ହମାସ୍‌ ମୁଖ୍ୟ ହାନିୟେଙ୍କୁ ହତ୍ୟା

ବେରୁଟ୍‌/ତେହରାନ୍‌,୧ା୮: ଇସ୍ରାଏଲୀ ବଳ ଲେବାନନ୍‌ର ବେରୁଟ୍‌ରେ ହେଜ୍‌ବୋଲ୍ଲାର ଦ୍ୱିତୀୟ ସର୍ବୋଚ୍ଚ ନେତା ଫଉଦ୍‌ ଶୁକର୍‌ଙ୍କୁ ଏୟାର ଷ୍ଟ୍ରାଇକ୍‌ କରି ହତ୍ୟା କରିଥିବା ମଙ୍ଗଳବାର ଘୋଷଣା କରିଥିଲା। ଏହାର ଦିନକ ପରେ ଅର୍ଥାତ୍‌ ବୁଧବାର ସକାଳେ ଇରାନ୍‌ ରାଜଧାନୀ ତେହରାନ୍‌ରେ ହମାସ୍‌ ସୁପ୍ରିମ ଲିଡର ଇସ୍‌ମାଇଲ୍‌ ହାନିୟେଙ୍କୁ ହତ୍ୟା କରାଯାଇଛି। ଇରାନ୍‌ ହାନିୟେଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛି। ଏଥିଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍‌ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ହମାସ୍‌ ଫାଇଟରଙ୍କ ରକେଟ ମାଡ଼ରେ ୧,୨୦୦ ଇସ୍ରାଏଲୀ ନିହତ ହୋଇଥିବାବେଳେ ସେମାନେ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ଇସ୍ରାଏଲ୍‌ ଏହାର ପ୍ରତିଶୋଧ ନେବାକୁ ଯାଇ ଗାଜା ଉପରେ ଆକ୍ରମଣ କରିଥିଲା। ଏଥିରେ ଅଦ୍ୟାବଧି ୩୯,୦୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଲାଣି। ଇସ୍ରାଏଲ-ହମାସ୍‌ ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ତେହରାନ୍‌ ବାସଭବନରେ ଆମତ୍ନିର୍ବାସନ ଜୀବନ ବିତାଉଥିବା ହମାସ୍‌ର ଶୀର୍ଷ ନେତା ଇସ୍‌ମାଇଲ୍‌ ହାନିୟେଙ୍କୁ ହତ୍ୟା କରାଯାଇଛି। ଇରାନ୍‌ର ନୂଆ ରାଷ୍ଟ୍ରପତି ମସୌଦ ପେଜେଶକିଆନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଫେରିବା ପରେ ଏୟାର ଷ୍ଟ୍ରାଇକ୍‌ରେ ସେ ନିହତ ହୋଇଛନ୍ତି। ହତ୍ୟା ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ଏହା ପଛରେ ଇସ୍ରାଏଲର ହାତ ଥିବା ହମାସ୍‌ ଏବଂ ଇରାନ୍‌ର ଅର୍ଦ୍ଧସାମରିକ ରିଭୋଲ୍ୟୁଶନାରି ଗାର୍ଡ ଅଧିକାରୀମାନେ କହିଛନ୍ତି। ତେବେ ଏହି ଅଭିଯୋଗକୁ ଇସ୍ରାଏଲ୍‌ ପକ୍ଷରୁ ଖଣ୍ଡନ କରାଯାଇ ନାହିଁ।

ହମାସ୍‌ର ଗାଜା ନେତା ୟହୟା ସିନ୍‌ଓ୍ବରଙ୍କୁ ଇସ୍ରାଏଲ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ବୋଲି କୁହାଯାଉଥିବାବେଳେ ହାନିୟେ ଅପେକ୍ଷାକୃତ ମଧ୍ୟମପନ୍ଥୀ ଚେହେରା ଥିଲେ। ଇତିମଧ୍ୟରେ ହମାସ୍‌ ରାଜନୈତିକ ମୁଖ୍ୟଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଇରାନ୍‌ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମନେଇ ଧମକ ଦେଇଛନ୍ତି। ଖାମନେଇ କହିଛନ୍ତି, ଇସ୍ରାଏଲ ହାନିୟେଙ୍କୁ ହତ୍ୟାକରି ନିଜ ପାଇଁ ଏକ କଠୋର ଦଣ୍ଡ ପ୍ରସ୍ତୁତ କରିଛି। ଏହାର ପ୍ରତିଶୋଧ ନେବା ଆମ କର୍ତ୍ତବ୍ୟ ବୋଲି ଖାମନେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?