ଗଣିତ ପଢ଼ାଉ ଥିବା ଅଧା ମ୍ୟାଡାମ୍‌-ସାର୍‌ ନିଜେ ପଢ଼ି ନାହାନ୍ତି ଗଣିତ ! : TISS ରିପୋର୍ଟ…

ନୂଆଦିଲ୍ଲୀ,୨୦।୧ : ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (ଟିଆଇଏସଏସ) ରେ ସେଣ୍ଟର ଅଫ ଏକ୍ସଲେନ୍ସ ଇନ ଟିଚର ଏଜୁକେଶନ(ସିଟିଇ) ପ୍ରତ୍ୟେକ ପିଲାଙ୍କ ପାଇଁ ସଠିକ ଶିକ୍ଷକ ଶୀର୍ଷକ ଏକ ଅନୁସନ୍ଧାନ ଅଧ୍ୟୟନ କରିଥିଲା। ଯେଉଁଥିରୁ ଜଣାପଡିଛି ସାରା ଦେଶରେ ଗଣିତ ପଢ଼ାଉ ଥିବା ୪୧ ପ୍ରତିଶତ ମ୍ୟାଡାମ୍‌-ସାର୍‌ ନିଜେ ଗଣିତ ପଢ଼ି ନାହାନ୍ତି। ସେମାନଙ୍କର ଗଣିତ ପଢ଼ାଇବାର ସମ୍ପୂର୍ଣ୍ଣ ଯୋଗ୍ୟତା ନାହିଁ। ସେମାନେ ସ୍ନାତକସ୍ତରରେ ଗଣିତ ଅଧ୍ୟୟନ କରିନାହାନ୍ତି । ଟାଟା ଇନଷ୍ଟିଚ୍ୟୁଟ ରିପୋର୍ଟ କରିଛି ଏହି ଅଭାବ ଆଠଟି ରାଜ୍ୟର ଉଭୟ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି, ଯେଉଁଠାରେ ୩୫ ରୁ ୪୧ ପ୍ରତିଶତ ଗଣିତ ପଢ଼ାଉଥିବା ମ୍ୟାଡାମ୍‌-ସାର୍‌ଙ୍କର ସ୍ନାତକରେ ଗଣିତ ପୃଷ୍ଠଭୂମି ନାହିଁ।

ଗବେଷଣା ବିଭିନ୍ନ ବିଷୟ ଉପରେ ଅଭିଜ୍ଞତା ଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥାଏ । ସର୍ଭେ ଫଳାଫଳ ଅନୁଯାୟୀ ଗଣିତ ୩୫ ପ୍ରତିଶତ ସହିତ ଶୀର୍ଷରେ ରହିଛି, ତା’ପରେ ଇଂଲିଶ ୩୧ ପ୍ରତିଶତ ଏବଂ ଆଞ୍ଚଳିକ ଭାଷା ୩୦ ପ୍ରତିଶତ ରହିଛି। ମହାରାଷ୍ଟ୍ର, ବିହାର, ଆସାମ, ଛତିଶଗଡ, କର୍ନାଟକ, ପଞ୍ଜାବ, ମିଜୋରାମ ଏବଂ ତେଲେଙ୍ଗାନାରେ କରାଯାଇଥିବା ସର୍ଭେକୁ ଆଧାର କରି ଏହି ରିପୋର୍ଟରେ ୪୨୨ବିଦ୍ୟାଳୟ, ୩୬୧୫ ଶିକ୍ଷକ, ୪୨୨ପ୍ରଧାନ ଶିକ୍ଷକ, ୬୮ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଏବଂ ବିଏସସି ରେ ପଢୁଥିବା ୧୪୮୧ ଛାତ୍ରୀଛାତ୍ର ଶିକ୍ଷକଙ୍କ ତଥ୍ୟ ଅନ୍ତର୍ଭୂକ୍ତ କରାଯାଇଛି।

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି େ ସମସ୍ତ ରାଜ୍ୟରେ ପ୍ରାଥମିକ ଶ୍ରେଣୀ ଶିକ୍ଷା ଦେଉଥିବା ୪୬ ପ୍ରତିଶତ ଶିକ୍ଷକଙ୍କର ଉପଯୁକ୍ତ ବୃତ୍ତିଗତ ଯୋଗ୍ୟତା ରହିଛି। ବିଶେଷକରି ଉତ୍ତର ପୂର୍ବାଞ୍ଚଳ ଏବଂ ହିମାଳୟ ରାଜ୍ୟଗୁଡିକରେ ବିଦ୍ୟାଳୟରେ ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରିବାର ଏକ ଜରୁରୀ ଆବଶ୍ୟକତା ଅଛି। ବେସରକାରୀ ବିଦ୍ୟାଳୟରେ ଚାକିରିର ଅବସ୍ଥା ଏବଂ ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେତୁ ଏହି କ୍ଷେତ୍ରରେ ଆହ୍ବାନଗୁଡିକ ଦର୍ଶାଯାଇଛି। ଫଳସ୍ବରୂପ, ବେସରକାରୀ କ୍ଷେତ୍ରର ପ୍ରାୟ ୪୦ ପ୍ରତିଶତ ଶିକ୍ଷକଙ୍କ ଶିକ୍ଷକତା ପ୍ରମାଣପତ୍ର ନାହିଁ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ କୌଣସି ଲିଖିତ ଦଲିଲ ବିନା ଶିକ୍ଷାଦାନ କରୁଛନ୍ତି।

ଏହା ସହିତ, ଅଧ୍ୟୟନରେ ଶିକ୍ଷକ ପ୍ରଶିକ୍ଷଣ ଏବଂ ନିଯୁକ୍ତି (ଏସଓଟିଟିଟିଇଆର) ଅନୁଯାୟୀ ଶାରୀରିକ ଶିକ୍ଷା, ସଙ୍ଗୀତ ଏବଂ କଳା ଭଳି ବିଷୟଗୁଡ଼ିକରେ ଶିକ୍ଷକମାନଙ୍କର ଘୋର ଅଭାବ ଦେଖାଦେଇଛି। ମୋଟ ଉପରେ, ସରକାରୀ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ସ୍ଥିତି ୩୬ ପ୍ରତିଶତ ଏବଂ ଘରୋଇ ବିଦ୍ୟାଳୟରେ ୬୫ ପ୍ରତିଶତ ରହିଛି। କଳା ଏବଂ ସଙ୍ଗୀତ ଶିକ୍ଷକଙ୍କ ଉପଲବ୍ଧତା ଆହୁରି ସୀମିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?