Posted inରାଜ୍ୟ

ରାଜ୍ୟରେ ହେବ ଜିମ୍ନାଷ୍ଟିକ୍‌ ହାଇପରଫର୍ମାନ୍ସ ସେଣ୍ଟର

ଭୁବନେଶ୍ୱର,୯।୪(ବ୍ୟୁରୋ): ଓଡ଼ିଶାରେ ଜିମ୍ନାଷ୍ଟିକ୍‌ ହାଇପରଫର୍ମାନ୍ସ ସେଣ୍ଟର ନିର୍ମାଣ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜାପାନର କ୍ୱୋଟୋଠାରେ ଶନିବାର ରାଜ୍ୟ କ୍ରୀଡ଼ା ବିଭାଗ ଓ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍‌ (ଏଏମ୍‌/ଏନ୍‌ପିଏସ୍‌) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଜାପାନ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍‌ ଅଧିକାରୀଙ୍କ ଏ ନେଇ ଆଲୋଚନା ହୋଇଛି। ଏହି ବିଶ୍ବସ୍ତରୀୟ ସ୍ପୋଟର୍‌ସ ସେଣ୍ଟର ଭବିଷ୍ୟତରେ ଜିମ୍ନାଷ୍ଟିକ କ୍ଷେତ୍ର ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ। ପର୍ଯ୍ୟଟନ ଶିଳ୍ପ, କ୍ରୀଡ଼ା କ୍ଷେତ୍ରର ବିକାଶ ଉପରେ ଜାପାନ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏଥିସହିତ ଜାପାନ-ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଓ ବାଣିଜି୍ୟକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମଧ୍ୟ ଆଲୋଚନା କରାଯାଇଛି।
ଓଡ଼ିଶା ସରକାର ହକି ଉପରେ ଅଧିକ ଫୋକସ ଦେଉଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଉରକେଲାଠାରେ ବିଶ୍ୱର ସର୍ବବୃହତ୍‌ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ୧୫ ମାସ ମଧ୍ୟରେ ନିର୍ମାଣ କରାଯାଇଛି। ରାଜ୍ୟ ସରକାର ତୃଣମୂଳ ସ୍ତରରୁ କିପରି କ୍ରୀଡ଼ାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। କିଛିଦିନ ତଳେ କ୍ୱେଟୋର ଦୋଶିସା ବିଶ୍ବବିଦ୍ୟାଳୟର ଛାତ୍ରମାନଙ୍କ ଏକ ପ୍ରତିନିଧି ଦଳ କିଟ୍‌ ବିଶ୍ବବିଦ୍ୟାଳୟ ଆସିଥିଲେ। ସେମାନେ ଓଡ଼ିଶା ଆସି ଏଠାରେ ଅନେକ ସମ୍ଭାବନାର ସୁଯୋଗ ଦେଖିବାକୁ ପାଇଥିଲେ। ଓଡ଼ିଶାରେ କ୍ରୀଡ଼ା ଓ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସୁଯୋଗର ଫାଇଦା ନେବାକୁ ମୁଖ୍ୟମନ୍ତ୍ରୀ ଷ୍ଟେକ୍‌ହୋଲ୍‌ଡରମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର କ୍ରୀଡ଼ା ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଜାପାନ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରିଛନ୍ତି।
ଆଲୋଚନାରେ ହସ୍ପିଟାଲିଟି ଓ କ୍ରୀଡ଼ା କ୍ଷେତ୍ରର ଜାପାନ ଟୁର୍‌ ଅପରେଟର, କ୍ରୀଡ଼ା ସଂଘ ଓ ପ୍ରତିନିଧିମାନେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଥିବା ପର୍ଯ୍ୟଟନ ସ୍ଥଳଗୁଡ଼ିକ ବିଷୟରେ ଉଲ୍ଲେଖ କରିବା ସହ ଧଉଳି, ଲଳିତଗିରି, ରତ୍ନଗିରିର ବୌଦ୍ଧ ଐତିହ୍ୟ ଓ ପରମ୍ପରା ବିଷୟରେ ସୂଚନା ଦେଇଥିଲେ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ। ରାଜ୍ୟର କ୍ରୀଡ଼ା ଜାପାନ କ୍ରୀଡ଼ା ସଂଘ ଓ ପ୍ରତିନିଧିଙ୍କ ସହଯୋଗରେ ଆହୁରି ବିକାଶ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।
ଓଡ଼ିଶାରେ କ୍ରୀଡ଼ା ଓ ପର୍ଯ୍ୟଟନ କ୍ଷେତ୍ରରେ ଥିବା ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ପୁଞ୍ଜିନିବେଶ ପାଇଁ ଜାପାନ ପ୍ରତିନିଧିମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଉଭୟ ଜାପାନ ଏବଂ ଓଡ଼ିଶାର ପ୍ରତିନିଧିମଣ୍ଡଳୀ କ୍ରୀଡ଼ା ଏବଂ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପରସ୍ପର ମଧ୍ୟରେ ରାଉଣ୍ଡଟେବୁଲ ଆଲୋଚନା କରିଛନ୍ତି। କିଓଟୋରେ ମିଳିଥିବା ଆତିଥ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଏହି ଗସ୍ତ ଜାପାନ ଏବଂ ଓଡ଼ିଶାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ଶିଳ୍ପ ସଚିବ ହେମନ୍ତ ଶର୍ମା କ୍ରୀଡ଼ା କ୍ଷେତ୍ର ପାଇଁ ରାଜ୍ୟ ନୀତିରେ ଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ସେହିପରି କ୍ରୀଡ଼ା ଓ ଯୁବବ୍ୟାପାର ସଚିବ ଆର୍‌. ଭିନିଲ କ୍ରିଷ୍ଣା କ୍ରୀଡ଼ା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri