ଅଧେ ରହିଛି ଅଚଳ

ଛେଣ୍ଡିପଦା,୧୯ା୯(ସ୍ୱ.ପ୍ର.) – ସ୍ୱଳ୍ପ  ବୃଷ୍ଟି ପରି ସମସ୍ୟା ବେଳେ ଅଧିକ କାମରେ ଆସେ ଉଠା ଜଳସେଚନ ପ୍ରକଳ୍ପ। ଫସଲ ରକ୍ଷା ନିମନ୍ତେ ଚାଷୀଙ୍କ ପାଇଁ ଏହା ଏକ ବଡ଼ ବିକଳ୍ପ। ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଏହି ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚଳିତବର୍ଷ ଆବଶ୍ୟକ ପରିମାଣର ବର୍ଷା ହୋଇ ନ ଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶତାଧିକ ହେକ୍ଟର ଜମି ପଡ଼ିଆ ପଡ଼ିଛି। ତେବେ ଯେଉଁ କେତେ ହେକ୍ଟରରେ ଧାନ ଚାଷ କରାଯାଇଛି ତାହାକୁ ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଣ ହୋଇପାରୁ ନାହିଁ। କାରଣ ବ୍ଲକ ଅଞ୍ଚଳରେ ଥିବା ମୋଟ ୮୧ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ଅଧା ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି। ଫଳରେ ସମସ୍ୟାରେ ପଡ଼ିଛନ୍ତି ସହସ୍ରାଧିକ ଚାଷୀ।
ଛେଣ୍ଡିପଦା ବ୍ଲକରେ ମୋଟ ୩୫ ହଜାର ୮୦୬ ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ସେଥିରୁ ୧୨ ହଜାର ୪୬୩ ହେକ୍ଟରରେ ଧାନ ଚାଷ ହୋଇଥାଏ। ୬ ହଜାର ୭୪୯ ହେକ୍ଟରରେ ବୁଣା ଓ ୫ ହଜାର ୭୧୪ ହେକ୍ଟରରେ ତଳି ରୁଆଯାଇଥାଏ। କିନ୍ତୁ ଚଳିତବର୍ଷ ଆବଶ୍ୟକ ବର୍ଷା ଅଭାବରୁ ଧାନ ଚାଷରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ଏପରି ସମୟରେ ଉଠାଜଳସେଚନ ପ୍ରକଳ୍ପ ଚାଷ କାର୍ଯ୍ୟକୁ ଆଗେଇ ନେଇଥାନ୍ତା। କିନ୍ତୁ ବ୍ଲକ ଅଞ୍ଚଳରେ ଥିବା ମୋଟ ୮୧ ପ୍ରକଳ୍ପ ମଧ୍ୟରୁ ୪୧ଟି ଅଚଳ ଅବସ୍ଥାରେ ରହିଛି। କାହାର ପାଇପ୍‌ ଫାଟିଯାଇଛି ତ ଆଉ କେଉଁ ପ୍ରକଳ୍ପର ବିଲ୍‌ ବାକି ରହିଥିବାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଆଉ କେତୋଟି ଆରମ୍ଭରୁ ହିଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏ ନେଇ ଚାଷୀମାନେ ଯେତେ ଅଭିଯୋଗ କଲେ ମଧ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉ ନାହିଁ। କଙ୍କରେଇ ପଞ୍ଚାୟତର ଚାଷୀମାନଙ୍କ କହିବା ଅନୁଯାୟୀ, ଦେଢ ବର୍ଷ ତଳେ କଙ୍କରେଇ ଓ ଛୋଟବେରେଣୀ ଗ୍ରାମ ନାଳ ନିକଟରେ ୨ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ ସରକାରଙ୍କ ପକ୍ଷରୁ ୮୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହୋଇଥିଲା। ବିଦ୍ୟୁତ୍‌ ବ୍ୟବସ୍ଥା ନିମନ୍ତେ ଏକ ୬୩ କେଭି କ୍ଷମତାର ଟ୍ରନ୍ସଫର୍ମର ଲଗାଯାଇଥିଲା। ହେଲେ ଠିକାଦାର ଓ ବିଭାଗର କେତେଜଣ କର୍ମଚାରୀଙ୍କ ସଲାସୁତରା ଯୋଗୁ ନିମ୍ନମାନର କାର୍ଯ୍ୟ କରାଯାଇଛି। ଏହି କାରଣରୁ ଆରମ୍ଭରୁ ହିଁ ୨ଟି ଯାକ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି। ଏତେ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ବୁନ୍ଦାଏ ଜଳ ଜମି ନିକଟକୁ ଯାଇପାରି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ପ୍ରକଳ୍ପ ଥାଇ ଜମି ପଡ଼ିଆ
କଙ୍କରେଇ ଗ୍ରାମରେ ଥିବା ଉଠା ଜଳସେଚନ ପ୍ରକଳ୍ପ ନିକଟରେ ଏକର ଏକର ଜମି ରହିଛି। କିନ୍ତୁ ଜମିକୁ ପାଣି ମିଳୁ ନ ଥିବାରୁ ଚଳିତବର୍ଷ ସେସବୁ ପଡିଆ ପଡିଛି। ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମନମୁଖି ନୀତି ପାଇଁ ଗୁଜୁରାଣ ମେଣ୍ଟାଇବା ଚାଷୀମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି।
-ବାଲ୍‌ ପ୍ରଧାନ, ଚାଷୀ,
କଙ୍କରେଇ
ବୁନ୍ଦାଏ ପାଣି ମିଳୁନି
୨ଟି ପ୍ରକଳ୍ପ ପାଇଁ ବହୁ ଅର୍ଥ ବ୍ୟୟରେ ଗଭୀର ନଳକୂପ, ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଆଦି ବସାଯାଇଥିଲେ ମଧ୍ୟ ସେଥିରୁ ବୁନ୍ଦାଏ ପାଣି ଉଠାଯାଇପାରୁନି। ଦୀର୍ଘ ଦେଢ଼ ବର୍ଷ ମଧ୍ୟରେ ଚାଷୀମାନେ ଅନେକଥର ଏ ନେଇ ଅଭିଯୋଗ କରିଛନ୍ତି। କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଚାଷୀମାନେ ନିରାଶ ହୋଇଛନ୍ତି।
-ପୂର୍ଣ୍ଣଚନ୍ଦ୍ର ସାହୁ, ଚାଷୀ,
କଙ୍କରେଇ
କାର୍ଯ୍ୟକ୍ଷମ ନ ହୋଇ ଆସୁଛି ବିଲ୍‌
ଚଳିତବର୍ଷ ବର୍ଷା ଠିକ୍‌ ଭାବେ ହେଲାନାହିଁ। ଭାବିଥିଲୁ ଉଠାଜଳସେଚନ ପ୍ରକଳ୍ପରୁ ପାଣି ମିଳିଯିବ। କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁ ପ୍ରକଳ୍ପ ପାଇପ୍‌ ଫାଟିଯାଇଛି। ଏପରି କି ବିଦ୍ୟୁତ୍‌ ବ୍ୟବହାର ନ କରି ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବିଲ୍‌ ବକେୟା ରହିଛି ବୋଲି କୁହାଯାଉଛି। ଅଧିକାରୀମାନଙ୍କୁ ଜଣାଇଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ସତ୍ୟବାଦୀ ପ୍ରଧାନ, ଗ୍ରାମ ସଭାପତି
ଅକ୍ଟୋବର ମଧ୍ୟରେ କାର୍ଯ୍ୟକ୍ଷମ
ବ୍ଲକ ଅଞ୍ଚଳରେ ଅଚଳ ଥିବା ୪୧ ପ୍ରକଳ୍ପ ମଧ୍ୟରୁ ୧୮ଟିର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ତେବେ ପରିସ୍ଥିତିକୁ ଦେଖି ଅକ୍ଟୋବର ମାସ ମଧ୍ୟରେ ସେସବୁ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ କରାଯିବ। ଅନ୍ୟ କାରଣରୁ କାର୍ଯ୍ୟକ୍ଷମ ନ ଥିବା ୨୩ ପ୍ରକଳ୍ପକୁ ପାଣି ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯିବ।
-ବିନୋଦ କୁମାର ଦଳେଇ, ବ୍ଲକ କୃଷି ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବଝରନ ଫରେଷ୍ଟ ରିଜର୍ଭରେ ଝୁଲୁଛି ଅଜଣା ମୃତଦେହ

ବଲାଙ୍ଗୀର,୧୧।୫: ବଲାଙ୍ଗୀର ଆଗଲପୁର ଥାନା ଅନ୍ତର୍ଗତ ଆମୱଝରନ ରିଜର୍ବ ଫରେଷ୍ଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଛି । ସୂଚନା ଅନୁଯାୟୀ, ଆମ୍ବଝରନ ରିର୍ଜବ ଫରେଷ୍ଟଠାରେ ଏକ…

କୋଟିଆରେ ଶେଷ ହୋଇଛି ଶତ ପ୍ରତିଶତ ଘରଗଣନା: ମନ୍ତ୍ରୀ

ଭୁବନେଶ୍ୱର,୧୧।୫: ରାଜ୍ୟରେ ଚାଲିଥିବା ଜନଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଥିବା…

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କ ଭରସା ନାହିଁ, ଆଲର୍ଟ କେନ୍ଦ୍ରରେ ବାଜୁନି ସାଇରନ

କେନ୍ଦ୍ରାପଡା,୧୧୦ା୫ (ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ବନ୍ୟା, ବାତ୍ୟା ସହ ସୁନାମି…

ମୋବାଇଲ୍‌ ଟାଓ୍ବାର ଉପରେ ଚଢ଼ିଗଲେ ଯୁବକ: ପରେ ଧମକ ଦେଇ ଯେଉଁ କାଣ୍ଡକଲେ…

କଲ୍ୟାଣସିଂହପୁର,୧୧।୫(ଦୀପକ କୁମାର ପରିଡା ): ମୋବାଇଲ ଟାୱାର ଉପରେ ଚଢି ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସହରରେ । ମଦ୍ୟପ…

ସୁନାଥରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ଭୁବନେଶ୍ୱର ସ୍ଥାନାନ୍ତର ହେଲେ ଦୁଇ ଗୁରୁତର

ପୁରୁଷୋତ୍ତମପୁର,୧୧ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ରବିବାର ସନ୍ଧ୍ୟାରେ ରୋଷେଇ ପାଇଁ ଗ୍ୟାସ୍‌ ଲଗାଇବା ବେଳେ ହଠାତ୍‌ ସିଲିଣ୍ଡରଟି ବିସ୍ଫୋରଣ ହୋଇ…

ସରକାରୀ ଜମିରୁ ଉଚ୍ଛେଦବେଳେ ପ୍ରବଳ ବିରୋଧ, ତଥାପି ଜାରି ରହିଛି…

ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପୁଟୁଳିଆ ମୌଜାର ୭୭୪ ନମ୍ବର ପ୍ଲଟରୁ ସୋମବାର ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ। ଉଚ୍ଛେଦକୁ ବିରୋଧ କରି…

୧୨ ଘଣ୍ଟା ବିତିଲା: ସ୍ବାଭାବିକ ହୋଇପାରିଲାନାହିଁ ବିଦ୍ୟୁତ୍‌ ସେବା

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ରବିବାର ରାତି ୧୦ଟାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ସହରର ଅନେକ ସ୍ଥାନରେ ଗଛଡାଳ…

ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ

କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri