ଶିଳ୍ପ ସମୃଦ୍ଧ ଜିଲାରେ ବଢୁଛି ହସ୍ତଶିଳ୍ପ

ଅନୁଗୋଳ ଅଫିସ, ୧୩ା୮: ଘରୋଇ ଓ ସରକାରୀ ଉଦ୍ୟୋଗରେ ସମୃଦ୍ଧ ଅନୁଗୋଳ ଜିଲାରେ ବଢ଼ୁଛି ହସ୍ତଶିଳ୍ପର ଆଦର। ଏଠାକାର ବାଉଁଶ କାରିଗରି, ଟେରାକୋଟା ଓ କଂସା ପିତଳ ସାମଗ୍ରୀକୁ ମିଳୁଛି ବେଶ୍‌ ପ୍ରଶଂସା। ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀରେ ଅନୁଗୋଳର ଏହି ହସ୍ତଶିଳ୍ପୀମାନେ ଅଂଶଗ୍ରହଣ କରି ଭଲ ରୋଜଗାର କରିବା ସହ ଜିଲାର ସୁନାମ ମଧ୍ୟ ବଢ଼ାଉଛନ୍ତି। ଅନୁଗୋଳର ଏହି ହସ୍ତଶିଳ୍ପକୁ ଆହୁରି ଆଗକୁ ନେବାକୁ ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଗାମୀ ଦିନରେ ପଟ୍ଟଚିତ୍ର ଓ ପଥର କାରିଗରିରେ ନୂଆ ନୂଆ ପ୍ରତିଭା ସୃଷ୍ଟି ସହ ଅଧିକରୁ ଅଧିକ ଲୋକଙ୍କୁ କିପରି ସ୍ବାବଲମ୍ବୀ କରାଯାଇପାରିବ ତାହା ଉପରେ ଜୋର୍‌ ଦିଆଯାଉଛି।
ଅନୁଗୋଳ ଜିଲାର ବାଉଁଶ କାରିଗରି ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ବାଉଁଶରେ ନିର୍ମିତ ଚାଙ୍ଗୁଡ଼ି, ଦୀପଦାନି, ଫୁଲତୋଡ଼ା, ମୋବାଇଲଷ୍ଟାଣ୍ଡ ଆଦି ପ୍ରଦର୍ଶନୀଗୁଡ଼ିକରେ ଭଲ ବ୍ୟବସାୟ କରୁଛି। ଏହାଦ୍ୱାରା ଅନୁଗୋଳ ବ୍ଲକ ସହ କିଶୋରନଗର, ଛେଣ୍ଡିପଦାର ପ୍ରାୟ ୧୨ଶହରୁ ଊର୍ଦ୍ଧ୍ୱ ପରିବାର ରୋଜଗାରକ୍ଷମ ହୋଇପାରିଛନ୍ତି। ସେହିପରି ଜିଲାର ଟେରାକୋଟା କାର୍ଯ୍ୟ ମଧ୍ୟ ଆକର୍ଷଣୀୟ। ବିଭିନ୍ନ ମୂର୍ତ୍ତି, ଘରକରଣା ସାମଗ୍ରୀ, ଭୋଗ କୁଡ଼ୁଆ ଆଦି ବହୁଳ ଭାବେ ପ୍ରସ୍ତୁତ ସହ ବିକ୍ରି ହେଉଛି। ବିଶେଷକରି ବିଭିନ୍ନ ପୂଜା, ମହୋତ୍ସବ, ପ୍ରଦର୍ଶନୀରେ ଏହା ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅନୁଗୋଳ ବ୍ଲକ ସହ ବଅଁରପାଳ ଓ ଛେଣ୍ଡିପଦାର ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ପରିବାର ଏହାକୁ ମୁଖ୍ୟ ଆୟର ମାଧ୍ୟମ କରିପାରିଛନ୍ତି। ଏଥିସହ ତୁବେର ପିତଳ ଓ କଂସା କାରିଗରିର ଚାହିଦା ରହିଛି। ଫୁଲପକା ବାସନ ସହ ଠାକୁରଙ୍କ ମୂର୍ତ୍ତି ଆଦି କରି ପ୍ରାୟ ଦେଢ଼ ଶହ ପରିବାର ସ୍ବାବଲମ୍ବୀ ହୋଇପାରିଛନ୍ତି। ହସ୍ତଶିଳ୍ପ ସାମଗ୍ରୀ ପ୍ରତି ବଢ଼ୁଥିବା ଆଗ୍ରହକୁ ଦୃଷ୍ଟିରେ ରଖି ଜିଲା ଶିଳ୍ପକେନ୍ଦ୍ର ପକ୍ଷରୁ ଜିଲାରେ ପଟ୍ଟଚିତ୍ର ଓ ପଥର ଖୋଦେଇ ଶିଳ୍ପୀ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। ତାଳଚେରଠାରେ ପଟ୍ଟଚିତ୍ର କାରିଗରି କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଆହୁରି ୧୫ ଜଣଙ୍କୁ ତାଲିମ ଦିଆଯାଉଥିଲେ ମଧ୍ୟ କରୋନା କଟକଣା ପାଇଁ ଏହା ବାଧାପ୍ରାପ୍ତ ହୋଇଛି। ବଅଁରପାଳଠାରେ ପଥର ଖୋଦେଇ କାମ ପାଇଁ ମଧ୍ୟ ଲୋକଙ୍କୁ ତାଲିମ ପ୍ରଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରେ ୧୫ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆଗାମୀ ଦିନରେ କେତେ ଲୋକ ଏଥିପ୍ରତି ଆକର୍ଷିତ ହେଉଛନ୍ତି ଓ ଏହାକୁ ପେସା କରିବାକୁ ଆଗେଇ ଆସୁଛନ୍ତି ତାହା ଅନୁଧ୍ୟାନ କରାଯିବ। ଯେଉଁମାନେ ଏଥିରେ ଭବିଷ୍ୟତ ଗଢ଼ିବା ପାଇଁ ଚାହିଁବେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲା ଶିଳ୍ପକେନ୍ଦ୍ର ପକ୍ଷରୁ କୁହାଯାଇଛି।

ସ୍ବାଗତଯୋଗ୍ୟ ପଦକ୍ଷେପ
ପରିବାରର ପରମ୍ପରାକୁ ବଜାୟ ରଖିଛି। ଅଧିକ କାର୍ଯ୍ୟ ଶିଖିବା ପାଇଁ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଇଛି। ଏବେ ଅନୁଗୋଳ ଜିଲାରେ ନୂଆକରି ପଟ୍ଟଚିତ୍ର ଶିଳ୍ପ ଆରମ୍ଭ ହେବା ସ୍ବାଗତଯୋଗ୍ୟ ପଦକ୍ଷେପ। ପ୍ରଶିକ୍ଷାର୍ଥୀମାନେ ଏଥିରେ କଠୋର ସାଧନା କଲେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ।
-ବିଜୟ କୁମାର ମହାପାତ୍ର, ପଟ୍ଟଚିତ୍ର ଶିଳ୍ପୀ, ତାଳଚେର

କଟକଣା ପାଇଁ ବିକ୍ରି ହୋଇପାରୁନି
୨୦୦୭ରୁ ଟେରାକୋଟା ହସ୍ତଶିଳ୍ପ ସହ ଯୋଡ଼ି ହୋଇଛି। ଜିଲା ବାହାର ବିଭିନ୍ନ ପ୍ରଦର୍ଶନୀକୁ ଯାଇ ରୋଜଗାର ବଢ଼ାଇପାରିଛି। ଏବେ କରୋନା କଟକଣା ପାଇଁ ସାମଗ୍ରୀ ପ୍ରସ୍ତୁତ ହେଉଥିଲେ ବି ବିକ୍ରି ହୋଇପାରୁ ନାହିଁ। ତଥାପି ଅଟକି ନ ଯାଇ କିଛି ନୂଆ ରୂପ ଦେବାର ଉଦ୍ୟମ ଜାରି ରଖିଛି।
-ବିଜୟ ବେହେରା, ଟେରାକୋଟା କାରିଗର, ବଅଁରପାଳ

ଅଧିକ ପ୍ରଚାର ପ୍ରସାର ହେଉ
ଅନୁଗୋଳ ଜିଲା ମହୋତ୍ସବ ହେଉ କି ସ୍ବରାଜ ଗ୍ରାମୋଦ୍ୟୋଗ ହାଟ, ସବୁଠି ହସ୍ତଶିଳ୍ପ ସାମଗ୍ରୀର ଭଲ ବିକ୍ରି ହେଉଛି। ଶସ୍ତା ଓ ଆକର୍ଷଣୀୟ ହୋଇଥିବାରୁ ଅଧିକ ଲୋକ ଏହାକୁ କିଣିବାକୁ ପସନ୍ଦ କରୁଛନ୍ତି। ଜିଲାର ଏହି କାରିଗରିର ଅଧିକ ପ୍ରଚାର ପ୍ରସାର କରାଗଲେ କାରିଗରମାନଙ୍କ ଆୟ ଆହୁରି ବୃଦ୍ଧି ପାଆନ୍ତା।
-ପ୍ରତାପ ମହାପାତ୍ର, ଅନୁଗୋଳ

ଆୟ, ଆଗ୍ରହ ବୃଦ୍ଧିପାଉଛି
ଅନୁଗୋଳ ହସ୍ତଶିଳ୍ପର ଚାହିଦା ବଢ଼ୁଥିବାରୁ କାରିଗରମାନେ ମାସକୁ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଅଣକୁଶଳୀମାନେ ମଧ୍ୟ ଅଢ଼େଇରୁ ତିନି ହଜାର ଆୟ କରୁଛନ୍ତି। ପ୍ରତିବର୍ଷ ବିଭିନ୍ନ ମେଳା ଓ ପ୍ରଦର୍ଶନୀରେ ୧୮ରୁ ୨୦ ଲକ୍ଷ ଟଙ୍କା ଯାଏ ଏହି ବ୍ୟବସାୟ ହେଉଛି। ତେଣୁ ବହୁ ସଂଖ୍ୟାରେ ମହିଳା, ପୁରୁଷ ଏଥିରେ ଯୋଡ଼ି ହେଉଛନ୍ତି।
-ଗଗନ ବିହାରୀ ନାଏକ, ଜିଏମ୍‌, ଜିଲା ଶିଳ୍ପ କେନ୍ଦ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏସ୍‌ଆଇଙ୍କ ଘରୁ ଲୁଟ୍‌: ଚୋରଙ୍କୁ ଗିରଫ ଦାବିରେ ପୋଲିସ ଗାଡ଼ି ଅଟକାଇଲେ ଗ୍ରାମବାସୀ

କେସିଙ୍ଗା,୧୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ବୋରିଆ ପଞ୍ଚାୟତ ଖଜୁରପଡ଼ା ଗାଁରେ ଏକ ଡକାୟତି ହୋଇଛି। ଜଣେ ମହିଳା ଡକାୟତ ଘରେ ପଶି ମହିଳାଙ୍କ ଗଳାରେ...

ପିଏମ୍‌ କେୟାର୍ସ ପାଣ୍ଠି ସମୀକ୍ଷା: ବିଜେଡି ସମର୍ଥନକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର,୧୪।୭(ବ୍ୟୁରୋ): କରୋନା ପାଇଁ ପିଏମ୍‌ କେୟାର୍ସ ପାଣ୍ଠିର ସମୀକ୍ଷା ପାର୍ଲାମେଣ୍ଟର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ପ୍ରୟାସକୁ ଭାଜପା ଅଟକାଇବାରେ ସଫଳ ହୋଇଛି। ତାହା ଯେତିକି...

ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଆହ୍ବାନ

ଗୁଡଭେଲା,୧୯।୪ଡି.ଏନ.ଏ.): ସମଗ୍ର ଦେଶରେ ବର୍ତ୍ତମାନ କରୋନା ବିରୋଧରେ ଲଢେଇ ଚାଲିଛି। ଏହି ସମୟରେ ଡାକ୍ତର, ନର୍ସ, ପୋଲିସ, ପରାମେଡିକାଲ, ସଫେଇ କର୍ମଚାରୀ, ପ୍ରଶାସନିକ ଅଧିକାରୀ ଓ...

ମାଓବାଦୀଙ୍କ ବର୍ବରତା: ଜାଳି ଦେଲେ ୭ ଗାଡ଼ି

ମାଲକାନଗିରି,୨୬ା୪: ଛତିଶଗଡ଼ରେ ଅପରେଶନ ପ୍ରହାର-୩କୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏପ୍ରିଲ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ସୋମବାର ମାଲକାନଗିରି ଜିଲାରେ...

ଯାଜପୁରରେ ପାଦ ଥାପିଲା ମହା ସିମେଣ୍ଟ କମ୍ପାନୀ

ଯାଜପୁର ଅଫିସ,୨୦ା୭ ଯାଜପୁର ଜିଲାରେ ଅତି ପ୍ରଦୂଷିତ ସିମେଣ୍ଟ କମ୍ପାନୀର ଲମ୍ବାଧାଡି ଲାଗିଛି। ଇମାମୀ(ବର୍ତ୍ତମାନ ନୁଭିଷ୍ଟା ପ୍ରା.ଲି.), ଜେଏସ୍‌ଡବ୍ଲ୍ୟୁ, ରାମ୍‌କୋ, ଯାଜପୁର ସିମେଣ୍ଟ ପରେ ତେଲଙ୍ଗାନା...

ଲୋକଙ୍କ ଅକ୍ତିଆରରେ ‘ମୋ ସାଇକେଲ’

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଭୁବନେଶ୍ୱରରେ ହକି ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ କ୍ୟାପିଟାଲ ରିଜିୟନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ମୋ ସାଇକେଲ ଓ ମୋ ବସ୍‌କୁ ଉଦ୍‌ଘାଟନ...

କଏଦୀଙ୍କୁ ବଣ୍ଟାଯିବ ସାନିଟାଇଜର, ମାସ୍କ

ଭୁବନେଶ୍ୱର,୧୭।୩ (ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ କଏଦୀମାନଙ୍କୁ ଭିଡିଓ କନ୍‌ଫରେନ୍ସରେ ହାଜର କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ମୁଖ୍ୟ...

ଲଗାଣ ବର୍ଷା: କାନ୍ଥ ପଡ଼ି ୪ ଆହତ

ପାଟପୁର,୫।୯(ଡି.ଏନ.ଏ.): ସାନଖେମୁଣ୍ଡି ବ୍ଲକ୍‌ ଟି.ଗୋବିନ୍ଦପୁର ପଞ୍ଚାୟତ ନବକୃଷ୍ଣପୁର ଗ୍ରାମରେ ଲଗାଣ ବର୍ଷାରେ ମଙ୍ଗଳବାର ରାତିରେ କାନ୍ଥ ପଡି ଗୋଟିଏ ପରିବାରର ୪ ଜଣ ଆହାତ ହୋଇଛନ୍ତି...

Advertisement
Archives

Model This Week