Posted inଜାତୀୟ

ସ୍ତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟାର ବାଟ ବାଛି ନେଲେ ଭଜନ ଗାୟକ, ଭାଇଙ୍କୁ ପଠାଇଲେ ଭିଡିଓ

ଗ୍ବାଲିଅର,୨୮।୬: ମଧ୍ୟପ୍ରଦେଶ ଗ୍ବାଲିୟରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭଜନ ଗାୟକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ସେ ନିଜ ଭାଇକୁ ୬ ମିନିଟ ୫୦ ସେକେଣ୍ଡର ଏକ ଭିଡିଓ ପଠାଇ ସ୍ତ୍ରୀ ଦୋଷୀ ବୋଲି କହିଛନ୍ତି। ମୃତକ ହେଲେ ଧର୍ମେନ୍ଦ୍ର ଝା। ସ୍ତ୍ରୀ ନେହା ପରମାର ଏବଂ ଶଳାଙ୍କ ଉପରେ ସେ ଗମ୍ଭୀର ଅଭିଯୋଗ କରିଛନ୍ତି। ସେମାନେ ତାଙ୍କୁ ବନ୍ଧୁ ଏବଂ ପରିବାରଠାରୁ ଅଲଗା କରୁଥିବା ସେ କହିଛନ୍ତି।

ଗ୍ବାଲିଅର ଜନକଗଞ୍ଜ ଥାନା ଇନଚାର୍ଜ ଭିପେନ୍ଦ୍ର ସିଂ ଚୌହ୍ବାନ କହିଛନ୍ତି ଯେ, ଧର୍ମେନ୍ଦ୍ର ଉକ୍ତ ଅଞ୍ଚଳର ଢ଼ୋଲି ବୁଆ ନାମକ ସ୍ଥାନରେ ରହୁଥିଲେ। ଶୁକ୍ରବାର ସକାଳେ ସେ ଆତ୍ମହତ୍ୟା କରିଥିଲେ। ଯେତେବେଳେ ତାଙ୍କ ପତ୍ନୀ ରୁମ୍‌ରେ ପହଞ୍ଚିଥିଲେ ଧର୍ମେନ୍ଦ୍ର ଫାଶି ଲଗାଇଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାରଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ଜାଣିବାକୁ ପାଇଛି ଯେ, ଧର୍ମେନ୍ଦ୍ର ଏକ ଭିଡିଓ ପ୍ରସ୍ତୁତ କରି ନିଜ ଭାଇଙ୍କୁ ପଠାଇଥିଲେ। ଏଥିରେ ସେ ତାଙ୍କ ଆତ୍ମହତ୍ୟାର କାରଣ ପତ୍ନୀଙ୍କଠାରୁ ନିର୍ଯାତନା ବୋଲି କହିଥିଲେ। ତେବେ ଏହା ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ବିବାହ ଥିଲା। ପତ୍ନୀ ବିବାହ ପରଠାରୁ ରୋଗରେ ପଡ଼ିଥିବା ବାପାଙ୍କ ସେବା କରିବାକୁ ଦେଉ ନ ଥିଲେ। ଏପରିକି ତାଙ୍କ ସାଙ୍ଗମାନଙ୍କୁ ଦୁର୍ବବ୍ୟହାର କରୁଥିଲେ। ଭାଇଙ୍କ ସହ ମିଶି ସେ ତାଙ୍କୁ ହଇରାଣ କରୁଥିଲେ। ଏଣୁ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତି ପରିବାରକୁ ଦେବାକୁ ସେ ଭିଡିଓରେ ନିବେଦନ କରିଥିବା ପୋଲିସ କହିଛି। ମାମଲାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri