Posted inଜାତୀୟ

କେଶ ରଙ୍ଗ, ୩ ଫଟୋ ଆଉ ୩ ପ୍ରଶ୍ନରୁ ୪୦ ବର୍ଷ ପରେ ସୁପ୍ରିମକୋର୍ଟ ନକଲି ପୋଷ୍ୟପୁତ୍ରଙ୍କୁ ଧରିଲେ…

ନୂଆଦିଲ୍ଲୀ,୨୨।୧୧ : ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ୪୦ ବର୍ଷର କେସ ପରେ ଶେଷରେ ତାଙ୍କ ଜେଜେମା’ଙ୍କ ସମ୍ପତ୍ତି ଅଧିକାର ପାଇଛନ୍ତି। ଏହି ମାମଲା ଟ୍ରାଏଲ କୋର୍ଟରୁ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚାଲିଥିଲା। ପରିଶେଷରେ ସେ ନିଜ ଜେଜେମା’ଙ୍କ ନକଲି ପୋଷ୍ୟପୁତ୍ର ବୋଲି ଦାବି କରୁଥିବା ଅପରାଧୀଙ୍କ ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ଭେଙ୍କୁବାୟାମା ନାମକ ଜଣେ ମହିଳା ୧୯୮୧ ମସିହାରେ ନିଜର ସମ୍ପତ୍ତିର ଉତ୍ତରାଧିକାରୀ ପ୍ରସ୍ତୁତ କରିଥିଲେ। ଏଥିରେ ସେ ତାଙ୍କର ଏକମାତ୍ର ନାତି କାଳୀ ପ୍ରସାଦଙ୍କ ନାମରେ ନିଜର ସମ୍ପତ୍ତି କରିଥିଲେ। ଭେଙ୍କୁବାୟାମାଙ୍କର ଜୁଲାଇ ୧୯୮୨ ରେ ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପରେ ହଠାତ ଜଣେ ବ୍ୟକ୍ତି ଫିଲ୍ମ ଭଳି ଭେଙ୍କୁବାୟାମାଙ୍କ ପୋଷ୍ୟପୁତ୍ର ବୋଲି ଦାବି କରୁଥିବା ଅନ୍ୟ ଏକ ଇଚ୍ଛାପତ୍ର ଉପସ୍ଥାପନ କରିଥିଲେ, ଯାହା ଏପ୍ରିଲ ୧୯୮୨ ରେ ହୋଇଥିଲା। ଏହି ଇଚ୍ଛାପତ୍ର ଅନୁସାରେ, ଭେଙ୍କବୁୟାମା ତାଙ୍କ ନାତିଙ୍କ ନାମରେ ଥିବା ସମ୍ପତ୍ତିର ଉତ୍ତରାଧିକାରୀ ଇଚ୍ଛାପତ୍ରକୁ ବାତିଲ କରି ସମସ୍ତ ସମ୍ପତ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ। ଏହି ମାମଲା ଟ୍ରାଏଲ କୋର୍ଟରେ ପହଞ୍ଚିଥିଲା।

୧୯୮୯ମସିହାରେ, ପୋଷ୍ୟପୁତ୍ରଙ୍କ ସପକ୍ଷରେ ଟ୍ରାଏଲ କୋର୍ଟ ଏହାର ରାୟ ପ୍ରଦାନ କରିଥିଲେ। ଏହା ପରେ ନାତି ହାଇକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ୨୦୦୬ରେ, ହାଇକୋର୍ଟ ଏହି ମାମଲାର ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହା ପରେ, ୨୦୦୮ମସିହାରେ, ତାଙ୍କ ପୋଷ୍ୟପୁତ୍ର ବୋଲି ଦାବି କରୁଥିବା ବ୍ୟକ୍ତି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ହାଇକୋର୍ଟଙ୍କ ଆଦେଶ ବିରୋଧରେ ଏକ ପିଟିଶନ ଦାଖଲ କରିଥିଲେ। ୨୦୧୦ ମସିହାରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ।

ଏହି ସମୟରେ, ତାଙ୍କର ପୋଷ୍ୟପୁତ୍ର ବୋଲି ଦାବି କରୁଥିବା ବ୍ୟକ୍ତି ତିନୋଟି ଫଟୋଗ୍ରାଫ ଉପସ୍ଥାପନ କରିଥିଲେ ଏବଂ କହିଥିଲେ ଏହା ତାଙ୍କ ପୋଷ୍ୟ ସମାରୋହରୁ ଆସିଛି। ୧୮ ଏପ୍ରିଲ ୧୯୮୨ରେ ନିଆଯାଇଥିବା ଏହି ଫଟୋଗୁଡ଼ିକରେ, ଅର୍ଥାତ ମୃତ୍ୟୁର ତିନି ମାସ ପୂର୍ବରୁ, ୭୦ ବର୍ଷ ବୟସ୍କା ମହିଳାଙ୍କ କେଶ ସମ୍ପୂର୍ଣ୍ଣ କଳା ଥିବା ଦେଖାଯାଇଥିଲା। ଏନେଇ ସୁପ୍ରିମକୋର୍ଟ ସନ୍ଦେହ ପ୍ରକଟ କରିଥିଲେ। ଅଦାଲତ ପ୍ରଶ୍ନ କରିଥିଲେ ଜଣେ ୭୦ ବର୍ଷ ବୟସ୍କା ମହିଳା ୧୯୮୨ମସିହାରେ କେଶ ରଙ୍ଗ କରିବେ କି? ଜଷ୍ଟିସ ସିଟି ରବି କୁମାର ଏବଂ ଜଷ୍ଟିସ ସଞ୍ଜୟ କୁମାର ମଧ୍ୟ ପ୍ରଶ୍ନ କରିଥିଲେ, ପୋଷ୍ୟ ସମାରୋହର କେବଳ ୩ ଫଟୋ କାହିଁକି ଅଛି? ଫଟୋଗ୍ରାଫର କେବଳ ୩ ଟି ଫଟୋ ଉଠାଇଥିଲେ କି? ଅଭିଯୁକ୍ତ ପୋଷ୍ୟପୁତ୍ର ଏହାର ଉତ୍ତର ଦେଇପାରି ନ ଥିଲେ।

ସୁପ୍ରିମକୋର୍ଟ ଏହା ମଧ୍ୟ ପଚାରିଥିଲେ ତାଙ୍କ ନାତିଙ୍କ ନାମରେ ଏକ ଇଚ୍ଛାପତ୍ର କରିବା ପରେ ଭେଙ୍କବୁୟାମା ପୁରୁଣା ଇଚ୍ଛାପତ୍ରକୁ ବାତିଲ କରି ତାଙ୍କ ପୋଷ୍ୟପୁତ୍ରଙ୍କ ନାମରେ ସମ୍ପତ୍ତି ହସ୍ତାନ୍ତର କରିଛନ୍ତି କି? ସୁପ୍ରିମକୋର୍ଟରେ ୧୫ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଏହା ପୂର୍ବରୁ ଉପସ୍ଥାପିତ ହୋଇଥିବା ଦଲିଲଗୁଡ଼ିକରୁ ଏହା କୌଣସିରୁ ଜଣାପଡୁ ନାହିଁ ଭେଙ୍କବୁୟାମାଙ୍କୁ ଇଚ୍ଛାପତ୍ର ବଦଳାଇବାକୁ ପଡିବ ବୋଲି। ସୁପ୍ରିମକୋର୍ଟ କହିଛନ୍ତି ଏହା କେବଳ କେଶର ରଙ୍ଗ ନୁହେଁ ଯାହା ସନ୍ଦେହ ସୃଷ୍ଟି କରିଛି, ଏପରି ଅନେକ ତଥ୍ୟ ଅଛି ଯାହା ସନ୍ଦେହକୁ ବଢ଼ାଇଛି। ସୁପ୍ରିମକୋର୍ଟ ଅଭିଯୁକ୍ତ ପୋଷ୍ୟପୁତ୍ରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ନାତିଙ୍କୁ ସମ୍ପତ୍ତିର ଅଧିକାର ପ୍ରଦାନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri