ବଜାୟ ରହିବ କେଶର ଚମକ

ବଦଳୁଥିବା ସମୟ ପାଇଁ କେତେକଙ୍କ କେଶ ଡ୍ୟାମେଜ୍‌ ଏବଂ ରଫ୍‌ ହେବା ଦେଖିବାକୁ ମିଳୁଛି। ଯେଉଁ କାରଣରୁ କେତେଜଣ ଯୁବତୀ ଡଲ୍‌ ଏବଂ ଡ୍ୟାମେଜ୍‌ କେଶକୁ ଆପଣାଇ ନେଉଛନ୍ତି। ବାୟୁମଣ୍ଡଳ ପ୍ରଦୂଷଣ ଏବଂ ଖରା ଯୋଗୁ କେଶ ବହୁତ ଡ୍ୟାମେଜ୍‌ ଏବଂ ଡ୍ରାଏ ଦେଖିବାକୁ ମିଳେ। ଏହାଦ୍ୱାରା ଆମ କେଶ ଖରାପ ହୋଇଯାଇଥାଏ। ଏଥିପାଇଁ କେଶର ଚମକ କିପରି ଆସିବ ସେଥିଲାଗି କେତୋଟି ଉପାୟ ଆପଣାଇବାକୁ ପଡ଼ିବ। ଜାଣନ୍ତୁ ଏ ସମ୍ପର୍କରେ
କେତୋଟି ଟିପ୍ସ…

କ୍ଷୀର ଏବଂ ମହୁ ମିଶ୍ରଣ : ଏହି ମିଶ୍ରଣକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରିପାରିବେ। ଏହାକୁ ପ୍ରସ୍ତୁତ କରିବାକୁ ହେଲେ ପ୍ରଥମେ ଅଧାକପ କ୍ଷୀର ନିଅନ୍ତୁ ଏବଂ ସେଥିରେ ୨ଚାମଚ ମହୁ ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ଭଲ ଭାବେ ମିଶାଇ କେଶରେ ଲଗାଇ କିଛି ସମୟ ରଖନ୍ତୁ। ଏହାକୁ ୩୦ମିନିଟ୍‌ ପରେ କେଶକୁ ଶାମ୍ପୋ ଲଗାଇ ଭଲଭାବେ ପାଣିରେ ଧୋଇ ଦିଅନ୍ତୁ।
ଅମୃତଭଣ୍ଡା ମାସ୍କ : ଯଦି ଆପଣଙ୍କର ରୂପି ସମସ୍ୟା ରହିଛି ତେବେ ଆପଣ ଏଥିପାଇଁ ଅମୃତଭଣ୍ଡାକୁ ବ୍ୟବହାରକରି କେଶକୁ ରୂପି ସମସ୍ୟାଠୁ ଦୂରେଇପାରିବେ। ଅମୃତଭଣ୍ଡା ରସକୁ କେଶରେ ଲଗାଇବା ଦ୍ୱାରା ଆପଣଙ୍କ କେଶ ମଜଭୁତ ହୋଇଥାଏ। ଅମୃତଭଣ୍ଡାର ଚୋପା ଛଡ଼ାଇ ସେଥିରେ ଆପଣ ଅଧାକପ ଦହି ମିଶାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣର ପେଷ୍ଟକୁ ନିଜ କେଶରେ ଲଗାଇ ଭଲଭାବେ ମସାଜ୍‌ କରନ୍ତୁ। ଏହାକୁ କିଛି ସମୟ ରଖିବା ପରେ କେଶକୁ ଭଲଭାବେ ଧୋଇଦିଅନ୍ତୁ।
ଜଜୋବା ଅୟଲ : ଜଜୋବା ତେଲ କେଶକୁ ପୋଷଣ ପ୍ରଦାନ କରିବା ସହ ମଜଭୁତ,ଘନ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହାର ବ୍ୟବହାର ତ୍ୱଚା ଏବଂ କେଶ ଜନିତ ସମସ୍ୟା ଦୂରକରିବାରେ ସାହାଯ୍ୟ କରିଥାଏ।
ଅଣ୍ଡା ଓ ଦହି ମାସ୍କ : କେଶକୁ ଉତ୍ତମ ପୋଷଣ ଦେବାକୁ ହେଲେ ଦହି ଏବଂ ଅଣ୍ଡାର ଧଳା ଅଂଶକୁ ମିଶାଇ ହେୟାର ମାସ୍କ ପ୍ରସ୍ତୁତ କରିପାରିବେ। ଏହାଦ୍ୱାରା କେଶ ରୁକ୍ଷ ହେବନାହିଁ ଏବଂ ପ୍ରଦୂଷଣର କୌଣସି ପ୍ରଭାବ କେଶ ଉପରେ ପଡିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri