ଗୁରୁ ହିଁ ମାର୍ଗଦର୍ଶକ

ସୁନ୍ଦରଗଡ,୫ା୯ (ଜୟ ନାରାୟଣ ମେଣ୍ଡୁଳି): ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ଯିଏ ବାଟ ଦେଖାନ୍ତ ସେ ହିଁ ଗୁରୁ। ଭାରତ ବର୍ଷର ଗୁରୁ ଶିଷ୍ୟ ପରମ୍ପରା, ମୂଲ୍ୟବୋଧ ଭାରତୀୟ ସଂସ୍କୃତିକୁ ଗୌରାନିତ୍ୱ କରିପାରିଛି। ଏହି ମହାନ ପରମ୍ପରାକୁ ବଜାୟ ରଖିବା ପାଇଁ ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜୟନ୍ତୀକୁ ପବିତ୍ର ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଶିକ୍ଷାଦାନ ଭଳି ମହାନ ବୃତ୍ତିକୁ ଆପଣାଇ ଶିକ୍ଷାର ଆଲୋକ ବୁଣି ଥିବା ଗୁରୁଙ୍କ ଅଭିବ୍ୟକ୍ତିକୁ ନେଇ ଉପସ୍ଥାପନା।

ଗୁରୁଶିଷ୍ୟର ପରମ୍ପରା ଆଦି କାଳରୁ ଭାରତୀୟ ସଂସ୍କୃତିର ପରିଚାୟକ। ଆଜି ମନେ ପଡେ ବାଲ୍ୟକାଳରୁ ଶିକ୍ଷକତା କରିବା ପର୍ଯ୍ୟନ୍ତ ମତେ ଶିକ୍ଷାଦାନ କରିଥିବା ଗୁରୁଙ୍କୁ। ଶିକ୍ଷକତା ଜୀବନରେ ଏହାର ମହତ୍ତ୍ୱକୁ ଆହୁରି ଅନୁଭବ କରୁଛି। ଶିକ୍ଷକଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ରାଷ୍ଟ୍ର ନିର୍ମାଣରେ ନିଜର ଅବଦାନ ଦେଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି। ଏହି ଗୁରୁଶିଷ୍ୟ ପରମ୍ପରା ଆଗକୁ ମଧ୍ୟ ବଜାୟ ରହିବ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ।
– ସସ୍ମିତା ଯୋଷୀ

ସହକାରୀ ଶିକ୍ଷକ, ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ, ସୁନ୍ଦରଗଡ।
ସଫଳ ଜୀବନ ପାଇଁ ଗୁରୁଙ୍କ ଛାପ ଅର୍ନିବାର୍ଯ୍ୟ। ଗୁରୁଙ୍କ ଚାଲିଚଳନ, ଚିନ୍ତା ଧାରା ଆଦର୍ଶ ଶିଷ୍ୟ ଉପରେ ବିଶେଷ ପ୍ରଭାବ ପକାଏ। ଗୁରୁ ଶିଷ୍ୟ ସମ୍ପର୍କ ଆମ ସମୟରେ ଯେମିତି ଥିଲା ଏବେ ମଧ୍ୟ ଅକ୍ଷୂର୍ଣ୍ଣ ରହିଛି। ଗୁରୁଙ୍କ ଗୁରୁ ଦାୟିତ୍ୱ ରହିବା ବିଧେୟ। ଏବେ ମଧ୍ୟ ଶିଷ୍ୟଙ୍କ ଭକ୍ତିଭାବ,ସମ୍ମାନବୋଧ କମି ନାହିଁ। ଏହି ସମ୍ପର୍କ ସବୁଦିନ ବଜାୟ ରହୁ। ଦେଶ, ଜାତିର ମାନ ସର୍ବଦା ଉଚ୍ଚରେ ରହୁ।
-ବିଜୟ କୁମାର ସାହୁ, ଅଧ୍ୟକ୍ଷ ଭେଡାବାହାଲ ମହାବିଦ୍ୟାଳୟ, ସୁନ୍ଦରଗଡ ।

ପିତାମାତାଙ୍କ ପରେ ମନୁଷ୍ୟକୁ ଯଦି କିଏ ସଠିକ ଦିଗଦର୍ଶନ ଦିଏ ସିଏ ହେଉଛନ୍ତି ପୂଜ୍ୟ ଗୁରୁ। ବିଦ୍ୟାଦାନ ସହ ଜ୍ଞାନ ଉଦୟ, ବିବେକାନୁମୋଦିତ କାର୍ଯ୍ୟ କରିବା ପାଇଁ ପଥ ପଦର୍ଶକ। ନିଜ ରୁଚିକୁ ଉଡାଣ ଦେବାପାଇଁ ସାହାସ ଜୁଟାଇବା। ତେଣୁ ଗୁରୁ ହିଁ ମୋ’ଜୀବନରେ ଶ୍ରେଷ୍ଠ ପଥପଦର୍ଶକ।
– ବିବିଧ ବିଶ୍ବ, ଯୁବ ଗାଳ୍ପିକ

ପିତାପୂତ୍ରଙ୍କ ସମ୍ପର୍କ ପରି ଗୁରୁ ଶିଷ୍ୟଙ୍କ ସମ୍ପର୍କ ସରଳ,ଅନାବିଳ ଓ ନିଷ୍କପଟ ହେବା ଉଚିତ। ଗୁରୁଭକ୍ତି ହିଁ ଜ୍ଞାନ ଭଣ୍ଡାର ଖୋଲିବା ପାଇଁ ପ୍ରକୃତ ଚାବିକାଠି। ନିର୍ଜିବ ପାଷାଣ ଦେହରେ ପ୍ରାଣ ସଞ୍ଚାର କରି ପାରୁଥିବା, ମୂକକୁ ବାଚାଳ କରି ପାରୁଥିବା, ମାଟି ପିଣ୍ଡୁଳାକୁ ଯେକୌଣସି ସାର୍ଥକ ପ୍ରାଣବନ୍ତ କରିପାରୁଥିବା ବଳିଷ୍ଠ ବ୍ୟକ୍ତିତ୍ୱର ଅନ୍ୟ ନାମ ହେଉଛି ଗୁରୁ।

-ଶଚୀରାଣୀ ବହିଦାର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ,ସୁନ୍ଦରଗଡ।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri