Posted inଫୁରସତ

ଗୁରୁ କରିବ ଜାଣି!

ବହୁ ପୁରାକାଳରୁ ଲୋକମୁଖରେ ପ୍ରଚଳିତ ହୋଇଆସୁଥିବା ରୂଢ଼ି ‘ପଇସା ନେବ ଗଣି, ପାଣି ପିଇବ ଛାଣି’କୁ ଉଚ୍ଚାରଣ କରିସାରିବା ପରେ ସେଦିନ ପ୍ରବଚନ ଦେଉଥିବା ପ୍ରବକ୍ତା ମହାରାଜ ଏହା ସହିତ ଆଉ ଏକ ପଦ ‘ଗୁରୁ କରିବ ଜାଣି’ ଯୋଡ଼ି ଶ୍ରୋତାବୃନ୍ଦଙ୍କୁ ବୁଝାଇବାକୁ ଯାଇ କହିଥିଲେ, ପଇସାକୁ ଯେମିତି ସବୁବେଳେ ଗଣିକରି ନେବା ଉଚିତ ପାଣିକୁ ମଧ୍ୟ ସବୁବେଳେ ଛାଣିକରି ନେବା ଉଚିତ l ଟଙ୍କା ସହ ଜୀବନର ସମ୍ପର୍କ l ପାଖରେ ଅର୍ଥ ନ ଥିଲେ ଜୀବନଟା ତୁଚ୍ଛ ଲାଗେ l ସରସତା ରୁହେନା l ଟଙ୍କା ନ ଥିଲେ ଜୀବନ ହାହାକାର l ତେଣୁ ଏହାର କାରବାର ସମୟରେ ସତର୍କତା ଜରୁରୀ l
ସହ ଶରୀରର ସମ୍ପର୍କ l ଭଲ ପାଣି ପିଇଲେ ଶରୀର ସୁସ୍ଥ ରହିବ l
ପାଣିରେ କିଛି ଅଳିଆ ଆବର୍ଜନା ଥିଲେ ତାକୁ ଫୁଟାଇ କରି ଏବଂ ପରେ ଛାଣିକରି ପିଇବା ଉଚିତ l ବୈଜ୍ଞାନିକମାନେ ଗବେଷଣା କରି କହିଲେଣି ଯେ, ଥଣ୍ଡାପାଣି ଆମ ଶରୀର ଉପଯୋଗୀ ନୁହେଁ l ମଣିଷ ଏକ ଉଷ୍ମ ରକ୍ତଥିବା ପ୍ରାଣୀ ହୋଇଥିବାରୁ ଏହାର ଶରୀର ଭିତରକୁ ଉଷୁମ ପାଣି ପ୍ରବେଶ କରିବା ଉଚିତ l ତା’ ଛଡ଼ା ପ୍ରତ୍ୟହ ସକାଳେ ଖାଲିପେଟରେ ପେଟ ଭର୍ତ୍ତି କରି ଉଷୁମ ପାଣି ପାନକଲେ କୋଷ୍ଠବଦ୍ଧତା ଦୂରହେବା ସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ l ଶରୀରର ଓଜନରେ ସମତୁଲତା ବଜାୟ ରହିଥାଏ l
ଗୋଟିକର ସମ୍ପର୍କ ଶରୀରକୁ ନେଇ l ଅନ୍ୟଟିର ସମ୍ପର୍କ ଜୀବନକୁ ନେଇ l ଏଇ ଶରୀର ଆଉ ଜୀବନ ବାଦ୍‌ ଆଉ ଗୋଟିଏ ଜିନିଷ ଅଛି, ଯାହା ମଧ୍ୟ ପରିଷ୍କରଣ ହେବା ଦରକାର l ତାହା ହେଉଛି ଆତ୍ମା l ମଣିଷ ଭୋଜନକଲେ ଶରୀରର ପୁଷ୍ଟିସାଧନ ହୋଇଥାଏ l ହେଲେ ଆତ୍ମାର ଭୋଜନ କ’ଣ? ଅନେକ ଲୋକ କହିବେ ଆତ୍ମା କ’ଣ ଭୋଜନ କରେ l ହଁ, ଆତ୍ମାର ବି ଭୋଜନ ଦରକାର l ହେଲେ ସେ ଭୋଜନ ଭାତ, ଡାଲି, ତରକାରି, ଚିକେନ କି ବିରିୟାନୀ ନୁହେଁ l ସେ ଭୋଜନ ହେଉଛି ସାଧନାର ଭୋଜନ l ଧ୍ୟାନ, ଧାରଣା, ଯୋଗ, ଆସନ, ପ୍ରାଣାୟାମ ପ୍ରାର୍ଥନା ଆଦି ହେଉଛି ଆତ୍ମାର ଭୋଜନ l ଏଗୁଡିକ ଜୀବନରୁ ଦୂରେଇ ଗଲେ ଆତ୍ମା କଳୁଷିତ ହୋଇଯାଏ l ମନ, ବୁଦ୍ଧି, ବିବେକ ଦୂଷିତ ହୋଇଯାଏ।
ଶରୀର ଦରକାର କରୁଥିବା ଖାଦ୍ୟଗୁଡ଼ିକୁ ତିଆରି କରିବାପାଇଁ ଯେମିତି ଜଣେ ପୂଜାରୀଙ୍କ ଆବଶ୍ୟକତା ପଡ଼େ ଠିକ ସେମିତି ଆତ୍ମା ଦରକାର କରୁଥିବା ଖାଦ୍ୟଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଜଣେ ରାନ୍ଧୁଣିଆଙ୍କୁ ଯୋଗାଡ଼ କରିବାକୁ ପଡ଼େ l ଆମେ ମନମୁଖି ଧ୍ୟାନଧାରଣା ପ୍ରାଣାୟାମ ଆଦି ସାଧନାରେ ବ୍ୟାପୃତ ରହିଲେ ସେଥିରେ ବ୍ୟାଘାତ ଆସିପାରେ l ଏଥିପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ଅଛି l ଆମେ ମନମୁଖି ନ ହୋଇ ଗୁରୁମୁଖୀ ହେବା ଦରକାର l ତାଙ୍କ ପ୍ରଦର୍ଶିତ ମାର୍ଗରେ ଚଳିଲେ ମଣିଷ ଈଶ୍ୱରଙ୍କ ନିକଟରେ ପହଞ୍ଚିପାରିବ l ବିନା ଗୁରୁରେ ଐଶ୍ୱରିକ ସଡ଼କରେ ଚାଲିବା ବିପଜ୍ଜନକ l
ସନ୍ଥ କିଛି ସମୟ ନୀରବ ରହି ପୁଣି କହିବା ଆରମ୍ଭ କଲେ, କଳିଯୁଗରେ ପଣ ପଣ ଗୁରୁ l ଯିଏ ଦାଢ଼ି ଜଟା ଛାଡ଼ି ଗେରୁଆ ପିନ୍ଧିଦେଲା, ସେ କହିଲା ‘ମୁଁ ଗୁରୁ’। ଆଜିକାର ଯୁଗରେ ଦୀକ୍ଷା ଦେବାପାଇଁ ତଥାକଥିତ ଗୁରୁମାନଙ୍କ ଭିତରେ ପ୍ରତିଯୋଗିତା l କିଏ କେତେ ଧନୀ ଲୋକଙ୍କୁ ନିଜ ଶିଷ୍ୟ ଜାଲରେ ପକାଇପାରିବ – ଖାସ ଏହା ହିଁ ଲକ୍ଷ୍ୟ ରହୁଛି ତଥାକଥିତ ଗୁରୁ ବର୍ଗମାନଙ୍କର। ଏ ପ୍ରକାର ଭିଡ଼ରେ ପ୍ରତ୍ୟେକ ଲୋକ ଗୁରୁ କରିବା ପୂର୍ବରୁ ତାଙ୍କ ବିଷୟରେ ଭଲ ରୂପେ ଅବଗତ ହେବା ଦରକାର l ତାଙ୍କର ସମ୍ପତ୍ତି ବାଡ଼ି, ଦାମୀ ଗାଡି, ପାଞ୍ଚତାଲା କୋଠା ବିଶିଷ୍ଟ ଆଶ୍ରମ, ଅଲୌକିକ ଯାଦୁ କିମ୍ବା କେଉଁ ଟିଭି କି ଖବରକାଗଜରେ ପ୍ରସାରିତ ତାଙ୍କ ପ୍ରଚାର ବା ପ୍ରବଚନ ଆଦିକୁ ବେଶି ଗୁରୁତ୍ୱ ନ ଦେଇ ତାଙ୍କର ଆଧ୍ୟାତ୍ମିକ ସାଧନାର ଗଭୀରତା ବାବଦରେ ଉତ୍ତମ ଭାବେ ଅବଗତ ହୋଇସାରିବା ପରେ ଜଣକୁ ଗୁରୁ ରୂପେ ବରଣ କରିବା ଉଚିତ l ଏ କାମଟା କରିବା ଭାରି କଠିନ l କିନ୍ତୁ ଆଦୌ ଅସମ୍ଭବ ନୁହେଁ l ଯାହାଙ୍କୁ ଗୁରୁ ରୂପେ ବରଣ କରିବ ପ୍ରଥମେ ତାଙ୍କ ସହ କିମ୍ବା ତାଙ୍କ ଅନୁଷ୍ଠାନ ସହ ମିଳାମିଶା କରନ୍ତୁ l ଏପରି କଲେ ଧୀରେ ଧୀରେ ଗୁରୁଙ୍କ ହାବ ଭାବ ବିଷୟରେ ଆପଣ ଜାଣିପାରିବେ l ଅନ୍ୟ ଗୋଟିଏ ଉପାୟ ବି ଅଛି l ନିରନ୍ତର ପ୍ରଭୁଙ୍କୁ ପ୍ରାର୍ଥନା କର – ହେ ପ୍ରଭୁ ! ମୋତେ ଗୋଟିଏ ଉତ୍ତମ ଗୁରୁ ପ୍ରଦାନ କରନ୍ତୁ l ଭାବନାର ଗଭୀରତା ବଢ଼ିଲେ ଗୁରୁ ଆପେ ଆପେ ଆପଣଙ୍କ ପାଖେ ଧରାଦେବେ l ଅମୃତଭଣ୍ଡl ପାଚିଲେ କାଉକୁ ନିମନ୍ତ୍ରଣ କରା ଯାଏନି l ସେ ଆପେ ଆପେ ଆସି ଥଣ୍ଟ ମାରିବା ଆରମ୍ଭ କରେ l ଠିକ୍‌ ସେମିତି ଆମ ମନର ଭାବନାକୁ ନେଇ ଆମ ମନୋବାଞ୍ଛିତ ଗୁରୁ ଆମ ପାଖେ ପହଞ୍ଚି ଯିବେ l
ଜଣେ ଶେଠ ଥିଲେ l ଦିନେ ତାଙ୍କ ମନରେ ଆଧ୍ୟାତ୍ମିକର ଭାବନା ଜାଗ୍ରତ ହେଲା l ଜୀବନର ଅନ୍ତିମ ପର୍ଯ୍ୟାୟରେ ଧନ ଓ ପରିବାରର ଆସକ୍ତି ଏବଂ ଦାୟିତ୍ୱ ଛାଡ଼ି ସାଧନା ଓ ଭଜନରେ ମନୋନିବେଶ କରିବାର ଦୃଢ଼ ସଂକଳ୍ପ ନେଲେ l ହେଲେ ଏ ନୂତନ ପଥରେ ବାଟ ଦେଖାଇବ କିଏ? ଜଣେ ଗୁରୁଙ୍କର ନିହାତି ଆବଶ୍ୟକ l ଶେଠ ମନେ ମନେ ଭାବିଲେ ଯେ ଗୁରୁ ଏପରି ହେବା ଦରକାର, ଯେ ସଶରୀରେ ଥିବେ l ତାଙ୍କ ପାଖରେ ସହଜରେ ପହଞ୍ଚି ହେଉଥିବ ଏବଂ ସେ ଜ୍ଞାନୀ ମଧ୍ୟ ହୋଇଥିବେ l ସାଧନା ସମ୍ପର୍କିତ ସନ୍ଦେହ ଗୁଡ଼ିକୁ ସେ ଉତ୍ତମ ଭାବେ ବୁଝାଇ ପାରୁଥିବେ l ଲୋଭୀ କି କ୍ରୋଧୀ ହୋଇ ନ ଥିବେ l
ଏପରି ଗୁରୁଙ୍କର ତଲାସରେ ତାଙ୍କର ବହୁଦିନ ଅତିବାହିତ ହୋଇଗଲା ପରେ ଶେଠଙ୍କ ମନ ମୁତାବକ ଗୁରୁଙ୍କ ସନ୍ଧାନ ମିଳିଲା ନାହିଁ l ଶେଠଙ୍କ ମନଟା ଖଟା ହୋଇଗଲା l ସେ ସବୁବେଳେ ଚିନ୍ତିତ ଅବସ୍ଥାରେ ରହିଲେ l
ଏହା ଦେଖି ତାଙ୍କ ପତ୍ନୀ ଅର୍ଥାତ ଶେଠାଣୀ ତାଙ୍କୁ ବୁଝାଇ କହିଲେ, ଏଣିକି ସେ ଦାୟିତ୍ୱ ମୋ ଉପରେ ଛାଡ଼ l ଆଜିଠୁ ତୁମେ ଯେତେ ସାଧୁଙ୍କୁ ଭେଟିବ ତାଙ୍କୁ ମୁଁ ପରୀକ୍ଷା କରିବି l ତୁମେ ଆଉ ବ୍ୟସ୍ତ ହୁଅନି l
ଶେଠାଣୀ ଗୋଟିଏ ପଞ୍ଜୁରୀ ଯୋଗାଡ଼ କଲେ। ତା’ଭିତରେ ଏକ କୁଆକୁ ରଖିଲେ। ତା’ ପାଖକୁ ଯେତେ ସାଧୁ ଆସିଲେ ସେ ସମସ୍ତଙ୍କୁ କହିଲେ ଆଜ୍ଞା, ଦେଖିଲେ ଶୁଆଟି କେତେ ସୁନ୍ଦର ହୋଇଛି !
ଏ କଥାଟି ଯେଉଁ ସାଧୁ ଶୁଣିଲେ ସେମାନେ ସମସ୍ତେ ଶେଠାଣୀଙ୍କୁ ପାଗଳ ବୋଲି ଭାବିଲେ। ନିଜକୁ ଆକ୍ଷେପ କରୁଥିବାର ମଣି କେହି କେହି ସାଧୁ ଶେଠାଣୀଙ୍କୁ ମନଇଚ୍ଛା ଗାଳି ଦେଇଗଲେ l ଏମିତି କେତେଦିନ ଚାଲିଲା l
ଶେଷରେ ଦିନେ ଜଣେ ବୃଦ୍ଧ ସାଧୁ ଆସିଲେ l ତାଙ୍କ ଆଗରେ ମଧ୍ୟ ଶେଠାଣୀ ସେଇ ଚିରାଚରିତ କୁଆ-ଶୁଆ କଥା ଉଠାଇଲେ। ଏକଥା ଶୁଣି ସାଧୁ ଅତି ସ୍ନେହରେ ଶେଠାଣୀଙ୍କ ଶିର ଦେଶରେ ନିଜ ହାତକୁ ବୁଲାଇ ଆଣି କହିଲେ ମା’ ରେ ! ଶୁଆ ଅଲଗା l ସେ ଦେଖିବାକୁ କୁଆଠାରୁ ସୁନ୍ଦର l ସେ ମଣିଷ ପରି କଥା କହେ l କୁଆ ତ ମଢ଼ ଖାଏ କିନ୍ତୁ ଶୁଆ ଶାକାହାରୀ l ତେଣୁ ଏହା ଶୁଆ ନୁହେଁ କୁଆ l
କିନ୍ତୁ ଶେଠାଣୀ ନିଜ ଜିଦ୍‌ରେ ଅଟଳ ରହି କହିଲେ ନା ନା ଏହା ଶୁଆ l କୁଆ କାହିଁକି ହେବ? ସାଧୁ ନ ରାଗି ଶେଠାଣୀକୁ ବହୁତ ବୁଝାଇଲେ କିନ୍ତୁ ଶେଠାଣୀ କେବଳ ଶୁଆଠାରେ ହିଁ ଅଟକି ରହିଛନ୍ତି l ଶେଷରେ ସାଧୁ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି କହିଲେ ‘ହେ ଈଶ୍ୱର ! ଏ ପିଲାଟିକୁ ଟିକେ ସଦ୍‌ବୁଦ୍ଧି ଦିଅ ’ କହି ନିଜ ବାଟରେ ଚାଲିବାକୁ ଆରମ୍ଭ କଲେ l ଶେଠାଣୀ ଏହି ସମୟରେ ଶେଠଙ୍କୁ ଉକ୍ତ ସାଧୁଙ୍କୁ ଶଙ୍ଖୋଳିବା ପାଇଁ ଅନୁରୋଧ କଲେ ଏବଂ କହିଲେ ଇୟେ ହିଁ ଆମର ଗୁରୁ ହେବାପାଇଁ ଯୋଗ୍ୟ l ତତ୍‌ପଶ୍ଚାତ ଶେଠ ପତି ପତ୍ନୀ ଦୁହେଁ ସାଧୁଙ୍କ ପାଦତଳେ ପଡ଼ି ସେମାନଙ୍କର ଗୁରୁ ହେବା ପାଇଁ ନିବେଦନ କଲେ l

ଶ୍ରୀ ସନ୍ନ୍ୟାସୀ ଜୀ
-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ:୯୭୭୭୭୯୭୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?