ମଧୁବାବୁ ପେନସନ୍‌ ହିତାଧିକାରୀଙ୍କୁ ମିଳିବ ନଗଦ ଟଙ୍କା

ଜଗତ୍‌ସିଂହପୁର ଅଫିସ,୧୧।୬: ଚଳିତ ମାସରୁ ମଧୁବାବୁ ପେନ୍‌ସନ୍‌ ଯୋଜନାର ହିତାଧିକାରୀଙ୍କୁ ନଗଦ ଟଙ୍କା ଆକାରରେ ପେନସନ୍‌ ଦିଆଯିବ। ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ହିତାଧିକାରୀଙ୍କୁ କର୍ମଚାରୀମାନେ ସେମାନଙ୍କ ଘରେ ଭତ୍ତା ରାଶି ପ୍ରଦାନ କରିବେ। ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ୮୦ ବର୍ଷରୁ ଅଧିକ ବୟସର ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ହିତାଧିକାରୀଙ୍କୁ ବ୍ୟାଙ୍କ ପ୍ରତିନିଧିମାନେ ସେମାନଙ୍କ ଘରେ ପହଞ୍ଚତ୍ ଭତ୍ତା ରାଶି ଦେବେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟି ଓ ଜିଲାସ୍ତରୀୟ ସମୀକ୍ଷା କମିଟି ବୈଠକରେ ଜିଲାପାଳ ପାରୁଲ ପଟୁଓ୍ବାରି ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି। ସେ ଏ କଥା ମଧ୍ୟ କହିଥିଲେ, ଯେଉଁମାନେ ଋଣ କରିଛନ୍ତି ସେମାନଙ୍କଠାରୁ ବିଭିନ୍ନ ସରକାରୀ ଯୋଜନାରେ ଦିଆଯାଉଥିବା ଭତ୍ତା ରାଶିରୁ କଟାଯାଇପାରିବ ନାହିଁ। ବ୍ୟାଙ୍କର୍ସମାନେ ଏଥିପ୍ରତି ଧ୍ୟାନ ଦେବେ। ଯେଉଁ ହିତାଧିକାରୀଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି, ସେମାନେ ବ୍ଲକସ୍ତରର ମୋ ସେବାକେନ୍ଦ୍ରରେ ଆଧାର ଲିଙ୍କ୍‌ କରି ପ୍ରାଥମିକ ଆକାଉଣ୍ଟ ସଂଶୋଧନ କରିପାରିବେ। ବଡ଼କଥା ହେଲା, ମୋ ଘର ଯୋଜନା ହେଉଛି ରାଜ୍ୟ ସରକାରଙ୍କ ଫ୍ଲାଗ୍‌ଶିପ୍‌ ପ୍ରୋଗ୍ରାମ। ଏହି ଯୋଜନାରେ ହିତାଧିକାରୀଙ୍କୁ ଗୃହଋଣ ପ୍ରଦାନ କରିବାରେ ବ୍ୟାଙ୍କର୍ସମାନେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ଜିଲାପାଳ ପରାମର୍ଶ ଦେଇଥିଲେ। ଅଗ୍ରିମ ବ୍ୟାଙ୍କ ପରିଚାଳକ, ନାବାର୍ଡ ଡିଡିଏମ୍‌ ନିଜ ସ୍ତରରେ ବିଭାଗୀୟ କ୍ଷେତ୍ର ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ କରିବେ। ଏଥିରେ ବ୍ୟାଙ୍କସ୍ତରରେ ବିଚାରାଧୀନ ଥିବା ଅର୍ଥାତ୍‌ ଅନୁମୋଦିତ ହୋଇ ନ ଥିବା ଋଣ ରାଶିର ସଂଶୋଧନ କରାଯାଇପାରିବ। ଆବଶ୍ୟକ ପଡ଼ିଲେ ପୁନର୍ବାର ଆବେଦନ କରାଯାଇପାରିବ। କ୍ଷେତ୍ରୀୟ ଅଧିକାରୀମାନେ ବ୍ୟାଙ୍କ ଅଧିକାରୀଙ୍କ ସହ ସମ୍ପର୍କ ରଖି ଋଣ ସ୍ଥିତି ସମ୍ପର୍କରେ ଅବଗତ ହେବା ଆବଶ୍ୟକ ବୋଲି ଜିଲାପାଳ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବ ବୈଠକର ବିବରଣୀ ଦୃଢ଼ୀକରଣ କରାଯାଇଥିଲା। ଜିଲାରେ ମାର୍ଚ୍ଚ ୨୦୨୩ ସୁଦ୍ଧା କ୍ରେଡିଟ୍‌-ଡେବିଟ୍‌ ଅନୁପାତ ୪୯:୭୮ ପ୍ରତିଶତକୁ ବୃଦ୍ଧି ପାଇଛି । ମାର୍ଚ୍ଚ ସୁଦ୍ଧା ଆନୁଆଲ କ୍ରେଡିଟ୍‌ ପ୍ଲାନ୍‌ ୧୦୩:୩୧ ପ୍ରତିଶତ ହୋଇଥିବା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଚିନାରା ବାପୁଜୀ ସୁବୁଦ୍ଧି ପ୍ରକାଶ କରିଥିଲେ। ବୈଠକରେ କୃଷି ଟର୍ମ ଲୋନ୍‌, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଖଦି ଓ ଗ୍ରାମ ଶିଳ୍ପ, ମହିଳା ଏସ୍‌ଏଚ୍‌ଜି ବ୍ୟାଙ୍କ ଲିଙ୍କେଜ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପିଏମ୍‌ଇଜିପି, ପିଏମ୍‌ଏଫ୍‌ଏମ୍‌ଇ, ଶିଳ୍ପୀ ଉନ୍ନତି ଯୋଜନା, ଷ୍ଟାଣ୍ଡ ଅଫ୍‌ ଇଣ୍ଡିଆ, ବଳରାମ, ଜାତୀୟ ସହରାଞ୍ଚଳ ଜୀବିକା ମିଶନ, ଫାଇନାନ୍ସିଆଲ ଲିଟେରାସି କ୍ୟାମ୍ପ, ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, କୁକୁଡ଼ା ଚାଷ, ଦୁଗ୍ଧ ଉତ୍ପାଦନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ରିଜର୍ଭ ବ୍ୟାଙ୍କ ପ୍ରତିନିଧିଭାବେ ମୋହିତ ଅଗ୍ରୱାଲ, ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ପରିଚାଳକ ଦେବାଶିଷ ରଥ, ଡିଡିଏମ୍‌ ନାବାର୍ଡ ବିଶ୍ୱଭୂଷଣ ମହାନ୍ତି, ମଦର୍ସ ସିଏଫ୍‌ଏଲ୍‌ ମୁଖ୍ୟ ପ୍ରମୋଦ କୁମାର ଦାସ, ବିଭିନ୍ନ ବ୍ୟାଙ୍କ ଶାଖା ପରିଚାଳକ, ଜିଲା ମୁଖ୍ୟ କୃଷି ଅଧିକାରୀ, ଜିଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକ, ଡିପିସି, ମିଶନ ଶକ୍ତି ଓ ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri