ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ ସୁରେଶଙ୍କ ପରିବାର

କାଏମା,୫ା୧୧(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଭିନ୍ନକ୍ଷମ ସୁରେଶ ମଳିକଙ୍କ ପରିବାର ଦୁଃଖଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ୪୦ ବର୍ଷୀୟ ସୁରେଶଙ୍କ ପରିବାର କହିଲେ ବାପା, ମା’, ସ୍ତ୍ରୀ ଓ ପୁଅଙ୍କୁ ମିଶାଇ ୫ ଜଣ। ସେ ଜନ୍ମରୁ ଭିନ୍ନକ୍ଷମ। ତାଙ୍କ ଦୁଇ ଗୋଡ଼ ଅଚଳ। ୨ ହାତରେ ଏ ଘରରୁ ସେ ଘର ଓ ବାହାରକୁ ଯିବା ଆସିବା କରନ୍ତି। ଏହାପରେ ବି ସେ ଘରେ ବସି କାଠ ତିଆରି ସୋଫା ଚେୟାର ବୁଣାବୁଣି କରି କିଛି ରୋଜଗାର କରୁଥିଲେ। ଏବେ ଡଲପ ଓ ସୋଫାର ବହୁଳ ବ୍ୟବହାର ପାଇଁ ଚେୟାର ବ୍ୟବହାର କମିଯାଇଛି। ଫଳରେ ତାଙ୍କ କାମ ବନ୍ଦ ହୋଇଯାଇଛି। ସେ ମଧ୍ୟ ଭଲ ମୃଦଙ୍ଗ ଓ ତବଲା ବଜାଇବା ପାଇଁ ଅନେକ ସ୍ଥାନକୁ ଯାଇଥାନ୍ତି। ସେଥିରୁ ଯାହା କିଛି ଖର୍ଚ୍ଚ ମିଳେ ପରିବାର ଦୁଃଖେକଷ୍ଟେ ଚଳିଯାଉଥିଲା। ତାହା ବି ବନ୍ଦ ହୋଇଯାଇଛି।
୧୦ ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ଟ୍ରାଇ ସାଇକଲ ମିଳିଥିଲା। ହେଲେ ଏବେ ତାହା ଭାଙ୍ଗିଗଲାଣି। ସୁରେଶଙ୍କ ବାପାଙ୍କ ବୟସ ୭୪ବର୍ଷ ହୋଇଥିବାବେଳେ ମା’ଙ୍କ ବୟସ ୬୩ ବର୍ଷ। ବାପା ସାଉଣ୍ଟି ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତି ପୋଷଣ କରୁଥିଲେ। ଏବେ କିନ୍ତୁ କୌଣସି କାମ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ବର୍ତ୍ତମାନ ପରିବାରରେ ରୋଜଗାର କରିବା ପାଇଁ କେହିନାହାନ୍ତି। ସୁରେଶଙ୍କ ଭତ୍ତା ୭୦୦ ଓ ବାପାଙ୍କ ଭତ୍ତା ଟଙ୍କା ୫୦୦ ମିଶି ମୋଟ୍‌ ୧୨୦୦ ଟଙ୍କା ଏବଂ ୧୫ କିଲୋ ଚାଉଳରେ ୫ ପ୍ରାଣୀ ଦୁଃଖକଷ୍ଟେ ଜୀବନ କାଟୁଛନ୍ତି। ପରିବାରରେ ୫ ଜଣ ଥିଲେ ବି ରାଶନ କାର୍ଡରେ ୩ ଜଣଙ୍କ ନାମ ରହିଛି। ଆଉ ୨ ଜଣ ରାଶନରୁ ବଞ୍ଚତ୍ତ ହୋଇଛନ୍ତି। କିଛିଦିନ ହେବ ସୁରେଶଙ୍କ ମା’ଉଜଳି ପରାଲିସିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଟଙ୍କା ଅଭାବରୁ ତାଙ୍କର ଚିକିତ୍ସା ହୋଇ ପାରୁନାହିଁ। ସାହିପଡ଼ିଶାଙ୍କ ସହଯୋଗରେ ତାଙ୍କୁ ମେଡିକାଲ ନିଆଯାଇ ଚିକିତ୍ସା କରାଯାଇଥିଲା। ଏବେ ସେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ସୁରେଶ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମା’ର ଚିକିତ୍ସା କରିପାରୁନାହାନ୍ତି ବୋଲି ସେ କହିଛନ୍ତି। ସେହିପରି ରାଶନରେ ତାଙ୍କ ସ୍ତ୍ରୀ ଜ୍ୟୋତି ଓ ପୁଅ ସ୍ବରାଜଙ୍କ ନାମ ସଂଯୋଗ ପାଇଁ ୫ ବର୍ଷ ହେବ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ହତାଶ ହୋଇଛନ୍ତି। ସରକାରଙ୍କ ଯୋଜନା ଅନୁସାରେ ୬୦ବର୍ଷ ପରେ ବାର୍ଧକ୍ୟ ଭତ୍ତା ବ୍ୟବସ୍ଥା ଥିଲେ ବି ତାଙ୍କ ମା’ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ଆଉ ଏକ ଟ୍ରାଇ ସାଇକଲ ପାଇଁ ସୁରେଶ ବହୁଥର ପ୍ରଶାସନକୁ ନିବେଦନ କରିଥିଲେ ବି କେହି ଶୁଣୁନାହାନ୍ତି। ପ୍ରଶାସିନକ ଅଧିକାରୀ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ବୋଲି ସେ କହିଛନ୍ତି। ତେଣୁ ଜିଲାପାଳ ଓ ସହୃଦୟ ବ୍ୟକ୍ତି ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ସୁରେଶ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri