Posted inଜାତୀୟ

ଜ୍ଞାନବାପି ସେଲାରରେ ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ା୪: ବାରାଣସୀର ଜ୍ଞାନବାପି ମସ୍‌ଜିଦ ଦକ୍ଷିଣ ପାର୍ଶ୍ୱ ସେଲାରରେ ହିନ୍ଦୁମାନେ ଚଳାଇଥିବା ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ମସ୍‌ଜିଦ ପରିଚାଳନା କମିଟିର ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟିଙ୍କୁ ଜବାବ ମାଗିଛନ୍ତି। ଜ୍ଞାନବାପି ମସ୍‌ଜିଦ ପରିସରରେ ମୁସଲମାନଙ୍କ ନମାଜପାଠକୁ ନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ, ଏହି ସତ୍ୟକୁ ମନେ ରଖିବାକୁ ହେବ ଯେ, ଜାନୁଆରୀ ୧୭ ଏବଂ ୩୧ ତାରିଖର ରାୟ ପରେ ଜ୍ଞାନବାପି ମସ୍‌ଜିଦ ପରିସରରେ ମୁସଲମାନ ସମ୍ପ୍ରଦାୟର ନମାଜ ପାଠ ଅବାଧ ହୋଇଥିଲା। ହିନ୍ଦୁ ପୂଜକଙ୍କ ଦ୍ୱାରା ତେହଖାନା ଅଞ୍ଚଳ ମଧ୍ୟରେ ସୀମିତ ରହିବ। ତେଣୁ ଉଭୟ ସମ୍ପ୍ରଦାୟ ଯେପରି ଉପରୋକ୍ତ ନିୟମ ଅନୁଯାୟୀ ପୂଜାପାଠ କରିପାରିବେ, ସେଥିପାଇଁ ସ୍ଥିତାବସ୍ଥା ଜାରି ରଖିବାକୁ ହେବ ବୋଲି ଖଣ୍ଡପୀଠ କହିଥିଲେ। ମସ୍‌ଜିଦ କମିଟି ପକ୍ଷରୁ ହୋଇଥିବା ଆବେଦନ ଉପରେ ଏପ୍ରିଲ ୩୦ ସୁଦ୍ଧା ଜବାବ ରଖିବାକୁ ପୂଜକ ଶୈଳେନ୍ଦ୍ର କୁମାର ପାଠକ ବ୍ୟାସଙ୍କୁ ଖଣ୍ଡପୀଠ ସମନ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ଆରମ୍ଭ: ଭାଗ ନେଲେ ୧୪୦୦ ରେସଲର

ଗୋଣ୍ଡା,୧୦ା୫: ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ରବିବାର ଆରମ୍ଭ ହୋଇଯାଇଛି। ଜାତୀୟ କ୍ୟାମ୍ପ୍ସ ଏବଂ ଭବିଷ୍ୟତରେ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ଚୟନ ପାଇଁ ଜାତୀୟ ଓପନ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

ସୁଯୋଗ ମିଳିବା ମାତ୍ରେ ନିଜ ସହଯୋଗୀଙ୍କ ପଛରେ ଛୁରି ମାରନ୍ତି, ଜାଣନ୍ତୁ କାହାକୁ ଏମିତି କହିଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁରେ ଏକ ବିଶାଳ ବିଜୟ ରାଲିରେ ଯୋଗ ଦେଇଥିଲେ। ମୋଦି ସେଠାରେ ସମ୍ବୋଧିତ କରିବା ସମୟରେ କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି।…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦମଦାର ଅଫର ଦେଲେ ମୋଦି, ମୋ ସହିତ ଯୋଗଦେବା….

ନୂଆଦିଲ୍ଲୀ,୧୦।୫: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମଧ୍ୟରେ ଏକ ଆକର୍ଷଣୀୟ ମତବିନିମୟ ହୋଇଥିଲା। ଏକ କାର୍ଯ୍ୟକ୍ରମରେ, ‘ଗୁଜରାଟ ମଡେଲ’ ବିଷୟରେ…

ବାଲିଅନ୍ତା ବର୍ବରତା; ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର,୧୦ା୫:  ବାଲିଅନ୍ତା ବର୍ବରତା ଘଟଣା କେବଳ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri