Posted inଜାତୀୟ

ଭାଜପା ନେତାଙ୍କ ବିବାଦୀୟ ବୟାନ, ଗୋ’ ହତ୍ୟା କରିବାରୁ ଓ୍ବାୟନାଡରେ ଚାଲିଗଲା ୩୦୦ ଜୀବନ

ନୂଆଦିଲ୍ଲୀ,୫।୮: କେରଳର ୱାୟାନାଡରେ ଗୋଟିଏ ପରେ ଗୋଟିଏ ଭୂସ୍ଖଳନ ହେଉଛି। ଜୁଲାଇ ୩୦ରୁ ଜିଲାର ଅନେକ ସ୍ଥାନରେ ହଜାର ହଜାର ଘର ମାଟିରେ ଧସି ହୋଇଯାଇଛି। ଏପର୍ଯ୍ୟନ୍ତ ୩୮୭ଜଣ ଲୋକ ପ୍ରାଣ ହରାଇଛନ୍ତି। ସେପଟେ ରାଜସ୍ଥାନ ପୂର୍ବତନ ଭାଜପା ବିଧାୟକ ଜ୍ଞାନଦେବ ଆହୁଜାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ ଅହୁଜା କହିଛନ୍ତି, କେରଳରେ ଗୋ’ ହତ୍ୟା ହେବାରୁ ଏପରି ଦୁଃଖଦ ଘଟଣା ଦେଖା ଦେଇଛି।

ଏଥିସହ ପୂର୍ବତନ ଭାଜପା ବିଧାୟକ କହିଛନ୍ତି, ଯେଉଁଠାରେ ଗୋ ମାତାକୁ ହତ୍ୟା କରାଯାଏ, ସେପରି ପରିସ୍ଥିତି ଓ୍ବାୟନାଡ ଭଳି ଘଟିବ। ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଏବଂ ଭୂସ୍ଖଳନ ଭଳି ଘଟଣାକୁ ନେଇ ଭାଜପା ନେତା କହିଛନ୍ତି, ୱାୟାନାଡରେ ଯାହା ଘଟିଲା, ସେଥିରେ ଅନେକ ପ୍ରାଣ ହରାଇଛନ୍ତି। ୨୦୧୮ରୁ କେରଳରେ ଏଭଳି ଘଟଣା କ୍ରମାଗତ ଭାବେ ଘଟୁଛି।

ଏସବୁ ଘଟଣା ଗୋ ହତ୍ୟା କରିବାରୁ ଘଟୁଛି ଯାହାକୁ ତୁରନ୍ତ ବନ୍ଦ କରାଯାଉ। ଭାଜପା ବିଧାୟକ ଗୋ ହତ୍ୟାକୁ ନିଷିଦ୍ଧ କରିବାକୁ କେରଳ ସରକାରଙ୍କୁ ଦାବି କରିଛନ୍ତି। ସେ କହିଛନ୍ତି, ଗୋ ହତ୍ୟାକୁ ବନ୍ଦ କରାଯାଉ ନଚେତ ଭବିଷ୍ୟତରେ ଆହୁରି ବିପଜ୍ଜନକ ଘଟଣା ଘଟିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସେ ମୋ ପାଖକୁ ନିଜେ ଇସ୍ତଫା ଦେବାକୁ ଆସିଥିଲେ, ପୋଲିସ କମିଶନରଙ୍କୁ ନେଇ ବଡ କଥା କହିଲେ ମମତା

କୋଲକାତା,୯।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ କଥା ସାନମାକୁ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଗତ ସପ୍ତାହରେ କୋଲକାତା ପୋଲିସ କମିଶନର...

ଡାକ୍ତରଙ୍କ ଜିନ୍ସ, ଅନ୍ତବସ୍ତ୍ରକୁ ହଟାଇ ଦିଆଯାଇଥିଲା…, ଆସିଲା କୋଲକାତା ମାମଲାର ବଡ ଅପଡେଟ

ନୂଆଦିଲ୍ଲୀ,୯।୯: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସୋମବାର ସୁପ୍ରିମକୋର୍ଟରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ଏବଂ ଅଭିଯୋଗ ମଧ୍ୟ କରାଯାଇଥିଲା।...

ଭାରତ ପାଇଁ ଖୁସି ଖବର! ରୋହିଙ୍ଗ୍ୟାଙ୍କ ପାଇଁ ବାଂଲାଦେଶ ଉଠାଇଲା…

ଢାକା/ନୂଆଦିଲ୍ଲୀ,୯।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ରବିବାର ଦକ୍ଷିଣ ଏସିଆରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଶୀଘ୍ର ଥଇଥାନ ଘୋଷଣା କରିଛନ୍ତି। ମହମ୍ମଦ ୟୁନୁସ...

ଏଏପିର ପ୍ରେସର ପଲିଟିକ୍ସରେ ଫିସିଲା କଂଗ୍ରେସ!

ଚଣ୍ଡିଗଡ଼,୯।୯: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ପାଇଁ ଆମ ଆଦମୀ ପାର୍ଟି(ଏଏପି) ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଏକ ଦ୍ୱନ୍ଦ୍ୱ ରହିଛି। ସୋମବାର ଏଏପିର ହରିୟାଣା...

ମହିଳା ଟ୍ରେନି ଡାକ୍ତର ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ, କହିଲେ ପୀଡ଼ିତାଙ୍କ ସମସ୍ତ…

ନୂଆଦିଲ୍ଲୀ/କୋଲକାତା,୯ା୯: ପଶ୍ଚିବମଙ୍ଗ ଆର୍‌ଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ଆଜି ଅର୍ଥାତ୍‌ ୯ ତାରିଖରେ ମାସେ ପୂରିଛି।...

କୋଲକାତା ବଳାତ୍କାର ହତ୍ୟା ମାମଲାରେ ସିବିଆଇକୁ କେଉଁ ନୂଆ ରିପୋର୍ଟ ମାଗିଲେ କୋର୍ଟ, ଜାଣନ୍ତୁ କେତେଦିନ ମିଳିଲା ସମୟ

ନୂଆଦିଲ୍ଲୀ,୯।୯: ସୁପ୍ରିମକୋର୍ଟରେ ସୋମବାର କୋଲକାତା ମାମଲାର ଶୁଣାଣି ଚାଲିଛି। ସୁପ୍ରିମକୋର୍ଟ ନିଜ ଆଡୁ ପ୍ରଥମ ଥର ପାଇଁ ଅଗଷ୍ଟ ୨୨ରେ କୋଲକାତାର ଆର.ଜି କର ମେଡିକାଲ...

ଗିରଫ ହେବେ ମମତା! ହଠାତ୍‌ କାହିଁକି ଉଠିଲା ଏହି ଦାବି

କୋଲକାତା,୯।୯: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ବର୍ଷ ବୟସ୍କା ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପରେ ସାରା ଦେଶରେ...

ସେ ପପୁ ନୁହଁନ୍ତି…, ପାଖରେ ବସିଥିବା ରାହୁଲଙ୍କୁ ନେଇ କାହିଁକି ଏମିତି କହିଲେ ପିଟ୍ରୋଡା

ଟେକ୍ସାସ,୯।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ସେ ତିନି ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି, ଯେଉଁଠାରେ ସେ ବିଭିନ୍ନ ଫୋରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri