ବସ୍ତାନି ବଦଳରେ ହାତରେ ଥାଳ

ମହାକାଳପଡ଼ା,୧୧।୬ (ଡି.ଏନ.ଏ.): ଦାରିଦ୍ର୍ୟ ଜୀବନକୁ ବାଟବଣା କରେ। ପେଟ ଚାଖଣ୍ଡକ ପାଇଁ ଥାଳ ଧରି ଡହଡହ ଟାଣ ଖରାରେ ବାରଦୁଆର ବୁଲି ଭାତ ମୁଠେ ପାଇଁ ସଂଗ୍ରାମ କରୁଥିବା କୁନି ପିଲାଟିର ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥାଏ କ୍ଷୁଧା। ସମୟ ପାଖାପାଖି ମଧ୍ୟାହ୍ନ ଯେତେବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜନଜୀବନ ଅସ୍ତବ୍ୟସ୍ତ କରି ବିଶ୍ରାମ ଖୋଜୁଥାଏ ଠିକ୍‌ ସେତିକି ବେଳେ ନିଜର ବାପା ସହ କବାଟ ପାଖରେ ଡାକ ଦିଏ ବାବୁ ଆମକୁ କିଛି ଦିଅ। ଏହି କୁନିପିଲାର ଡାକ ଶୁଣି ଯିଏ ଯାହା ଯଥା, ଭାତ ତରକାରିଠୁ ଆରମ୍ଭକରି ଚାଉଳ, ଟଙ୍କା ପଇସା ପର୍ଯ୍ୟନ୍ତ ଦେଇଥାନ୍ତି। ଯାହା ମିଳିଥାଏ ତାକୁ ଖାଇ ଟିକେ ବିଶ୍ରାମ ନେଇ ପୁଣି ଅପରାହ୍ନରେ ଘରକୁ ଘର ବୁଲିବାକୁ ପଡ଼େ। ରାତି ହେଲେ ଗଁା ବିଦ୍ୟାଳୟ ବାରଣ୍ଡା, ବାତ୍ୟା ଆଶ୍ରୟସ୍ଥଳ ପିଣ୍ଡାରେ ରାତ୍ରିଯାପନ କରିଥାନ୍ତି। ଯେଉଁ ବୟସରେ କୁନି ପିଲାଟି କାନ୍ଧରେ ବସ୍ତାନି ପକାଇ ବିଦ୍ୟାଳୟ ଯିବା କଥା, ସେହି ବୟସରେ ପେଟର ଭୋକ ପାଇଁ ହାତରେ ଥାଳ ଧରି ବାରଦୁଆର ବୁଲୁଥିବା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗଁାରେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସଭିଁଏ ପଢ଼ିବେ ସଭିଁଏ ବଢ଼ିବେ ନାରା ସତେଯେମିତି ଉପାନ୍ତ ଅଞ୍ଚଳରେ ହୋଇଛି ବାଟବଣା। ବିଦ୍ୟାଳୟଗୁଡ଼ିକରେ ମାଗଣାରେ ନାମଲେଖାଠାରୁ ଆରମ୍ଭକରି ମଧ୍ୟାହ୍ନଭୋଜନ ଯୋଗାଣ, ପୋଷାକ, ପୁସ୍ତକ, ସାଇକେଲ, ଷ୍ଟାଇପେଣ୍ଡ, ଭିଟାମିନ ଔଷଧ ଆଦି ମାଗଣାରେ ଯୋଗାଇ ଦିଆଯାଉଛ। ଏସବୁ ସତ୍ତ୍ୱେ ମଧ୍ୟ ପିଲାମାନେ ବିଦ୍ୟାଳୟ ପ୍ରତି ବିମୁଖ ହେଉଛନ୍ତି ତାହା ବୁଦ୍ଧିଜୀବୀ ମହଲରେ ଦୁଃଖ ପ୍ରକାଶ ପାଇଛି। ଶିକ୍ଷା ବିଭାଗର କେଉଁଠି ରହୁଛି ତ୍ରୁଟି, ସଚେତନତା ଅଭାବ ପାଇଁ ଏଭଳି ଅନେକ ପିଲା ଦାରିଦ୍ର୍ୟ ବାଧକ ଯୋଗୁ ମା’ବାପାଙ୍କ ସହିତ ଇଟାଭାଟିରେ କାମ କରୁଥିବା ବେଳେ ଆଉ କିଏ ପର ଘରେ ଘୁଷୁରି ଚରାଇବା, କିଏ କଙ୍କଡ଼ା ମାଛ ଧରିବାରେ ଶୈଶବ କାଟୁଛନ୍ତି। ପିଢ଼ି ପରେ ପିଢ଼ି ମା’ବାପାଙ୍କ କାର୍ଯ୍ୟକୁ ଅନୁସରଣ କରି ନିଜର ସନ୍ତାନମାନେ ସେହି ପ୍ରଥାକୁ ଆପଣେଇ ନେଉଛନ୍ତି ବୋଲି ଦେଖିବାକୁ ମିଳୁଛି। ତେବେ ଏଠାରେ ପ୍ରଶ୍ନ ଉଠେ ଏମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ହେଲେ ସରକାରଙ୍କ ଜନ କଲ୍ୟାଣ ଯୋଜନାଗୁଡ଼ିକରେ ସାମିଲ କରାଗଲେ ଅନ୍ତତଃ ପକ୍ଷେ ସାର୍ବଜନିନ ଶିକ୍ଷାରୁ ବଞ୍ଚତ୍ତ ହେବେ ନାହିଁ। ଏହି ଶିଶୁମାନଙ୍କୁ ଚିହ୍ନଟ କରି ଶିକ୍ଷାବର୍ଷ ଆରମ୍ଭରୁ ଜିଲା ଶିକ୍ଷା ବିଭାଗ ଏମାନଙ୍କ ଥଇଥାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ କରିବା ଆବଶ୍ୟକ ବୋଲି ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାରେ ଏହି ଶିଶୁମାନଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଅନୁସନ୍ଧାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ଚକିତ: ୨୦ରୁ ଅଧିକରୁ ପ୍ଲଟ୍‌ ସହ ଘରୁ ମିଳିଲା…

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ…

ବଢିଲା ରବି ଧାନ ସଂଗ୍ରହ ଅବଧି: ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୩୦।୬: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା…

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

ବାଣପୁରରେ ଭିଡ଼ ହିଂସା: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ୨ ଗିରଫ, ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା, ୩୦।୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବାଲିଅନ୍ତା ଓ ରାୟଗଡ଼ାର ଇନ୍ଦିରାଗୁଡ଼ା ପରେ ଏବେ ବାଣପୁରରେ ଭିଡ଼ ହିଂସାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼…

‘ମୋଦିଙ୍କୁ ଫୋନ କର, ସେ ଉଠି ସାରିଥିବେ’,ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଶୁଣି ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri