ରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ପାକିସ୍ତାନୀ…

ଲାହୋର,୧୭।୮: ପାକିସ୍ତାନରେ ମୌଳବାଦୀ ଗୋଷ୍ଠୀ ବେଶ୍‌ ସକ୍ରିୟ ହେବାରେ ଲାଗିଛନ୍ତି। ତେହେରିକ-ଇ-ଲୈବାକ ନାମକ ଏକ ଉଗ୍ରବାଦୀ ସଂଗଠନର ସଦସ୍ୟ ଲାହୋର ଦୁର୍ଗରେ ଥିବା ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଧଳା ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ମୂର୍ତ୍ତି ଭାଙ୍ଗୁଥିବାରୁ ଦେଖିବାକୁ ମିଳୁଛି। ଭିଡ଼ିଓ ଆଧାରରେ ପୋଲିସ ଏହି ମାମଲାରେ ରିଜୱାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଯେ, ବିଶ୍ୱରେ ପାକିସ୍ତାନର ଭାବମୂର୍ତ୍ତି ପାଇଁ ଏଭଳି ଲୋକେ ଅତ୍ୟନ୍ତ ବିପଜ୍ଜନକ। ସୂଚନାଯୋଗ୍ୟ, ରାଜା ରଣଜିତ୍‌ ସିଂଙ୍କ ମୃତ୍ୟୁ ୧୮୩୯ରେ ଲାହୋରରେ ହୋଇଥିଲା। ସେତେବେଳେ ଲାହୋର ଭାରତର ଅଂଶବିଶେଷ ଥିଲା। ୨୦୧୯ ଜୁନ୍‌ରେ ଲାହୋର ଦୁର୍ଗରେ ରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପୁଣି ଫେରିଲା, ୫ କୋଟି ଲୋକ ଘରେ ବନ୍ଦ…

ବେଜିଂ, ୧୬।୩ : କରୋନା ମହାମାରୀ ପୁଣି ଚାଇନାକୁ ଫେରିଛି। ଗତ ତିନି ଦିନ ଧରି ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ...

ପାକିସ୍ତାନରେ ମହଙ୍ଗା ମାଡ, ଗ୍ୟାସ ୧୦ ହଜାର ତ ଅଟା କିଲୋ ୧୫୦ ଟଙ୍କା

ଇସଲାମାବାଦ,୬ ।୧: ପାକିସ୍ତାନ ମହଙ୍ଗା ମାଡରେ ବେଳକୁ ବେଳ ଅସହ୍ୟ ହେଲାଣି ସାଧାରଣ ଜୀବନ । ସାଧାରଣ ଜିନିଷ ଏବେ ଜନତାଙ୍କ ନିକଟରେ ପହଞ୍ଚିବା ବି...

ମେଡିସିନ ପାଇଁ ଏହି ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ,୫।୧୦- ମେଡିସିନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଚଳିତ ବର୍ଷ ନୋବେଲ ପୁରସ୍କାର ଲାଗି ଆମେରିକାର ହାର୍ଭେ ଜେ ଅଲଟର, ବ୍ରିଟିଶ ବୈଜ୍ଞାନିକ ମାଇକେଲ...

କୁଳଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି ଦିଆଯିବ ନାହିଁ କନସୁଲାର ଆକ୍ସେସ୍‌:ପାକିସ୍ତାନ

ଇସ୍‌ଲାମାବାଦ,୧୨।୯: ପାକିସ୍ତାନ ଜେଲରେ ବନ୍ଦୀଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ପୁଣି ଥରେ ପାକିସ୍ତାନ ତା’ର ପୂର୍ବପାଠର ଆଲୋଚନା କରିଛି। ପାକିସ୍ତାନ କହିଛି ସେ ଦ୍ୱିତୀୟ ଥର...

କରୋନା ପାଇଁ ବୋନସ୍‌

ନ୍ୟୁୟର୍କ: କରୋନାରୁ ରକ୍ଷାପାଇବା ପାଇଁ ଘରେ କାମ କଲେ ମିଳିବ ବୋନସ୍‌ । ବିଭିନ୍ନ ଦେଶରେ ଏବେ କେତେକ କମ୍ପାନୀ ଏପରି ଅଫର ଦେଉଛନ୍ତି। ଏବେ...

ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ କରିବ ବ୍ରିଟେନ

ଲଣ୍ଡନ, ୧୧ା୧୨: ମିଡିଆ ସଂସ୍ଥା ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ ହାଇକୋର୍ଟରେ ଆମେରିକା କରିଥିବା ଆବେଦନକୁ ଶୁକ୍ରବାର ମଞ୍ଜୁରୀ ମିଳିଛି। ଏବେ...

ଉଚ୍ଚ ରକ୍ତଚାପ ଦୂର କରେ ସଙ୍ଗୀତ

ଉଚ୍ଚ ରକ୍ତଚାପ ବା ହାଇପର୍‌ ଟେନସନ୍‌ ଏକ ଗମ୍ଭୀର ରୋଗ। ରକ୍ତଚାପ ବୃଦ୍ଧି ହେଲେ ହୃଦ୍‌ରୋଗ, କିଡ୍‌ନୀ ସମ୍ଯଯା, ଷ୍ଟ୍ରୋକ୍‌ ଏବଂ ଅନେକ ଗମ୍ଭୀର ରୋଗର...

ଆକାଶରୁ ହେଲା ଉଲ୍‌କା ବର୍ଷା: ଘଣ୍ଟାପ୍ରତି ଲକ୍ଷେ ୩୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଆସିଲା ମାଡ଼ି

ଦୁବାଇ,୧୪।୧୨: ଆକାଶରୁ ଉଲକା ବର୍ଷା ହେବାର ମହାଜାଗତିକ ଦୃଶ୍ୟ ରବିବାର ରାତ୍ରରେ ଦେଖିବାକୁ ମିଳିଛି। ଏଭଳି ଉଲ୍‌କା ବର୍ଷା ଜେମିନି(ମିଥୁନ) ନକ୍ଷତ୍ରପୁଞ୍ଜରୁ ହେଉଥିବାରୁ ଏହାକୁ ଜେମିନିଡ୍‌...

Advertisement
Archives

Model This Week