୧୬.୨୭ ଲକ୍ଷ ଜାଲ୍‌ କାର୍ଡରେ ରାଶନ ଲୁଟ୍‌

ଭୁବନେଶ୍ୱର,୧।୮(ଅନିଲ ଦାସ): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ରାଜ୍ୟ ସରକାର ଇ-କଓ୍ବୋଇସି ଲାଗୁ କରିବେ। ଏହାକୁ ହିତାଧିକାରୀଙ୍କ ପୋର୍ଟାଲରେ ଅପ୍‌ଲୋଡ କରାଯିବ। ଏହାଦ୍ବାରା କେଉଁ ଅଯୋଗ୍ୟ ହିତାଧିକାରୀ ରାଶନ ନେଉଛନ୍ତି ତାହା ଧରା ପଡ଼ିଯିବ। ରାଜ୍ୟରେ ଏ ପର୍ଯ୍ୟନ୍ତ ୬ ଲକ୍ଷ ୧୯ ହଜାର ୮୩୬ ହିତାଧିକାରୀ ରାଶନ କାର୍ଡ ପାଇଁ ଆବେଦନ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭା ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ବଦଳରେ ନୂଆ ହିତାଧିକାରୀଙ୍କୁ ରାଶନ କାର୍ଡ ବଣ୍ଟନ କରାଯିବ। ରାଜନୈତିକ ଉଦ୍ଦେଶ୍ୟ କିମ୍ବା ଅନ୍ୟ କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ ପୁଣି ଥରେ ଆବେଦନ କରିପାରିବେ। ବାପା ପୁଅ ଅଲଗା ରହୁଥିଲେ ଉଭୟଙ୍କୁ ରାଶନ କାର୍ଡ ଦେବାକୁ ବ୍ୟବସ୍ଥା କରାଯିବ। ବୟସାଧିକ କାରଣରୁ ଯେଉଁମାନେ ପିଡିଏସ୍‌ ଚାଉଳ ନେବାକୁ ଯାଇ ପାରୁନାହାନ୍ତି ରାଜ୍ୟ ସରକାର ସେମାନଙ୍କ ଘରେ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛନ୍ତି। ସେହିଭଳି ଯେଉଁମାନଙ୍କ ବୟସାଧିକ କାରଣରୁ ଟିପ ଚିହ୍ନ ଦେଇ ପାରୁନାହାନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଆପ୍‌ ଆଣିବେ। ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ବାୟୋମେଟ୍ରିକ୍ସ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯିବ। ଏଥିସହିତ ରାଶନ ବଣ୍ଟା ହେଉଥିବା ସ୍ଥାନରୁ ଯେଉଁ ଗାଁଗୁଡ଼ିକ ଦୂରରେ ରହିଛି ସେମାନଙ୍କୁ ଘରେ ରାଶନ ସାମଗ୍ରୀ ପହଞ୍ଚାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ନୂଆ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନକୁ ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ। ପ୍ରଶ୍ନକାଳରେ ମୂଳପ୍ରଶ୍ନ କର୍ତ୍ତା ଭାଜପା ସଭ୍ୟ ଉମା ଚରଣ ମଲ୍ଲିକ ପ୍ରଶ୍ନ ନଂ. ୧୮୧ ଜରିଆରେ ପଚାରିଥିଲେ ଯେ ୫ ବର୍ଷର ଶିଶୁ ଓ ନୂଆ ବାହା ହୋଇଥିବା ମହିଳାମାନଙ୍କର ନାମ ଯୋଗ କରିବାକୁ ଦରଖାସ୍ତ କଲେ ନାମ ଯୋଡ଼ାଯାଉ ନାହିଁ। ନୂଆ କାର୍ଡଧାରୀଙ୍କ ନାମ ଯୋଡ଼ିବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି। ସେମାନଙ୍କ ନାମ କେବେ ସୁଦ୍ଧା ଯୋଡ଼ାଯିବ। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି , ୫ ବର୍ଷର ଶିଶୁଙ୍କ ନାମ ଯୋଡ଼ିବା ପାଇଁ ବ୍ୟବସ୍ଥା ରହିଛି। ଖାଲି ହେଉଥିବା ସ୍ଥାନରେ ନାମ ଯୋଡ଼ା ଯାଉଛି। ନୂଆ ବାହା ହୋଇଥିବା ମହିଳାମାନେ ସେମାନଙ୍କ ନାମ ପୁରୁଣା କାର୍ଡରୁ କାଟି ନୂଆ ପରିବାର ସହ ଯୋଗକରିବା ବ୍ୟବସ୍ଥା ରହିଛି। ସେହିପରି ଭାଜପା ସଭ୍ୟ ସାରଦା ପ୍ରସନ୍ନ ନାୟକ ଅଭିଯୋଗ କରିଥିଲେ, ରାଜନୈତିକ ଆକ୍ରୋଶ ରଖି ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ଦିଆଯାଇ ନାହିଁ। ଦଳୀୟ ଭିତ୍ତିରେ ବଣ୍ଟାଯାଇଛି। ଭାଜପା ସଭ୍ୟ ଟଙ୍କଧର ତ୍ରିପାଠୀ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଗତ ସରକାର ସମୟରେ ଦଳୀୟ ଆଧାରରେ ରାଶନ କାର୍ଡ ବଣ୍ଟନ କରାଯାଇଥିଲା। ରାଜ୍ୟରେ କେତେ ଭୂତ ରାଶନ କାର୍ଡଧାରୀ ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉ। ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯାଉ। ବିଜେଡି ସଭ୍ୟ ଗଣେଶ୍ୱର ବେହେରା ଅତିରିକ୍ତ ପ୍ରଶ୍ନରେ କହିଲେ, ୨୦୧୧ ଜନଗଣନା ଆଧାରରେ ରାଶନ କାର୍ଡ ଦିଆଯାଇଥିଲା। ଇତିମଧ୍ୟରେ ୨୦୨୪ ହେଲାଣି। ଜନସଂଖ୍ୟା ବଢ଼ିଛି। କେତେ ଜନସଂଖ୍ୟାକୁ ରାଶନ କାର୍ଡ ଦିଆଯାଇଛି। ଯେଉଁ ହିତାଧିକାରୀଙ୍କ ହାତମୁଣ୍ଡ କାମ କରୁନି ସେମାନଙ୍କର ଫିଙ୍ଗର ପ୍ରିଣ୍ଟ ଦେବା ସମ୍ଭବ ନୁହେଁ। ସେହି ହିତାଧିକାରୀଙ୍କ ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି। ସିପିଆଇ (ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ରାଶନ କାର୍ଡ ନ କାଟି ନୂଆ ହିତାଧିକାରୀଙ୍କୁ ଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ସଭ୍ୟ ଅଶୋକ ଦାସ ଓଜନ ମାପରେ ହେଉଥିବା ହେରଫେରକୁ ରୋକିବା ସହ ନୂଆ ରାଶନ କାର୍ଡ ପାଇଁ କ’ଣ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି ବୋଲି ପଚାରିଥିଲେ। ଭାଜପା ସଭ୍ୟ ସିଦ୍ଧାନ୍ତ ମହାପାତ୍ର କହିଥିଲେ, ରାଶନ କାର୍ଡକୁ ଅଲଗା କରି ବୁଢ଼ା ମାଆ ବାପାଙ୍କୁ ଦେବା ସହ ପ୍ରବାସୀ ଶ୍ରମିକଙ୍କ ପାଇଁ ନୂଆ କାର୍ଡ ଦେବା ବ୍ୟବସ୍ଥା କରିବେ କି। ବିଜେଡି ସଭ୍ୟ ସୌଭିକ ବିଶ୍ୱାଳ ରାଶନ କାର୍ଡ ଆବେଦନ ପାଇଁ ପୋର୍ଟାଲ ଖୋଲୁ ନ ଥିବା ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ। ବିଜେଡି ସଭ୍ୟ ଦିବ୍ୟଶଙ୍କର ମିଶ୍ର କହିଥିଲେ, ସରକାର ଯେଉଁ ଭୂତ କାର୍ଡ ପାଇଛନ୍ତି ସେଥିରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେତେକ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କେତେ ପ୍ରତିଶତ ଅଛନ୍ତି। କଂଗ୍ରେସ ସଭ୍ୟ ପବିତ୍ର ସାଉଁଟା କହିଲେ, ଆଦିବାସୀ ଅଞ୍ଚଳରେ ଦୂରରୁ ଲୋକମାନେ ଆସି ଚାଉଳ ନେଇ ପାରୁନାହାନ୍ତି। ସେମାନଙ୍କୁ ଦେବା ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀ ଉତ୍ତରରେ କହିଛନ୍ତି, ଜଣେ କାର୍ଡଧାରୀ ଚାଉଳ ନେଇ ଯାଉଛନ୍ତି। ଅନ୍ୟ ହିତାଧିକାରୀଙ୍କ ସ୍ଥିତି କ’ଣ ତାହା ଜାଣିହେଉ ନାହିଁ। ସେଥିପାଇଁ ହିତାଧିକାରୀଙ୍କୁ ଇ-କଓ୍ବୋଇସି ଅପଲୋଡ କରାଯିବ। ସେଥିରେ ପ୍ରକୃତ ହିତାଧିକାରୀଙ୍କ ତଥ୍ୟ ଜଣାପଡ଼ିବ। ୨୦୧୧ରେ ରାଜ୍ୟରେ ମୋଟ ୪,୧୯,୬୪,୫୧୮ ଲୋକସଂଖ୍ୟା ଥିଲା। ଏହାକୁ ଆଧାର କରି ୩ କୋଟି ୨୫ ଲକ୍ଷ ୯୩ ହଜାର ୮୭୫ ଜଣଙ୍କୁ ଚାଉଳ ଯୋଗାଇ ଦିଆଯାଇଛି। ଯାହାକି ସମୁଦାୟ ଜନସଂଖ୍ୟାର ୭୮ ପ୍ରତିଶତ। ଇତିମଧ୍ୟରେ ଯେଉଁ ଜନସଂଖ୍ୟା ବଢ଼ିଛି ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୨ ହଜାର ୧୪୪ ଜଣଙ୍କୁ ରାଜ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କେଉଁଠି ଚାଉଳ ହେରଫେର ହେଉଛି ସେ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?