ଚପଲ ଖୋଲିବାକୁ କହିବାରୁ ଆଟେଣ୍ଡାଣ୍ଟଙ୍କୁ ଅର୍ଦ୍ଧନଗ୍ନ ଘଟଣା: ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଖୋର୍ଦ୍ଧା,୨୬ା୬(ପ୍ରଭାତ ପାଣିଗ୍ରାହୀ): ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆର୍‌ଏମ୍‌)ଙ୍କ ସ୍ତ୍ରୀଙ୍କୁ ଚପଲ ଖୋଲିବାକୁ କହିବାରୁ ଝାଡ଼ଖଣ୍ଡ ଧାନବାଦ ମଣ୍ଡଳ ରେଲଓ୍ବେ ହସ୍ପିଟାଲ ଆଟେଣ୍ଡାଣ୍ଟ ବସନ୍ତ ଉପାଧ୍ୟାୟଙ୍କୁ ଅର୍ଦ୍ଧନଗ୍ନ କରାଯିବା ଘଟଣାରେ ମାନବିକ ଅଧିକାର ଉଲ୍ଲଂଘନ ହୋଇଛି। ଏନେଇ ପୁରୀର ମାନବ ଅଧିକାର କର୍ମୀ ଜୟନ୍ତ ଦାଶ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଡିଆର୍‌ଏମ୍‌ଙ୍କ ବିରୋଧରେ ଭାରତୀୟ ରେଲଓ୍ବେର ଏକ ତଦନ୍ତକାରୀ ଟିମ୍‌ ଦ୍ୱାରା ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେ ନିବେଦନ କରିଛନ୍ତି। ଏହି ଘଟଣା ପରେ ବସନ୍ତ ମାନସିକ ସ୍ତରରେ ଭାଙ୍ଗିପଡ଼ିିଛନ୍ତି। ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ତେଣୁ ତାଙ୍କୁ ମେଡିକାଲ ଖର୍ଚ୍ଚ ଓ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ। ଏହି କ୍ଷତିପୂରଣ ଟଙ୍କା ସମ୍ପୃୃକ୍ତ ଡିଆର୍‌ଏମ୍‌ଙ୍କ ଦରମାରୁ ଭରଣା କରାଯାଉ। ଭବିଷ୍ୟତରେ ଯେପରି ଏପରି ଭୁଲ୍‌ର ସେ ପୁନରାବୃତ୍ତି ନ କରନ୍ତି ସେଥିପାଇଁ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାଶ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗୁରୁବାର ଡିଆର୍‌ଏମ୍‌ଙ୍କ ସ୍ତ୍ରୀ ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ଆଟେଣ୍ଡାଣ୍ଟ ଡ୍ୟୁଟିରେ ଥିବା ବସନ୍ତ ତାଙ୍କୁ ଚପଲ ବାହାରେ ରଖି ଯିବା ପାଇଁ କହିଥିଲେ। ଚାମ୍ବରକୁ କୌଣସି ରୋଗୀ ଆସିଲେ, ଚପଲ ବାହାରେ ରଖି ଆସିବା ପାଇଁ ପୂର୍ବରୁ ଡାକ୍ତରଙ୍କ ନିର୍ଦ୍ଦେଶ ରହିଥିଲା। ତେବେ ବସନ୍ତଙ୍କ କଥାକୁ ଏଡ଼ାଇ ଯାଇ ସେ ଚପଲ ପିନ୍ଧି ଡାକ୍ତରଙ୍କ ନିକଟକୁ ଯାଇଥିଲେ। ପରେ ଡିଆର୍‌ଏମ୍‌ ମେଡିକାଲ ମୁଖ୍ୟ ଅଧୀକ୍ଷକ (ସିଏମ୍‌ଏସ୍‌)ଙ୍କ ଦ୍ୱାରା ବସନ୍ତଙ୍କୁ ଚାମ୍ବରକୁ ଡକାଇଥିଲେ। ଡିଆର୍‌ଏମ୍‌ଙ୍କ ନିକଟରେ ଉଭୟ ବସନ୍ତ ଏବଂ ସିଏମ୍‌ଏସ୍‌ ପହଞ୍ଚିଥିଲେ। ସ୍ତ୍ରୀଙ୍କୁ ଚପଲ ଖୋଲି ଡାକ୍ତରଙ୍କ ନିକଟକୁ ଯିବା ପାଇଁ କହିବାରୁ ଡିଆର୍‌ଏମ୍‌ ବସନ୍ତଙ୍କୁ ଗାଳିଗୁଲଜ କରିଥିଲେ। ଏତିକିରେ ତାଙ୍କ ମନ ଶାନ୍ତ ହୋଇ ନ ଥିଲା। ତାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଘରକୁ ପଠାଇଥିଲେ। ଡିଆର୍‌ଏମ୍‌ଙ୍କ ଏଭଳି ବ୍ୟବହାର ନେଇ ବସନ୍ତ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ। ତାଙ୍କୁ ପ୍ରଥମେ ଡିଭିଜନାଲ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଘଟଣା ନେଇ ଧାନବାଦ ମଣ୍ଡଳ ରେଲଓ୍ବେ ହସ୍ପିଟାଲ୍‌ର ଗ୍ରୁପ୍‌-ଡି କର୍ମଚାରୀମାନେ ଡିଆର୍‌ଏମ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ମାନବ ଅଧିକାର କର୍ମୀ ଦାଶ କହିଛନ୍ତି, ଏ କ୍ଷେତ୍ରରେ ଖୋଲାଖୋଲି ଭାବେ ମୌଳିକ ଅଧିକାରର ଉଲ୍ଲଂଘନ କରାଯାଇଛି। ଏଣୁ ସମ୍ପୃକ୍ତ ଡିଆର୍‌ଏମ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ, ଯେପରି କୌଣସି ଅଧିକାରୀ ଏଭଳି ଘଟଣା ଘଟାଇବାକୁ ସାହସ କରିବେ ନାହିଁ। ସମ୍ବିଧାନ ସମସ୍ତଙ୍କ ପାଇଁ ସମାନ। ଏଥିପ୍ରତି ରେଳ ବିଭାଗ ଯତ୍ନବାନ ହେବା ଉଚିତ। ଏହା ଏକ ଅକ୍ଷମଣୀୟ ଭୁଲ। ଏଥିଲାଗି ସମ୍ପୃକ୍ତ ଡିଆର୍‌ଏମ୍‌ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଦାଶ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?