ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କଲେ ଦମ୍ପତି!

ମେଙ୍ଗାଲୁରୁ,୧୭ ।୮: କର୍ନାଟକର ମେଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଉଭୟ କରୋନାରେ ସଂକ୍ରମିତ ଥିଲେ । ସୁଇସାଇଟ ନୋଟରେ ସ୍ୱାମୀ ଲେଖିଛନ୍ତି ମୋ ପତ୍ନୀ ମଧୁମେହରେ ପୀଡ଼ିତ, ସମାଚାର ଚ୍ୟାନେଲରେ ଦେଖାଯାଉଛି କି କରୋନାରେ ସଂକ୍ରମିତ ମଧୁମେହ ରୋଗୀ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେବେ ଓ ଏହାଦ୍ୱାରା ଶରୀରର କିଛି ଅଙ୍ଗ ନଷ୍ଟ ହୋଇଯିବ । ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିବ ତେଣୁ ଆମେ ଆତ୍ମହତ୍ୟା କରୁଛୁ । ମୃତକ ରମେଶ(୪୦) ଓ ଗୁନା ଆର୍ ସୁବର୍ଣ୍ଣା(୩୫) ବୋଲି ଚିହ୍ନଟ କରାଯାଇଛି । ଏହି ଦମ୍ପତି ମାଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଗତ ଏକ ସପ୍ତାହ ହେବ ଏମାନେ କରୋନାରେ ପୀଡିତ ହୋଇଥିଲେ । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ଏମାନେ ପୋଲିସ କମିଶନର ଏନ୍ ଶଶି କୁମାରଙ୍କୁ ଏକ ଅଡିଓ ମେସେଜ୍ ଦେଇଥିଲେ । ଏଥିରେ ସେମାନେ କହିଥିଲେ କି ବ୍ଲାକ ଫଙ୍ଗସ ଡରରେ ଆମେ ଆତ୍ମହତ୍ୟା କରୁଛି । ଏହାପରେ ପୋଲିସ କମିଶନର ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାରଣ କରିବା ସହ ଗଣମାଧ୍ୟମକୁ ଏହି ଖବର ଦେଇ ସେମାନଙ୍କୁ ଖୋଜି ବାହାର କରିବାକୁ ଚେଷ୍ଟା କରିଥିଲେ । ଏମାନେ ସମସ୍ତେ ଆପାର୍ଟମେଣ୍ଟରେ ପହଞ୍ଚିବା ବେଳକୁ ଦମ୍ପତି ଆତ୍ମହତ୍ୟା କରି ସାରିଥିଲେ । ଡେଥ ନୋଟରେ କୁହାଯାଇଛି କି ଗୁନାଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲା ଯାହା ଫଳରେ ସେ କେବେ ମା’ ହୋଇ ପାରିବେ ନାହିଁ ବୋଲି ଡାକ୍ତର କହିଥିଲେ । ସେଥିପାଇଁ ସେ ପାଖ ପଡୋଶୀଙ୍କ ସହ ବେଶି ମିଳାମିଶା କରୁ ନ ଥିଲେ । କାରଣ ସେମାନେ ସନ୍ତାନ ବିଷୟରେ ତାଙ୍କୁ ପଚାରୁଥିଲେ । ଏଥିରେ ଆହୁରି ମଧ୍ୟ ଲେଖାଯାଇଛି କି ଆମେ ଅନୁରୋଧ କରୁଛୁ ଶରଣ ପମ୍ପବେଲ ଓ ସତ୍ୟଜିତ ସୁରଥକଲ ହିନ୍ଦୁ ରିତିନୀତି ଅନୁଯାୟୀ ଆମର ଅନ୍ତିମ ସଂସ୍କାର କରିବେ ଏଥିରେ ପୋଲିସ କମିଶନର ତାଙ୍କୁ ସହଯୋଗ କରିବେ । ଆଉ ଅନ୍ତିମ ସଂସ୍କାର ପାଇଁ ଆମେ ୧ ଲକ୍ଷ ଟଙ୍କା ରଖିଛୁ । ଏହାସହ ଘରର ଜିପିଷପତ୍ର ଗରିବଙ୍କ ମଧ୍ୟରେ ବାଣ୍ଟିଦେବେ । କାରଣ ଏହା ଆମର ମାତାପିତାଙ୍କର କାମରେ ଆସିବ ନାହିଁ । ପୋଲିସ କମିଶନର ଏନ୍ ଶଶି କୁମାର କହିଛନ୍ତି । ଏହା ଦୁର୍ଭାଗ୍ୟପୂର୍ଣ୍ଣ କାରଣ କର୍ନାଟକରେ ପ୍ରାୟ ୨୮ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଦେବ ୨୦ ଲକ୍ଷ ସରକାରୀ ଚାକିରି

ଲକ୍ଷ୍ନୌ,୨୩ ।୧୦: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍‌ୁତି ଆରମ୍ଭ କରିଛି କଂଗ୍ରେସ । ଶନିବାର ଦଳ ପକ୍ଷରୁ ‘ପ୍ରତିଜ୍ଞା ଯାତ୍ରା’ ବାହାର କରାଯାଇଛି...

ଛୁଆଙ୍କୁ ଗଛରେ ବାନ୍ଧି ନିର୍ଯାତନା

ବେଙ୍ଗାଲୁରୁ,୨୬।୧୦: ବେଙ୍ଗାଲୁରୁର ଏକ ସରକାରୀ ସ୍କୁଲ ପରିସରରେ ପିଲାଙ୍କୁ ନିର୍ଯାତନା ଦିଆଯିବା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପିଲାଙ୍କୁ ଗଛରେ ବାନ୍ଧି ପିଟିବା...

ଡିଜିଟାଲୀକରଣ ଦ୍ୱାରା ନ୍ୟାୟିକ ବ୍ୟବସ୍ଥାର ବିକାଶ ସମ୍ଭବ: ଜଷ୍ଟିସ ଚନ୍ଦ୍ରଚୂଡ଼…

ନୂଆଦିଲ୍ଲୀ, ୧୭।୯ : ନ୍ୟାୟିକ ପ୍ରକ୍ରିୟାରେ କାଗଜବିହୀନ କୋର୍ଟ ଆଇନଜୀବୀମାନଙ୍କ ପାଇଁ ସମୟ ବଞ୍ଚାଇବାର ମୂଲ୍ୟବାନ ଉପକରଣ ପାଲଟିବ। ଏହି କୋର୍ଟଗୁଡିକ ପରିବେଶ ଦୃଷ୍ଟିକୋଣରୁ ମଧ୍ୟ...

ଦିଲ୍ଲୀ ଦଙ୍ଗା ପାଇଁ ସୌଦିରୁ ଆସିଥିଲା ଟଙ୍କା

ନୂଆଦିଲ୍ଲୀ, ୨।୭: ଦିଲ୍ଲୀରେ ହୋଇଥିବା ଦଙ୍ଗା ପାଇଁ ସୌଦିରୁ ଟଙ୍କା ଆସିଥିଲା। ଏନେଇ ପୂର୍ବରୁ ପ୍ରସ୍ତୁତି ହୋଇଥିଲା। ସୌଦି ସହିତ ଦେଶର କେତେକ ଅଞ୍ଚଳରୁ ମଧ୍ୟ...

୫୬ ବର୍ଷରେ ୪ ଥର ବିଦ୍ରୋହ

ମୁମ୍ବାଇ,୨୩ା୬: କ୍ୟାଡରଭିତ୍ତିକ ଦଳ, ନେୃତୃତ୍ୱ ପ୍ରତି ପ୍ରବଳ ଆନୁଗତ୍ୟ। ତଥାପି ଚାରି ଚାରି ଥର ବିଦ୍ରୋହକୁ ସମ୍ନା କରିଛି ଶିବସେନା। ତହିଁରୁ ୩ ଥର ବିଦ୍ରୋହ...

ଜିଲାପାଳମାନେ କରୋନା ଲଢ଼େଇର ଫିଲ୍ଡ୍‌ କମାଣ୍ଡର: ମୋଦି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ରାଜ୍ୟର...

ଧୀରେନ୍ଦ୍ର ଓଝା ସିବିସି ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ, ୨।୯: ୧୯୯୦ ବ୍ୟାଚ୍‌ ଭାରତୀୟ ସୂଚନା ସେବା(ଆଇଆଇଏସ୍‌) ଅଧିକାରୀ ଧୀରେନ୍ଦ୍ର ଓଝା ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ କମ୍ୟୁନିକେଶନ(ସିବିସି)ର ମହାନିର୍ଦ୍ଦେଶକ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ...

ଜମ୍ମୁ ଶାନ୍ତି ସମ୍ମିଳନୀରେ ରାଜ ବବର କହିଲେ ଆମେ ଜି ୨୩ ନୁହେଁ ଗାନ୍ଧୀ ୨୩

ଜମ୍ମୁ,୨୭ ।୨: ଜମ୍ମୁରେ ଆୟୋଜିତ ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥବା କଂଗ୍ରେସ ନେତା ରାଜ ବବର କହିଛନ୍ତି ଆମକୁ ଜି-୨୩ କହୁଛନ୍ତି ହେଲେ ମୁଁ କହୁଛି...

Advertisement
Archives

Model This Week