Posted inଫୁରସତ

ହାଫ୍‌ ହ୍ବିଲ ବାଇସାଇକେଲ

ସାଇକେଲ ଗଡ଼େ ତା’ର ଦୁଇ ଗୋଲାକାର ଚକ ସାହାଯ୍ୟରେ। ଏମିତିକି ଯେକୌଣସି ବାହନ ହେଉ ପଛେ ତାହା ଗୋଲାକାର ଚକ ସାହାଯ୍ୟରେ ହିଁ ଚାଲେ। ଚକର ଗୋଲ ଆକାର ବାହନକୁ ଗଡ଼ିବାରେ ସାହାଯ୍ୟ କରେ। ହେଲେ ସେର୍ଗି ଗୋର୍ଡିଭ୍‌ ନାମକ ଜଣେ ଇଞ୍ଜିନିୟର ତିଆରି କରିଛନ୍ତି ଏକ ଅଜବ ପ୍ରକାର ସାଇକେଲ। ଏହି ସାଇକେଲର ବିଶେଷତ୍ୱ ହେଉଛି ଯେ, ଏହାର ପଛ ଚକ ଗୋଲାକାର ନୁହେଁ, ବରଂ ଏହା ତିଆରି ହୋଇଛି ଦୁଇଟି ଅର୍ଦ୍ଧ ଗୋଲାକାର ରିୟର ହ୍ବିଲ ସାହାଯ୍ୟରେ। ଏହି ଦୁଇ ଅର୍ଦ୍ଧଗୋଲାକାର ଚକକୁ କିଛି ଦୂରତା ବ୍ୟବଧାନରେ ସେ ଏଭଳି ଭାବେ ସାଇକେଲରେ ଖଞ୍ଜିଛନ୍ତି ଯେ, ଯାହାକୁ ଦେଖିଲେ ଲାଗିବ ସାଇକେଲ ଆଦୌ ଗଡୁ ନ ଥିବ। କିନ୍ତୁ ଏଭଳି ଚକ ଲଗାଯାଇଥିଲେ ହେଁ ସାଇକେଲଟି ଚାଲେ। ସେ ପୁଣି ସମାନ୍ତରାଳ ରାସ୍ତା ସହ ଖାଲଢିପ ରାସ୍ତାରେ ବି ଭଲରେ ଯାଇପାରେ। ତେବେ ଏହି ସାଇକେଲକୁ ତିଆରି କରିବା ଲାଗି ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା। ଅର୍ଦ୍ଧ ଗୋଲାକାର ଚକକୁ ଏଭଳିଭାବେ ସେଟ୍‌ କରିବା ଯେମିତିକି ତାହା ଗୋଲାକାର ଚକ ପରି କାମ କରିବ ତାହା ଆଦୌ ସହଜ କଥା ନ ଥିଲା। ତଥାପି ସେ ଏହାକୁ ସଫଳତାର ସହ କରିପାରିଲେ। ଏହାପୂର୍ବରୁ ସେ ଚେନ୍‌ ନ ଥିବା ସାଇକେଲ ବି ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri