Posted inଖେଳ

ଗୋଟିଏ ଓଭରରେ ୬ ଛକା, ୨୪ ବଲରେ ଶତକ, ୪୩ ବଲରେ କଲେ ୧୯୩ ରନ୍, ଜାଣନ୍ତୁ କିଏ ଏହି ଦୁର୍ଦଶ ବ୍ୟାଟର

ନୂଆଦିଲ୍ଲୀ , ୬ା୧୨: ଟି୧୦ ଲିଗରେ କାଟାଲୋନିଆ ଜାଗୁଆରର ଓପନିଂ ବ୍ୟାଟ୍ସମ୍ୟାନ୍ ହାମଜା ସଲିମ ଡାର ଇତିହାସ ସୃଷ୍ଟି କରିଛନ୍ତି। ସେ ମାତ୍ର ୪୩ ବଲରେ ୧୯୩ ରନର ଇନିଂସ ଖେଳିଛନ୍ତି। ଇନିଂସ ଆରମ୍ଭରୁ ଓପନିଂ କରିବାକୁ ଆସି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୟୁରୋପୀୟ କ୍ରିକେଟ୍ ସିରିଜର ୪୫ ତମ ମ୍ୟାଚରେ ସୋହଲ ହସପିଟାଲେଟଙ୍କ ଦଳ କୌଣସି ୱିକେଟ୍ ନେଇପାରି ନଥିଲେ।

କାଟାଲୋନିଆ ଦଳ ବିନା  ୱିକେଟ୍ରେ  ୨୫.୭୦ ରନ୍ ହାରରେ ୧୦ ଓଭରରେ ୨୫୭ ରନ୍ ସଂଗ୍ରହ କରିଥିଲେ। ସଲିମଙ୍କ ୧୯୩ ରନ୍ ବ୍ୟତୀତ ୟାସିଲ ଅଲି ୫୮ ରନ୍ କରିଥିଲେ। ୧୯ ବଲରେ ୟାସିର ଅପରାଜିତ ୫୮ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଟରୁ ତିନି ଚାରି ଏବଂ ସାତ ଛକା ଆସିଥିଲେ। ତାଙ୍କର ଷ୍ଟ୍ରାଇକ୍ ହାର ୩୦୫.୨୬ ଥିଲା। କାଟାଲୋନିଆ ପାଇଁ ହାମଜା ସଲିମ ଦାର ବୋଲିଂ କରି ତିନୋଟି ୱିକେଟ୍ ମଧ୍ୟ ନେଇଥିଲେ।

ସଲିମ ତାଙ୍କର ଏହି ଐତିହାସିକ ଇନିଂସରେ ୧୪ ଚୌକା ଓ ୨୨ ଛକା ମାରିଥିଲେ। ସେ ୪୪୮.୮୩ ଷ୍ଟ୍ରାଇକ୍ ହାରରେ ରନ୍ ସଂଗ୍ରହ କରିଥିଲେ ଏବଂ ମାତ୍ର ୨୪ ବଲରେ ଶତକ ପୂରଣ କରିଥିଲେ। ଏହି ଇନିଂସ ସମୟରେ ସେ ଗୋଟିଏ ଓଭରରେ ୬ ଟି ଛକା ମାରିବାର ସଫଳତା ମଧ୍ୟ ହାସଲ କରିଥିଲେ। କାଟାଲୋନିଆର ଇନିଂସର ନବମ ଓଭର ବୋଲିଂ କରିବାକୁ ଆସିଥିବା ମହମ୍ମଦ ୱାରିସଙ୍କ ଓଭରରେ ମୋଟ ୪୩ ରନ୍ ସ୍କୋର ସଂଗ୍ରହ ହୋଇଥିଲା। ଏହି ଓଭରରେ ସଲିମ କ୍ରମାଗତ ୬ ଟି ଛକା ମାରିଥିଲେ। ଏହି ନଅ-ବଲ୍ ଓଭରରେ ଦୁଇଟି ୱାଇଡ୍ ଏବଂ ଗୋଟିଏ ନୋ ବଲ ଥିଲା। ସଲିମ ଏହି ଓଭରରେ ଚାରିଟି ଛକା ମାରିଥିଲେ ଏବଂ ଏହା ପରେ ସେ ଲଗାତାର ୬ ଟି ଛକା ମାରିଥିଲେ।

ପ୍ରଥମେ ବ୍ୟାଟିଂ କରି କାଟାଲୋନିଆ ଦଳ  ୱିକେଟ୍ ହରାଇ ନିର୍ଦ୍ଦିଷ୍ଟ ୧୦ ଓଭରରେ ୨୫୭ ରନ୍ ସଂଗ୍ରହ କରିଥିଲା। ୨୫୮ ରନର ଲକ୍ଷ୍ୟକୁ ପିଛା କରି ସୋହଲ ହସ୍ପିଟାଲର ଦଳ ୮ ୱିକେଟ୍ ହରାଇ  ମାତ୍ର ୧୦୪ ରନ୍ ସ୍କୋର ମ୍ୟାଚକୁ ୧୫୩ ରନରେ ହାରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri