Posted inଜାତୀୟ

ଦେଶରେ ଏଚ-୩ ଏନ-୨ ଭୂତାଣୁ ଆତଙ୍କ ଘନେଇଲା: ସତର୍କ ସୂଚନା ଜାରି କଲା ଆଇସିଏମଆର…

ନୂଆଦିଲ୍ଲୀ,୪।୩ : ସମଗ୍ର ଭାରତରେ କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) ଏବଂ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଅନୁଯାୟୀ, ଏହି ରୋଗ ଅନେକଙ୍କ ପାଇଁ ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ। ବାୟୁ ପ୍ରଦୂଷଣ ଥିବା ବ୍ୟକ୍ତିମାନଙ୍କଠାରେ ଶ୍ୱାସକ୍ରିୟା ସଂକ୍ରମଣ ସହିତ ଜ୍ୱର ସୃଷ୍ଟି ହୋଇଥାଏ।

ଏଥିରୁ ସୁରକ୍ଷା ପାଇଁ ପାଣି ଏବଂ ସାବୁନରେ ନିୟମିତ ଭାବେ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା, ନାକ ପାଟି ନ ଛୁଇଁବା, କାଶ ଏବଂ ଛିଙ୍କିବା ସମୟରେ ନାକ ଓ ପାଟିକୁ ସଠିକ ଭାବରେ ଘୋଡାଇବା ଉପରେ ଆଇସିଏମ୍‌ଆର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପ୍ରଚୁର ପରିମାଣର ତରଳ ପଦାର୍ଥ ପିଇବାକୁ ଜ୍ୱର ଏବଂ ଶରୀରରେ ଯନ୍ତ୍ରଣା ହେଲେ ପାରାସିଟାମୋଲ ଖାଇବାକୁ କୁହାଯାଇଛି। ସେହିପରି କରମର୍ଦ୍ଦନ ନ କରିବାକୁ ,ସର୍ବସାଧାରଣରେ ଛେପ ନ ପକାଇବାକୁ, ଅନ୍ୟମାନଙ୍କ ପାଖରେ ବସି ନ ଖାଇବାକୁ ପରାମର୍ଶ ଦିଆଯାଇଛି।

ସଂକ୍ରମଣରେ ଭୂତାଣୁ ଅଛି କି ନାହିଁ ତାହା ନିଶ୍ଚିତ କରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଣ୍ଟିବାୟୋଟିକ ନ ଦେବାକୁ ଆଇଏମଏ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ବଡ଼ ଖୁଲାସା! ପ୍ରଥମେ CJPକୁ ସରକାର ଦେଇଥିଲେ ଏହି ଅଫର, ହେଲେ…

ନୂଆଦିଲ୍ଲୀ, ୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ସରକାରଙ୍କ ପ୍ରତିନିଧି…

କାଙ୍କଡ଼ ୮୦, ଗାଜର କିଲୋ ୧୨୦ ଟଙ୍କା : ବର୍ଷା ଋତୁରେ ବଢୁଛି ପନିପରିବା ଦର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆଖ ପାଖ ଅଞ୍ଚଳରେ ପନିପରିବା ଚାଷ କମ ପରିମାଣରେ ବଜାରକୁ ଆସୁଅଛି। କିନ୍ତୁ ବ୍ୟବସାୟୀମାନେ ରାୟପୁର ଯାଇ ସେଠାରୁ…

ବରଗଡ଼ରେ ଆଲୋଡ଼ନ: ବିଚ୍‌ ରାସ୍ତାରେ ଯୁବତୀଙ୍କୁ ରୋଡ ରୋମିଓଙ୍କ ଅସଦାଚରଣ, ଦେଖନ୍ତୁ VIDEO

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ଆଜିକାଲି ସୋସିଆଲ ମିଡିଆରେ ବରଗଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିଚ୍‌ ରାସ୍ତା ଉପରେ ଜଣେ ଯୁବତୀଙ୍କୁ ଅନ୍ୟଜଣେ ଯୁବକ ଅସଦାଚରଣ…

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ବୁଡ଼ିଲା ଚାଷଜମି

ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ…

ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର? ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ, ୨୮।୭: ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆଣିବା କଥା…

CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ବଦଳିବ ତତ୍କାଳ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ,୨୮ା୭: ଆସନ୍ତା ଅଗଷ୍ଟ ୧ତାରିଖରୁ ବଦଳିବ ତତକାଳ ଟିକେଟ ବୁକିଂ ନିୟମ । ଭାରତୀୟ ରେଳବାଇ କାଉଣ୍ଟରରେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri