ହେୟାର କେୟାର

କେଶ ବୃଦ୍ଧି କରିବାକୁ ଚାହୁଁଥିଲେ ନଡ଼ିଆ ତେଲକୁ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏହା ସହିତ ଗରମ ପାଣିରେ ଟାୱେଲ ଭିଜାଇ କେଶରେ ଅତିକମ୍‌ରେ ୫ ମିନିଟ୍‌ ପର୍ଯ୍ୟନ୍ତ ବାମ୍ଫ ଦିଅନ୍ତୁ।
ଏକ ଅଣ୍ଡା ସହିତ ୨ ଟେବୁଲ ଚାମଚ ରାଶି ମିଶାଇ ଭଲଭାବେ ଗୋଳାଇ କେଶ ମୂଳରେ ଲଗାଇ ଦିଅନ୍ତୁ। ଏହା ପରେ ଗରମ ପାଣିରେ ଭିଜାଇ ଏକ ଟାୱେଲ ମୁଣ୍ଡରେ ଗୁଡ଼ାଇ ରଖନ୍ତୁ। ଏପରି କରିବା ଫଳରେ କେଶ ଝଡ଼ିବା କମ୍‌ ହୋଇଯିବ।
କେଶ ମୂଳରେ ପିଆଜ ରସ ଲଗାଇଲେ ସେଥିରେ ଥିବା ସଲଫର କେଶକୁ ମୂଳରୁ ମଜଭୁତ କରିଥାଏ। ତେଣୁ କେଶ ଝଡ଼ିବା କମ୍‌ ହୋଇଥାଏ।
କଦଳୀର ପ୍ୟାକ୍‌ ତିଆରି କରି ଏହାକୁ କେଶ ମୂଳରେ ଲଗାନ୍ତୁ। କଦଳୀରେ ଭିଟାମିନ୍‌ ବି, ଭିଟାମିନ୍‌ ସି ଏବଂ ପୋଟାସିୟମ ଥିବାରୁ ଏହା କେଶକୁ ମୁଲାୟମ କରିଥାଏ।
ପାଚିଲା କଦଳୀରେ ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ ଏକ ଚାମଚ ଲେମ୍ବୁ ରସ ମିଶାଇ ଲଗାଇଲେ କେଶ ଝଡ଼ିବା କମ୍‌ ହୋଇଥାଏ।
ଏକ କପ୍‌ ନଡ଼ିଆ କ୍ଷୀର ସହିତ ଭୁର୍ସଙ୍ଗ ପତ୍ର ଗୁଣ୍ଡ, ଦୁଇ ବଡ଼ ଚାମଚ ଅରେଞ୍ଜ ଜୁସ୍‌ ମିଶାଇ ପେଷ୍ଟ ତିଆରି କରି କେଶ ମୂଳରେ ଲଗାନ୍ତୁ। ଏହି ପେଷ୍ଟକୁ ଏକ ଘଣ୍ଟା ପର୍ଯ୍ୟନ୍ତ ରଖି ମୁଣ୍ଡ ଧୋଇ ଦିଅନ୍ତୁ।
ନଡ଼ିଆ ତେଲରେ ଭୁର୍ସଙ୍ଗ ପତ୍ରକୁ ଫୁଟାଇ ତେଲକୁ ଥଣ୍ଡା କରି କେଶରେ ଲଗାନ୍ତୁ। ଘଣ୍ଟାଏ ପରେ କେଶ ସାମ୍ପୁ କରି ଦିଅନ୍ତୁ। ସପ୍ତାହକୁ ତିନି ଥର ଏପରି କରନ୍ତୁ କେଶ ସୁନ୍ଦର ହୋଇଯିବ।
ସାମ୍ପୁ କରିବାର ୨୦ ମିନିଟ୍‌ ପୂର୍ବରୁ କେଶ ମୂଳରେ ଅଣ୍ଡା ଲଗାନ୍ତୁ। ଏପରି କରିବା ଫଳରେ କେଶ ମୁଲାୟମ ହେବା ସହିତ ଚମକ ବି ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍କ୍‌ ସଫା କରିବାର ସରଳ ଉପାୟ

ସିଙ୍କ୍‌ର ଉପଯୁକ୍ତ ଯତ୍ନ ନ ନେଲେ ସେଥିରେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଜମା ହୋଇ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ତେବେ ଏହାକୁ ଦୂର କରିବାକୁ ନିମ୍ନୋକ୍ତ...

ସହଜରେ ଛଡାନ୍ତୁ ବେକ ତଳର କଳାଦାଗ

ଅଧିକାଂଶ ଯୁବତୀ ଡିପ୍‌ନେକ୍ ଡ୍ରେସ୍ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଅଧିକାଂଶ ସମୟରେ ଏମାନଙ୍କ ବେକରେ କଳାଦାଗ ପଡି ଯାଇଥିବା ଦେଖାଯାଏ । ଏହାକୁ ଦୂର...

ବିବାହକୁ ନେଇ ମନରେ କାହିଁକି ଆସେ ଏମିତି ପ୍ରଶ୍ନ

ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହାକୁ ନେଇ ଉଭୟ ଝିଅ ଓ ପୁଅଙ୍କ ମନରେ ପ୍ରଶ୍ନ ଉଠିବା...

ମାନସିକ ଅବସାଦରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ କପେ…

କଫି ଅନେକ ପୋଷକ ତତ୍ତ୍ୱରେ ଭରପୂର। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ପ୍ରତିଦିନ ସକାଳୁ କପେ କଫି ପିଇଲେ ମାନସିକ ଅବସାଦ ଦୂର ହୁଏ...

ଅମୃତଭଣ୍ଡାର ଉପକାରୀ ଗୁଣ

ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ଗୁଣ। ଏହା ପାଚନତନ୍ତ୍ରକୁ ସକ୍ରିୟ କରିବା ସହ ମେଦବହୁଳତା ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ କ୍ୟାଲୋରିର ମାତ୍ରା ମଧ୍ୟ...

ଖରା ଦିନିଆ ମେକ୍‌ଅପ୍‌

ଆରମ୍ଭ ହୋଇଯାଇଛି ଖରାଦିନ। ଆଉ ଏମିତିରେ ନିଜ ମେକ୍‌ଅପ୍‌ ଯେପରି ଝାଳରେ ନ ବୋହିଯାଏ ତା’କୁ ନେଇ ବଢିଯାଇଛି ମହିଳାଙ୍କ ଚିନ୍ତା। ହେଲେ ଏଥିପାଇଁ ଆଦୌ...

ସାନିଟାଇଜରରେ କ୍ଷତିକାରକ ମିଥାନଲ୍‌: ଆଖିକୁ କରିଦେବ ନଷ୍ଟ !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ...

ନିୟମିତ ଖାଆନ୍ତୁ ପିଜୁଳି

ପିଜୁଳିରେ ପ୍ରଚୁର ପରିମାଣରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଥାଏ। ଏହାକୁ ନିୟମିତ ବ୍ୟବଧାନରେ ସେବନ କରିବା ଦ୍ୱାରା ଆମ ଶରୀରକୁ ଅନେକ ଉପକାର ମିଳିଥାଏ।...

Advertisement
Archives

Model This Week