ ବର୍ଷର ପୁଅଠାରେ ମଧ୍ୟ ଏହି କଳାର ପ୍ରତିଫଳନ ଦେଖି ବେଶ୍‌ ଖୁସି ଥିବା ପ୍ରକାଶ କରନ୍ତି। – ସୁବାସ ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କଲେ ରାଗନ୍ତି ମା’ଲକ୍ଷ୍ମୀ… ଚାଲିଯାଆନ୍ତି ଛାଡ଼ି

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ଶ୍ଳୋକରେ ହିତୋପଦେଶ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ବ୍ୟକ୍ତି ଖୁସିରେ ଜୀବନଯାପନ କରିପାରିବ। ଚାଣକ୍ୟଙ୍କ ଭାଷାରେ,...

କ୍ୟାନସରରୁ ରକ୍ଷା କରେ ସୋରିଷ ଶାଗ

ସୋରିଷ ଶାଗ ଅନେକଙ୍କର ପ୍ରିୟ। ଏହି ସ୍ବାଦିଷ୍ଟ ବ୍ୟଞ୍ଜନରେ ପୋଷକ ତତ୍ତ୍ୱ ଭରପୂର୍‌ ମାତ୍ରାରେ ଥାଏ, ଯାହା ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷାକରେ। ଏଥିରେ...

ଫିକା ଫିକା ରଜ

ରଜ ପାଳନକୁ ନେଇ ଓଡ଼ିଶାବାସୀଙ୍କ ମନରେ ଥିବା ଉତ୍ସାହକୁ ଏବର୍ଷ ଫିକା କରିଦେଇଛି କରୋନା। ତିନିଦିନ ଧରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ଏହି ପର୍ବର...

ଶୀତଦିନେ ଖାଆନ୍ତୁ ବରକୋଳି

ବରକୋଳି ସାଧାରଣତଃ ଶୀତଦିନେ ମିଳିଥାଏ। ଏହାକୁ ଖାଇଲେ ଥଣ୍ଡା ଓ ଗାଲୁଆ ହୋଇଥାଏ ବୋଲି କୁହାଯାଏ। ହେଲେ ଏଥିରେ ଥିବା କିଛି ଭିଟାମିନ୍ସ ଆମ ଶରୀର...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ସୋୟାବିନ୍‌

ସୋୟାବିନରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଆଇରନ୍‌ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ...

ଚନ୍ଦ୍ର ଅଭିଯାନର ବର୍ଷ

ମହାକାଶ ଅଭିଯାନ କ୍ଷେତ୍ରରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହର ପ୍ରାଧାନ୍ୟ ରହିଥିଲା। ସେହିବର୍ଷ ଫେବୃୟାରୀରେ ସଂଯୁକ୍ତ ଆରବ ରାଷ୍ଟ୍ରର ହୋପ୍‌ ଯାନ ମଙ୍ଗଳ କକ୍ଷରେ ଏବଂ...

ଡାଇବେଟିସ୍‌ କମାଇବ ଜୁସ୍‌

ବର୍ତ୍ତମାନ ଅଧିକାଂଶ ମହିଳାଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖିବାକୁ ମିଳୁଛି; ଯେଉଁଥିପାଇଁ ସେମାନଙ୍କୁ ପ୍ରତିଦିନ ମେଡିସିନ୍‌ ମଧ୍ୟ ଖାଇବାକୁ ପଡ଼ୁଛି। ହେଲେ, ଖାଦ୍ୟ ତାଲିକାରେ ଚିନି ଏବଂ...

ସ୍ବାମୀଙ୍କ ମଧ୍ୟରେ ଏହି ଗୁଣ ଦେଖି ବଢ଼େ ମହିଳାଙ୍କ ଉତ୍ସାହ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ହତୋପଦେଶ ବର୍ଣ୍ଣନା କରିଛନ୍ତି। ଏହା ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ କରିଥାଏ। ଯାହାକୁ ଆପଣାଇ ଜଣେ ଖୁସିରେ ଜୀବନ ଅତିବାହିତ...

Advertisement
Archives

Model This Week