Posted inଜାତୀୟ

ଜ୍ଞାନବାପୀ ମାମଲା: ହିନ୍ଦୁଙ୍କୁ ମିଳିଲା ପୂଜା ଅନୁମତି

ବାରଣାସୀ,୩୧।୧: ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବାରଣାସୀ କୋର୍ଟ। ହିନ୍ଦୁୁପକ୍ଷଙ୍କୁ ପୂଜା କରିବା ପାଇଁ ଅଧିକାର ମିଳିଛିି। ବ୍ୟାସ ତହଖାନାରେ ହିନ୍ଦୁପକ୍ଷମାନେ ପୂଜା କରିପାରିବେ ବୋଲି କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ନିଦ୍ଦେର୍ର୍ଶ ଦେଇଛନ୍ତି ବାରାଣାସୀ ଜିଲା ଜଜ ଡକ୍ଟର ଅଜୟ କୃଷ୍ଣ ବିଶ୍ୱେଶ। ଜିଲା ଜଜ, ବିଶ୍ୱନାଥ ମନ୍ଦିରର ପୁରୋହିତଙ୍କୁ ପୂଜା କରିବାକୁ ଅଦେଶ ଦେବା ସହ ବ୍ୟାରିକେଡ ହଟାଇବା ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି।

ହିନ୍ଦୁୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜେନା କହିଛନ୍ତି, ତଳମହଲାରେ ପୂଜାପାଠ ପାଇଁ ଅନୁମତି ଦିଆଯାଇଛି। ସୋମନାଥ ବ୍ୟାସଙ୍କ ପରିବାର ୧୯୯୩ ପର୍ଯ୍ୟନ୍ତ ତଳ ମହଲାରେ ପୂଜା କରୁଥିଲେ। ୧୯୯୩ ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତଳ ମହଲାରେ ପୂଜା ବନ୍ଦ ହୋଇଯାଇଥିଲା। ଜାନୁଆରୀ ୧୭ରେ, ବ୍ୟାସ ତହଖାନାକୁ ଜିଲା ପ୍ରଶାସନ ନିଜ ନିୟନ୍ତ୍ରଣକୁ ଆଣିଥିଲା। ASI ସର୍ଭେ ଅପରେଶନ ସମୟରେ ତଳ ମହଲା ସଫା କରାଯାଇଥିଲା।

ସୂଚନାଯୋଗ୍ୟ, ଜ୍ଞାନବାପୀ ମସଜିଦରେ ଏକ ତହଖାନା ଅଛି, ଯେଉଁଠି ସୋମନାଥ ବ୍ୟାସ ପୂଜାର୍ଚ୍ଚନା କରୁଥିଲେ। ୧୯୯୩ ଡିସେମ୍ବରରେ, ରାଜ୍ୟର ମୁଲାୟମ ସିଂ ଯାଦବ ସରକାରଙ୍କ ମୌଖିକ ନିର୍ଦ୍ଦେଶରେ, ତଳ ମହଲାରେ ପୂଜାପାଠକୁ ବାରଣ କରି ଏହାକୁ ସିଲ୍‌ କରାଯାଇଥିଲା। ପରେ ଏଥିରେ ବ୍ୟାରିକେଡ ଲଗାଯାଇଥିଲା। ଏହାପରେ ସୋମନାଥ ବ୍ୟାସ ଜ୍ଞାନବାପୀ ପରିସରର ଜମି ୯୧୩୦,୧୯୩୧ ଓ ୧୯୩୨କୁ ନେଇ କୋର୍ଟରେ ଏକ ଯାଚିକା ଦାୟର କରିଥିଲେ।
ଯାଚିକାରେ ଏହି ସମ୍ପତ୍ତି ଭଗବାନ ବିଶ୍ୱନାଥଙ୍କର ବୋଲି କୁହାଯାଇଥିଲା। ୧୯୯୩ରୁ ତଳ ମହଲା ବନ୍ଦ ରହିଥିଲା ଏବଂ ଏହାର ଚାବି ବାରାଣାସୀର ଜିଲା ମାଜିଷ୍ଟ୍ରେଟଙ୍କ ନିକଟରେ ରଖାଯାଇଥିଲା। ୨୦୧୬ରେ ସୋମନାଥ ବିଶ୍ୱଙ୍କ ନାତି ଶୈଳନ୍ଦ୍ର ପାଠକ ତାଙ୍କ ସମ୍ପତ୍ତି ଫେରସ୍ତ ଦାବିରେ ବାରାଣାସୀ କୋର୍ଟରେ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?