Posted inଫୁରସତ

ଗୁରୁ କରିବ ଜାଣି!

ବହୁ ପୁରାକାଳରୁ ଲୋକମୁଖରେ ପ୍ରଚଳିତ ହୋଇଆସୁଥିବା ରୂଢ଼ି ‘ପଇସା ନେବ ଗଣି, ପାଣି ପିଇବ ଛାଣି’କୁ ଉଚ୍ଚାରଣ କରିସାରିବା ପରେ ସେଦିନ ପ୍ରବଚନ ଦେଉଥିବା ପ୍ରବକ୍ତା ମହାରାଜ ଏହା ସହିତ ଆଉ ଏକ ପଦ ‘ଗୁରୁ କରିବ ଜାଣି’ ଯୋଡ଼ି ଶ୍ରୋତାବୃନ୍ଦଙ୍କୁ ବୁଝାଇବାକୁ ଯାଇ କହିଥିଲେ, ପଇସାକୁ ଯେମିତି ସବୁବେଳେ ଗଣିକରି ନେବା ଉଚିତ ପାଣିକୁ ମଧ୍ୟ ସବୁବେଳେ ଛାଣିକରି ନେବା ଉଚିତ l ଟଙ୍କା ସହ ଜୀବନର ସମ୍ପର୍କ l ପାଖରେ ଅର୍ଥ ନ ଥିଲେ ଜୀବନଟା ତୁଚ୍ଛ ଲାଗେ l ସରସତା ରୁହେନା l ଟଙ୍କା ନ ଥିଲେ ଜୀବନ ହାହାକାର l ତେଣୁ ଏହାର କାରବାର ସମୟରେ ସତର୍କତା ଜରୁରୀ l
ସହ ଶରୀରର ସମ୍ପର୍କ l ଭଲ ପାଣି ପିଇଲେ ଶରୀର ସୁସ୍ଥ ରହିବ l
ପାଣିରେ କିଛି ଅଳିଆ ଆବର୍ଜନା ଥିଲେ ତାକୁ ଫୁଟାଇ କରି ଏବଂ ପରେ ଛାଣିକରି ପିଇବା ଉଚିତ l ବୈଜ୍ଞାନିକମାନେ ଗବେଷଣା କରି କହିଲେଣି ଯେ, ଥଣ୍ଡାପାଣି ଆମ ଶରୀର ଉପଯୋଗୀ ନୁହେଁ l ମଣିଷ ଏକ ଉଷ୍ମ ରକ୍ତଥିବା ପ୍ରାଣୀ ହୋଇଥିବାରୁ ଏହାର ଶରୀର ଭିତରକୁ ଉଷୁମ ପାଣି ପ୍ରବେଶ କରିବା ଉଚିତ l ତା’ ଛଡ଼ା ପ୍ରତ୍ୟହ ସକାଳେ ଖାଲିପେଟରେ ପେଟ ଭର୍ତ୍ତି କରି ଉଷୁମ ପାଣି ପାନକଲେ କୋଷ୍ଠବଦ୍ଧତା ଦୂରହେବା ସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ l ଶରୀରର ଓଜନରେ ସମତୁଲତା ବଜାୟ ରହିଥାଏ l
ଗୋଟିକର ସମ୍ପର୍କ ଶରୀରକୁ ନେଇ l ଅନ୍ୟଟିର ସମ୍ପର୍କ ଜୀବନକୁ ନେଇ l ଏଇ ଶରୀର ଆଉ ଜୀବନ ବାଦ୍‌ ଆଉ ଗୋଟିଏ ଜିନିଷ ଅଛି, ଯାହା ମଧ୍ୟ ପରିଷ୍କରଣ ହେବା ଦରକାର l ତାହା ହେଉଛି ଆତ୍ମା l ମଣିଷ ଭୋଜନକଲେ ଶରୀରର ପୁଷ୍ଟିସାଧନ ହୋଇଥାଏ l ହେଲେ ଆତ୍ମାର ଭୋଜନ କ’ଣ? ଅନେକ ଲୋକ କହିବେ ଆତ୍ମା କ’ଣ ଭୋଜନ କରେ l ହଁ, ଆତ୍ମାର ବି ଭୋଜନ ଦରକାର l ହେଲେ ସେ ଭୋଜନ ଭାତ, ଡାଲି, ତରକାରି, ଚିକେନ କି ବିରିୟାନୀ ନୁହେଁ l ସେ ଭୋଜନ ହେଉଛି ସାଧନାର ଭୋଜନ l ଧ୍ୟାନ, ଧାରଣା, ଯୋଗ, ଆସନ, ପ୍ରାଣାୟାମ ପ୍ରାର୍ଥନା ଆଦି ହେଉଛି ଆତ୍ମାର ଭୋଜନ l ଏଗୁଡିକ ଜୀବନରୁ ଦୂରେଇ ଗଲେ ଆତ୍ମା କଳୁଷିତ ହୋଇଯାଏ l ମନ, ବୁଦ୍ଧି, ବିବେକ ଦୂଷିତ ହୋଇଯାଏ।
ଶରୀର ଦରକାର କରୁଥିବା ଖାଦ୍ୟଗୁଡ଼ିକୁ ତିଆରି କରିବାପାଇଁ ଯେମିତି ଜଣେ ପୂଜାରୀଙ୍କ ଆବଶ୍ୟକତା ପଡ଼େ ଠିକ ସେମିତି ଆତ୍ମା ଦରକାର କରୁଥିବା ଖାଦ୍ୟଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଜଣେ ରାନ୍ଧୁଣିଆଙ୍କୁ ଯୋଗାଡ଼ କରିବାକୁ ପଡ଼େ l ଆମେ ମନମୁଖି ଧ୍ୟାନଧାରଣା ପ୍ରାଣାୟାମ ଆଦି ସାଧନାରେ ବ୍ୟାପୃତ ରହିଲେ ସେଥିରେ ବ୍ୟାଘାତ ଆସିପାରେ l ଏଥିପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ଅଛି l ଆମେ ମନମୁଖି ନ ହୋଇ ଗୁରୁମୁଖୀ ହେବା ଦରକାର l ତାଙ୍କ ପ୍ରଦର୍ଶିତ ମାର୍ଗରେ ଚଳିଲେ ମଣିଷ ଈଶ୍ୱରଙ୍କ ନିକଟରେ ପହଞ୍ଚିପାରିବ l ବିନା ଗୁରୁରେ ଐଶ୍ୱରିକ ସଡ଼କରେ ଚାଲିବା ବିପଜ୍ଜନକ l
ସନ୍ଥ କିଛି ସମୟ ନୀରବ ରହି ପୁଣି କହିବା ଆରମ୍ଭ କଲେ, କଳିଯୁଗରେ ପଣ ପଣ ଗୁରୁ l ଯିଏ ଦାଢ଼ି ଜଟା ଛାଡ଼ି ଗେରୁଆ ପିନ୍ଧିଦେଲା, ସେ କହିଲା ‘ମୁଁ ଗୁରୁ’। ଆଜିକାର ଯୁଗରେ ଦୀକ୍ଷା ଦେବାପାଇଁ ତଥାକଥିତ ଗୁରୁମାନଙ୍କ ଭିତରେ ପ୍ରତିଯୋଗିତା l କିଏ କେତେ ଧନୀ ଲୋକଙ୍କୁ ନିଜ ଶିଷ୍ୟ ଜାଲରେ ପକାଇପାରିବ – ଖାସ ଏହା ହିଁ ଲକ୍ଷ୍ୟ ରହୁଛି ତଥାକଥିତ ଗୁରୁ ବର୍ଗମାନଙ୍କର। ଏ ପ୍ରକାର ଭିଡ଼ରେ ପ୍ରତ୍ୟେକ ଲୋକ ଗୁରୁ କରିବା ପୂର୍ବରୁ ତାଙ୍କ ବିଷୟରେ ଭଲ ରୂପେ ଅବଗତ ହେବା ଦରକାର l ତାଙ୍କର ସମ୍ପତ୍ତି ବାଡ଼ି, ଦାମୀ ଗାଡି, ପାଞ୍ଚତାଲା କୋଠା ବିଶିଷ୍ଟ ଆଶ୍ରମ, ଅଲୌକିକ ଯାଦୁ କିମ୍ବା କେଉଁ ଟିଭି କି ଖବରକାଗଜରେ ପ୍ରସାରିତ ତାଙ୍କ ପ୍ରଚାର ବା ପ୍ରବଚନ ଆଦିକୁ ବେଶି ଗୁରୁତ୍ୱ ନ ଦେଇ ତାଙ୍କର ଆଧ୍ୟାତ୍ମିକ ସାଧନାର ଗଭୀରତା ବାବଦରେ ଉତ୍ତମ ଭାବେ ଅବଗତ ହୋଇସାରିବା ପରେ ଜଣକୁ ଗୁରୁ ରୂପେ ବରଣ କରିବା ଉଚିତ l ଏ କାମଟା କରିବା ଭାରି କଠିନ l କିନ୍ତୁ ଆଦୌ ଅସମ୍ଭବ ନୁହେଁ l ଯାହାଙ୍କୁ ଗୁରୁ ରୂପେ ବରଣ କରିବ ପ୍ରଥମେ ତାଙ୍କ ସହ କିମ୍ବା ତାଙ୍କ ଅନୁଷ୍ଠାନ ସହ ମିଳାମିଶା କରନ୍ତୁ l ଏପରି କଲେ ଧୀରେ ଧୀରେ ଗୁରୁଙ୍କ ହାବ ଭାବ ବିଷୟରେ ଆପଣ ଜାଣିପାରିବେ l ଅନ୍ୟ ଗୋଟିଏ ଉପାୟ ବି ଅଛି l ନିରନ୍ତର ପ୍ରଭୁଙ୍କୁ ପ୍ରାର୍ଥନା କର – ହେ ପ୍ରଭୁ ! ମୋତେ ଗୋଟିଏ ଉତ୍ତମ ଗୁରୁ ପ୍ରଦାନ କରନ୍ତୁ l ଭାବନାର ଗଭୀରତା ବଢ଼ିଲେ ଗୁରୁ ଆପେ ଆପେ ଆପଣଙ୍କ ପାଖେ ଧରାଦେବେ l ଅମୃତଭଣ୍ଡl ପାଚିଲେ କାଉକୁ ନିମନ୍ତ୍ରଣ କରା ଯାଏନି l ସେ ଆପେ ଆପେ ଆସି ଥଣ୍ଟ ମାରିବା ଆରମ୍ଭ କରେ l ଠିକ୍‌ ସେମିତି ଆମ ମନର ଭାବନାକୁ ନେଇ ଆମ ମନୋବାଞ୍ଛିତ ଗୁରୁ ଆମ ପାଖେ ପହଞ୍ଚି ଯିବେ l
ଜଣେ ଶେଠ ଥିଲେ l ଦିନେ ତାଙ୍କ ମନରେ ଆଧ୍ୟାତ୍ମିକର ଭାବନା ଜାଗ୍ରତ ହେଲା l ଜୀବନର ଅନ୍ତିମ ପର୍ଯ୍ୟାୟରେ ଧନ ଓ ପରିବାରର ଆସକ୍ତି ଏବଂ ଦାୟିତ୍ୱ ଛାଡ଼ି ସାଧନା ଓ ଭଜନରେ ମନୋନିବେଶ କରିବାର ଦୃଢ଼ ସଂକଳ୍ପ ନେଲେ l ହେଲେ ଏ ନୂତନ ପଥରେ ବାଟ ଦେଖାଇବ କିଏ? ଜଣେ ଗୁରୁଙ୍କର ନିହାତି ଆବଶ୍ୟକ l ଶେଠ ମନେ ମନେ ଭାବିଲେ ଯେ ଗୁରୁ ଏପରି ହେବା ଦରକାର, ଯେ ସଶରୀରେ ଥିବେ l ତାଙ୍କ ପାଖରେ ସହଜରେ ପହଞ୍ଚି ହେଉଥିବ ଏବଂ ସେ ଜ୍ଞାନୀ ମଧ୍ୟ ହୋଇଥିବେ l ସାଧନା ସମ୍ପର୍କିତ ସନ୍ଦେହ ଗୁଡ଼ିକୁ ସେ ଉତ୍ତମ ଭାବେ ବୁଝାଇ ପାରୁଥିବେ l ଲୋଭୀ କି କ୍ରୋଧୀ ହୋଇ ନ ଥିବେ l
ଏପରି ଗୁରୁଙ୍କର ତଲାସରେ ତାଙ୍କର ବହୁଦିନ ଅତିବାହିତ ହୋଇଗଲା ପରେ ଶେଠଙ୍କ ମନ ମୁତାବକ ଗୁରୁଙ୍କ ସନ୍ଧାନ ମିଳିଲା ନାହିଁ l ଶେଠଙ୍କ ମନଟା ଖଟା ହୋଇଗଲା l ସେ ସବୁବେଳେ ଚିନ୍ତିତ ଅବସ୍ଥାରେ ରହିଲେ l
ଏହା ଦେଖି ତାଙ୍କ ପତ୍ନୀ ଅର୍ଥାତ ଶେଠାଣୀ ତାଙ୍କୁ ବୁଝାଇ କହିଲେ, ଏଣିକି ସେ ଦାୟିତ୍ୱ ମୋ ଉପରେ ଛାଡ଼ l ଆଜିଠୁ ତୁମେ ଯେତେ ସାଧୁଙ୍କୁ ଭେଟିବ ତାଙ୍କୁ ମୁଁ ପରୀକ୍ଷା କରିବି l ତୁମେ ଆଉ ବ୍ୟସ୍ତ ହୁଅନି l
ଶେଠାଣୀ ଗୋଟିଏ ପଞ୍ଜୁରୀ ଯୋଗାଡ଼ କଲେ। ତା’ଭିତରେ ଏକ କୁଆକୁ ରଖିଲେ। ତା’ ପାଖକୁ ଯେତେ ସାଧୁ ଆସିଲେ ସେ ସମସ୍ତଙ୍କୁ କହିଲେ ଆଜ୍ଞା, ଦେଖିଲେ ଶୁଆଟି କେତେ ସୁନ୍ଦର ହୋଇଛି !
ଏ କଥାଟି ଯେଉଁ ସାଧୁ ଶୁଣିଲେ ସେମାନେ ସମସ୍ତେ ଶେଠାଣୀଙ୍କୁ ପାଗଳ ବୋଲି ଭାବିଲେ। ନିଜକୁ ଆକ୍ଷେପ କରୁଥିବାର ମଣି କେହି କେହି ସାଧୁ ଶେଠାଣୀଙ୍କୁ ମନଇଚ୍ଛା ଗାଳି ଦେଇଗଲେ l ଏମିତି କେତେଦିନ ଚାଲିଲା l
ଶେଷରେ ଦିନେ ଜଣେ ବୃଦ୍ଧ ସାଧୁ ଆସିଲେ l ତାଙ୍କ ଆଗରେ ମଧ୍ୟ ଶେଠାଣୀ ସେଇ ଚିରାଚରିତ କୁଆ-ଶୁଆ କଥା ଉଠାଇଲେ। ଏକଥା ଶୁଣି ସାଧୁ ଅତି ସ୍ନେହରେ ଶେଠାଣୀଙ୍କ ଶିର ଦେଶରେ ନିଜ ହାତକୁ ବୁଲାଇ ଆଣି କହିଲେ ମା’ ରେ ! ଶୁଆ ଅଲଗା l ସେ ଦେଖିବାକୁ କୁଆଠାରୁ ସୁନ୍ଦର l ସେ ମଣିଷ ପରି କଥା କହେ l କୁଆ ତ ମଢ଼ ଖାଏ କିନ୍ତୁ ଶୁଆ ଶାକାହାରୀ l ତେଣୁ ଏହା ଶୁଆ ନୁହେଁ କୁଆ l
କିନ୍ତୁ ଶେଠାଣୀ ନିଜ ଜିଦ୍‌ରେ ଅଟଳ ରହି କହିଲେ ନା ନା ଏହା ଶୁଆ l କୁଆ କାହିଁକି ହେବ? ସାଧୁ ନ ରାଗି ଶେଠାଣୀକୁ ବହୁତ ବୁଝାଇଲେ କିନ୍ତୁ ଶେଠାଣୀ କେବଳ ଶୁଆଠାରେ ହିଁ ଅଟକି ରହିଛନ୍ତି l ଶେଷରେ ସାଧୁ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି କହିଲେ ‘ହେ ଈଶ୍ୱର ! ଏ ପିଲାଟିକୁ ଟିକେ ସଦ୍‌ବୁଦ୍ଧି ଦିଅ ’ କହି ନିଜ ବାଟରେ ଚାଲିବାକୁ ଆରମ୍ଭ କଲେ l ଶେଠାଣୀ ଏହି ସମୟରେ ଶେଠଙ୍କୁ ଉକ୍ତ ସାଧୁଙ୍କୁ ଶଙ୍ଖୋଳିବା ପାଇଁ ଅନୁରୋଧ କଲେ ଏବଂ କହିଲେ ଇୟେ ହିଁ ଆମର ଗୁରୁ ହେବାପାଇଁ ଯୋଗ୍ୟ l ତତ୍‌ପଶ୍ଚାତ ଶେଠ ପତି ପତ୍ନୀ ଦୁହେଁ ସାଧୁଙ୍କ ପାଦତଳେ ପଡ଼ି ସେମାନଙ୍କର ଗୁରୁ ହେବା ପାଇଁ ନିବେଦନ କଲେ l

ଶ୍ରୀ ସନ୍ନ୍ୟାସୀ ଜୀ
-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ:୯୭୭୭୭୯୭୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri