ସାଇକେଲରେ ଘରକୁ ଫେରୁଥିଲେ ଯୁବକ, ହଠାତ୍‌ ହେଲା କୁଆପଥର ମାଡ଼, ଆଉ ତା’ ପରେ…

ବାଉଁଶୁଣୀ,୩୦ା୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲାରେ ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷା ସହ କୁଆପଥର ମାଡ଼ରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ, ବୌଦ୍ଧ ବ୍ଲକ ଗୋଛାପଡ଼ା ପଞ୍ଚାୟତ ଲୁମ୍ବୁରୁଜନା ଉକାବିର ଗ୍ରାମର ୩୫ ବର୍ଷୀୟ ଜୟଲାଲ ମହାକୁଡ଼ କୌଣସି କାମରେ ଗୋଛାପଡ଼ା ପଞ୍ଚାୟତକୁ ଆସିଥିଲେ। ସନ୍ଧ୍ୟାରେ ବାଉଁଶୁଣୀ ଗୁନ୍ଦୁଳିଆ ରାସ୍ତାରେ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିଲେ। ଲୁମ୍ବରୁଜନା କେନାଲ ନିକଟରେ ହଠାତ୍‌ କୁଆପଥର ବର୍ଷା ହୋଇଥିଲା। ଆଶ୍ରୟ ନେବା ପାଇଁ ନିକଟରେ କୌଣସି ଘରଦ୍ୱାର ନ ଥିବାରୁ କୁଆପଥର ମାଡ଼ରେ ତାଙ୍କର ଚେତା ଉଡ଼ି ଯାଇଥିଲା। ରାତି ସାରା ସେହି କେନାଲରେ ପଡ଼ି ରହିଥିଲେ। ତେବେ ଗୁରୁବାର ସକାଳୁ ସ୍ଥାନୀୟ ଲୋକେ ଦେଖି ତାଙ୍କ ଘରକୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଆସି ଦେଖି ବାଉଁଶୁଣୀ ଦମକଳବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ପହଞ୍ଚି ଜୟଲାଲଙ୍କୁ ଉଦ୍ଧାର କରି ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ସୋନପୁର ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଭବନରୁ ଆଉ ଜଣେ ଶିଶୁ କରୋନା ଆକ୍ରାନ୍ତ

କଟକ ଅଫିସ,୮।୭-କଟକ ଶିଶୁ ଭବନରେ ବୁଧବାର ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର। ଗତକାଲି...

ବିହାର ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ,୨୯ା୧୨(ଡି.ଏନ.ଏ)- ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଶନିବାର ଅପରାହ୍ନ ୩ଟାରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ଆସିଛନ୍ତି। ପ୍ରଥମେ କୋଣାର୍କସ୍ଥିତ ଇଣ୍ଡିଆନ ଅଏଲ ଫାଉଣ୍ଡେଶନ...

‘ଗୁହାରି ଶୁଣ, ନାତୁଣୀନାତିଙ୍କୁ ଦୟା କର’

ଭଦ୍ରକ ଅଫିସ, ୧୫।୬-କରୋନା ଉଜାଡ଼ି ଦେଇଛି ସଂସାର। ଅନାଥ ହୋଇଗଲେ ୩ ସନ୍ତାନ। ଠିକ୍‌ ବର୍ଷକ ତଳେ ଏକ ଅଜଣା ରୋଗରେ ମା’ଙ୍କୁ ହରାଇଥିଲେ। ଆଉ...

ଖୋର୍ଦ୍ଧା ଲଜ୍‌ରୁ ବ୍ରହ୍ମପୁର ଛାତ୍ରଙ୍କ ମୃତଦେହ ଜବତ

ଖୋର୍ଦ୍ଧା ଅଫିସ,୫।୨: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଗୁରୁବାର ଖୋର୍ଦ୍ଧାର ଏକ ଲଜରୁ...

ଆଦିବାସୀଙ୍କୁ ମିଳୁନି ଶାଳମଞ୍ଜିର ମୂଲ୍ୟ

କେନ୍ଦୁଝର, ୯ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ବଣ ଜଙ୍ଗଲ ଅର୍ଥନୀତି ଉପରେ ବନବାସୀମାନେ ନିର୍ଭରଶୀଳ। ବର୍ଷର ପ୍ରାୟ ୮ମାସ...

ବନ୍ତରେ ଜବରଦଖଲ ଉଚ୍ଛେଦ

ବନ୍ତ,୩ା୧୨(ଡି.ଏନ୍‌.ଏ.)- ମଙ୍ଗଳବାର ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥ ଅଧୀନ ବନ୍ତ ବଜାରର ଉନ୍ନତୀକରଣ କାର୍ଯ୍ୟ ଲାଗି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି...

କଣ୍ଟାମାଳ ତହସିଲ ଅଂଚଲରେ ବେଆଇନ୍‌ ଇଟାଭାଟି: ହାତ୍‌ ବାଁଧି ବସିଛେ ରାଜସ୍ବ ବିଭାଗ

ଗୁଡ଼ଭେଲିପଦର, ୧୬।୨ (ଡି.ଏନ୍‌.ଏ.)-  ବୌଦ୍ଧ ଜିଲା କଣ୍ଟାମାଳ ତହସିଲ ଅଧୀନ ଭିନେ ଭିନେ ଗାଁରେ ବେଆଇନ୍‌ ଇଟାଭାଟି ଦେଖ୍‌ବାକେ ମିଲୁଛେ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଇନକେ...

ବିବାହିତ ସତ୍ତ୍ୱେ ପ୍ରେମିକଙ୍କ ସହ ହୋଇଯାଇଥିଲେ ଫେରାର; ବବୁଲ ଗଛରେ ଝୁଲୁଛି ମୃତଦେହ

ଚନ୍ଦାହାଣ୍ଡି,୨୫।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଶରଧାପୁର ଗ୍ରାମର ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ସେହି ଗ୍ରାମର ପ୍ରେମୀଯୁଗଳ ବେକରେ ରଶି...

Advertisement
Archives

Model This Week