ଛତୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ ରୋମାଞ୍ଚଳ

କୋକସରା,୨୫ା୧୨(ଡି.ଏନ.ଏ.): କଥାରେ ଅଛି ଇଚ୍ଛାଶକ୍ତି ଆଗରେ ସବୁ ସମ୍ଭବ। ମନରେ ଦୃଢ ଆତ୍ମବିଶ୍ବାସକୁ ପାଥେୟ କରି ସ୍ବଳ୍ପ ଜମାପୁଞ୍ଜିରେ ବିନା ସରକାରୀ ସହାୟତାରେ ଜଣେ ସଫଳ ଯୁବଚାଷୀ ହୋଇ ସ୍ବାବଲମ୍ବୀ ହୋଇ ପାରିଛନ୍ତି ରୋମାଞ୍ଚଳ ପୂଝାରି (୪୫)। ତାଙ୍କ ଘର କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମରେ। ବିଗତ ୮ ବର୍ଷ ହେବ ଛତୁ ଚାଷ କରି ଆସୁଛନ୍ତି। ସେ ଛତୁ ଚାଷ ପାଇଁ ୨୦୧୩ ମସିହାରେ ସରକାରୀ ତାଲିମ କେନ୍ଦ୍ର ଭୁବନେଶ୍ୱର ଓୟୁଏଟିରୁ ପ୍ରଶିକ୍ଷଣ ନେଇଛନ୍ତି। ତାଲିମ ନେଇ ଫେରିବା ପରେ ସେ ଭୁବନେଶ୍ୱରରୁ ଛତୁ ମଞ୍ଜି ମଗାଇ ନିଜର ଛୋଟ ଏକ ଘରେ ଛତୁ ଚାଷ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ସଂଗ୍ରହ କରି ଚାଷ ଆରମ୍ଭ କରିଥିଲେ। ତାଙ୍କୁ ଏହି କାମରେ ତାଙ୍କ ସ୍ତ୍ରୀ କମଳିନୀ ପୁଝାରି(୪୦), ଝିଅ ମିନତୀ ପୁଝାରି(୨୨) ସାହାଯ୍ୟ କରନ୍ତି। ବଡଝିଅ ରେଖା ପୁଝାରି(୨୪) ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ସାନ ଝିଅ ମିନତୀ କୋକସରା କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଛନ୍ତି। ତାଙ୍କର ଦୁଇ ପୁଅ ଆଲୋକ ଓ ଶ୍ଳୋକ ରହିଛନ୍ତି। ଛତୁ ଚାଷ କରି ସେ ନିଜର ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷା ଦେବା ସହ ସୱାବଲମ୍ବୀ ହୋଇଛନ୍ତି। ଦୈନିକ ୨୦ରୁ ୩୦ କେଜି ଛତୁ ତାଙ୍କ ବେଡ଼ରୁ ବାହାରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ବେପାରୀମାନେ ଆସି ଛତୁ ନିଅନ୍ତି। କେଜି ପ୍ରତି ୧୬୦ ଟଙ୍କାରେ ସେ ଛତୁ ବିକ୍ରି କରୁଛନ୍ତି। ଅଭାବ ଅନାଟନ ଯୋଗୁ ଦିନେ ସେ ପରିବାର ଚଳାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାସତ୍ତ୍ୱେ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ନ ଯାଇ ଆତ୍ମବିଶ୍ବାସର ସହ ଛତୁ ଚାଷ କରି ଆଜି ସଫଳ ହୋଇ ପାରିଛନ୍ତି। ତେବେ ଛତୁ ଚାଷ ପାଇଁ ତାଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ। ଯଦି ସରକାରୀ ସହାୟତା ମିଳେ ତାହେଲେ ସେ ଛତୁ ଚାଷକୁ ବ୍ୟାପକ ମାତ୍ରାରେ କରିବା ସହ ଅନେକ ଶ୍ରମିକଙ୍କୁ ରୋଜଗାର ଦେଇ ପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri