ବନ୍ଧକଙ୍କ ମୁକ୍ତି ପାଇଁ ଏଭଳି ସର୍ତ୍ତ ରଖିଲା ହମାସ…

ଜେରୁଜେଲମ,୨୯।୧୦ : ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ପରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ ଆରମ୍ଭ ହୋଇଛି। ଇସ୍ରାଏଲ ଉତ୍ତର ଗାଜା ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି। ଇସ୍ରାଏଲ ଅନୁଯାୟୀ ଏହି ସଂଗ୍ରାମ ଆହୁରି ଭୟଙ୍କର ହେବ। ଏହି ସମୟରେ, ଇସ୍ରାଏଲ ଆଗରେ ସବୁଠାରୁ ବଡ ଆହ୍ବାନ ହେଉଛି ହମାସ ଦ୍ୱାରା ବନ୍ଧକ ଥିବା ନାଗରିକମାନଙ୍କୁ ମୁକ୍ତ କରିବା। ସୂଚନାଯୋଗ୍ୟ ହମାସ ୨୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖିଥିଲା। ହମାସ ବର୍ତ୍ତମାନ ଏହି ବିଷୟରେ ବୁ ଝାମଣା କରିବାକୁ ଆଗେଇଛି। ଏହା ପୂର୍ବରୁ ସେ କିଛି ବନ୍ଧକ ମୁକ୍ତ ହେବା ବଦଳରେ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର ବିଷୟରେ କହିଥିଲା। କିନ୍ତୁ ବର୍ତ୍ତମାନ ହମାସ ଏକ ନୂତନ ଦାବି କରଛି।

ଇସ୍ରାଏଲ ସମ୍ମୁଖରେ ହମାସ ଏକ ସର୍ତ୍ତ ରଖିଛି ଯଦି ବନ୍ଧକ ନାଗରିକମାନଙ୍କୁ ମୁକ୍ତ କରିବାକୁ ଚାହୁଁଛ ତେବେ ସମସ୍ତ ପାଲେଷ୍ଟାଇନୀୟମାନଙ୍କୁ ମୁକ୍ତ କରିବା ଉଚିତ। ହାମାସର ଜଣେ ନେତା ୟାହିୟା ସିନୱାର କହିଛନ୍ତି ଯଦି ଇସ୍ରାଏଲ ଏହାର ଜେଲରେ ଥିବା ସମସ୍ତ ପାଲେଷ୍ଟାଇନୀୟମାନଙ୍କୁ ମୁକ୍ତ କରେ, ତେବେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯିବ। ସିନୱାର କହିଛନ୍ତି ଆମର ସର୍ତ୍ତ ହେଉଛି ଇସ୍ରାଏଲର ଜେଲରେ ଥିବା ସେହି ସମସ୍ତ ପାଲେଷ୍ଟାଇନ ବନ୍ଦୀ ଯେଉଁମାନେ ପାଲେଷ୍ଟାଇନର ସ୍ବାଧୀନତାକୁ ସମର୍ଥନ କରିଥିଲେ ଏବଂ ପ୍ରଦର୍ଶନ କାରଣରୁ ଗିରଫ ହୋଇଥିଲେ ସେମାନଙ୍କୁ ମୁକ୍ତ କରାଯିବା ଉଚିତ। ଏବେ ଦେଖିବାକୁ ବାକି ରହିଲା ଇସ୍ରାଏଲ ଏହି ବିନିମୟ ପ୍ରସଙ୍ଗରେ କେତେ ରାଜି ହୋଇଛି ।

ଖବର ଅନୁଯାୟୀ, ଇସ୍ରାଏଲ ଏପର୍ଯ୍ୟନ୍ତ ଏହି ଦାବି ଗ୍ରହଣ କରି ନାହିଁ। ଏଥି ସହିତ ଗାଜା ଷ୍ଟ୍ରିପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ତୀବ୍ର ହୋଇଛି। ଇସ୍ରାଏଲ କୌଣସି ମୂଲ୍ୟରେ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। ଏହି ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଉତ୍ତେଜନା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri