ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି ଭାରତବର୍ଷରେ ଗୁରୁଙ୍କର ମହତ୍ତ୍ୱ ଅସୀମ। ଇତିହାସ ପୃଷ୍ଠା ଉନ୍ମୋଚନ କଲେ ଗୁରୁକୁଳରେ ଗୁରୁ ଶିଷ୍ୟଙ୍କ ସମ୍ପର୍କ ଯଥେଷ୍ଟ ଉନ୍ନତ ଥିଲା। ଛାତ୍ରୀଛାତ୍ରମାନଙ୍କୁ ନୈତିକ ଶିକ୍ଷା, ବୈଷୟିକ ଶିକ୍ଷା, କର୍ମଭିତ୍ତିକ ଶିକ୍ଷା, ଚରିତ୍ର ଗଠନ ଶିକ୍ଷା, ସର୍ବୋପରି ସ୍ବାବଲମ୍ବୀ ହେବାର ପ୍ରଧାନ ଲକ୍ଷ୍ୟ ଥିଲା। ସେଥିପାଇଁ ତ ଯୁଗେ ଯୁଗେ ଭାରତକୁ ବିଶ୍ୱଗୁରୁ ଆଖ୍ୟା ଦିଆଯାଇଛି। ଆମ ଶିକ୍ଷାନୁଷ୍ଠାନଗୁଡ଼ିକରେ ଯେତେପ୍ରକାର ଉତ୍ସବ ପର୍ବପର୍ବାଣି ପାଳନ କରାଯାଉଛି ସେଥିରେ ଗୁରୁ ପୂଜନ ଅନ୍ୟତମ। ଗୁରୁ ବିନା ଶିକ୍ଷା ଅସମ୍ପୂର୍ଣ୍ଣ ବୋଲି କୁହାଯାଇଥାଏ। ‘ଗୁରୁ’ ଶବ୍ଦର ଅର୍ଥ ହେଲା ‘ଗୁ’ କହିଲେ ଅନ୍ଧକାର ‘ରୁ’ର ଅର୍ଥ ଅନ୍ଧକାର ନିରୋଧକ ଜ୍ୟୋତି ବା ଆଲୋକ ଅର୍ଥାତ୍‌ ଯିଏ ଅନ୍ଧକାର ଦୂରେଇ ଶିଷ୍ୟର ଅନ୍ତରର ଜ୍ଞାନ ଭାବର ଆଲୋକ ଜଳାଇ ସ୍ବତନ୍ତ୍ର ଉତ୍ତମ ମାର୍ଗ ପ୍ରଦର୍ଶନ କରନ୍ତି ସେ ହିଁ ପ୍ରକୃତରେ ଗୁରୁ ପଦବାଚ୍ୟ। ଏହି ପୁଣ୍ୟ ଭୂମିରେ କେତେ କେତେ ମହାନ୍‌ ଗୁରୁ- ଲବକୁଶଙ୍କ ଗୁରୁ ବାଲ୍ମୀକ, ଏକଲବ୍ୟଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟ, ଛତ୍ରପତି ଶିବାଜୀଙ୍କ ଗୁରୁ ରାମଦାସ, ସ୍ବାମୀ ବିବେକାନନ୍ଦଙ୍କ ଗୁରୁ ରାମକୃଷ୍ଣ ପରମହଂସ ଏପରି ମହାନ୍‌ ଗୁରୁ ଶିଷ୍ୟର ପରମ୍ପରା ଭାରତବର୍ଷରେ ରହିଛି। ଏଠାରେ କେତେ କେତେ ମହାନ୍‌ ଗୁରୁ ନିଜର ଦିଗ୍‌ଦର୍ଶନ ସମାଜକୁ ଦେଇ ଶ୍ରେଷ୍ଠ ଛାତ୍ରୀଛାତ୍ର ଗଠନ କରି ଆମ ସମାଜର ମଙ୍ଗଳ ସାଧନ କରିଯାଇଛନ୍ତି। ଗୁରୁମାନଙ୍କୁ ସମ୍ମାନ ଜଣାଇ ଏହି କବିତାର ଅର୍ଘ୍ୟ ହେଲା-”ଅନ୍ଧାରରୁ ତୁମେ ଆଲୋକ ଦିଗକୁ ଦେଖେଇଲ ପଥ ମତେ/ ତମ ଆଶୀର୍ବାଦ ମୋ ସାଙ୍ଗରେ ଥିଲେ ଚଢ଼ିବି ପାହାଚ କେତେ“। ଭଗବାନ କୃଷ୍ଣଙ୍କୁ ଅର୍ଜୁନ ପ୍ରକୃତ ବନ୍ଧୁ ଓ ଗୁରୁ ଭାବରେ ଗ୍ରହଣ କରିଥିଲେ। ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଅର୍ଜୁନ ତମେ ଗୁରୁ ଗ୍ରହଣ ନ କଲେ ତୁମକୁ ସଦ୍‌ଜ୍ଞାନ ପ୍ରାପ୍ତ ହେବ ନାହିଁ। ”ଗୁରୁ ନ କଲେ ଅରଜୁନ, କାହିଁ ପାଇବୁ ସଦ୍‌ଜ୍ଞାନ।“
ଆଜିର ଏ ପବିତ୍ର ଗୁରୁଦିବସରେ ଭକ୍ତି ଭାବ ରୂପକ ସମସ୍ତ ଗୁରୁଙ୍କ ପୟରରେ ବନ୍ଦନା କରିବା ଉଚିତ। ଗୁରୁଙ୍କୁ ଭକ୍ତି ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରି ଯଥୋଚିତ ସମ୍ମାନ ଦେବା ଫଳରେ ତାଙ୍କର ଅପାର କୃପା ମିଳିଥାଏ। ଜଣେ ସଦ୍‌ଗୁରୁ କେବେ ବି ଛାତ୍ରୀଛାତ୍ରଙ୍କ ଜୀବନରେ କୌଣସି ବାଧାବିଘ୍ନ ଆସିବାକୁ ଦିଅନ୍ତି ନାହିଁ। ସର୍ବଦା ଶିଷ୍ୟମାନଙ୍କର ମଙ୍ଗଳ ସାଧନ କରିବା ଏକାନ୍ତକାମ୍ୟ। ପ୍ରତ୍ୟେକ ଗୁରୁ ତାହା ହିଁ ପାଳନ କରି ନିଜର ସମସ୍ତ ଜ୍ଞାନ ଗରିମା ଆଶୀର୍ବାଦ ଶିଷ୍ୟଙ୍କ ପାଖରେ ଢାଳି ଦେଇଥାନ୍ତି। ଗୁରୁଙ୍କ ଆଶୀର୍ବାଦରେ ଅସମ୍ଭବ ହିଁ ସମ୍ଭବ ହୋଇଥାଏ। ଏଣୁ ଗୁରୁ ହିଁ ପ୍ରତ୍ୟେକ ଶିଷ୍ୟର ଆଦରର ପାତ୍ର। ଏହିପରି ଜଣେ ମହାନ୍‌ ଛାତ୍ରବତ୍ସଳ ଗୁରୁ ହେଲେ ଦାର୍ଶନିକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଯିଏ କି ବିଶ୍ୱର ସର୍ବଶ୍ରେଷ୍ଠ ଗୁରୁ। ତାଙ୍କରି ଜନ୍ମଦିନ ସେପ୍ଟେମ୍ବର ୫ ତାରିଖକୁ ସର୍ବତ୍ର ଗୁରୁଦିବସ ରୂପେ ପାଳନ କରାଯାଉଛି। ଡ. ରାଧାକ୍ରିଷ୍ଣନଙ୍କ ଛାତ୍ରବତ୍ସଳ ମନୋଭାବ, ଆଦର୍ଶ, ଛାତ୍ରୀଛାତ୍ରମାନଙ୍କୁ ଭଲ ପାଇବାର ନିଚ୍ଛକ ଗୁଣ ହିଁ ତାଙ୍କୁ ରାଷ୍ଟ୍ରପତି ରୂପେ ଯେତିକି ଖ୍ୟାତି ଦେଇ ନ ଥିଲା, ଜଣେ ବିଦ୍ୱାନ୍‌ ଦାର୍ଶନିକ ଗୁରୁ ରୂପେ ସାରା ବିଶ୍ୱରେ ପରିଚିତ କରାଇଥିଲା। ଭାରତ ମାଟି କାହିଁକି ସାରା ବିଶ୍ୱରେ ତାଙ୍କୁ ଶ୍ରେଷ୍ଠ ଗୁରୁ ଆଖ୍ୟା ଦିଆଯାଉଛି।
ଗୁରୁଙ୍କ ପାଖରେ ଦୟା, କ୍ଷମା, ସହନଶୀଳତା, ଧୈର୍ଯ୍ୟ, ଶୃଙ୍ଖଳାଜ୍ଞାନ, ସମୟାନୁବର୍ତ୍ତିତା, ସ୍ନେହ, ପ୍ରେମ ମମତାର ବନ୍ଧନ ଡୋରି ଓ ଜ୍ଞାନର ଭଣ୍ଡାର ପୂରି ରହିଥାଏ। ଗୁରୁମାନେ ଅନ୍ଧକାରକୁ ଭେଦ କରି ନିଜର ଜ୍ଞାନରେଣୁ ବଳରେ ପ୍ରତ୍ୟେକ ଶିଷ୍ୟଙ୍କୁ ନିଜର ଜ୍ଞାନ ଚକ୍ଷୁରୁ କିଛି ଜ୍ଞାନ ବିତରଣ କରିଥାନ୍ତି। ଏକ ସୁନ୍ଦର ସମାଜ ଗଠନରେ ଆଦର୍ଶ, ମହାନତା, ଦାୟିତ୍ୱବାନ୍‌ ଓ କର୍ତ୍ତବ୍ୟବୋଧ ଛାତ୍ରୀଛାତ୍ର ତିଆରି କରିବାରେ ଗୁରୁମାନେ ସର୍ବଦା ପ୍ରୟାସ ଜାରିରଖିଥାନ୍ତି। ଗୁରୁ ହିଁ ସଦ୍‌ମାର୍ଗର ପଥିକ। ଗୁରୁଭକ୍ତି ଦ୍ୱାରା ହିଁ ଶ୍ରେଷ୍ଠତ୍ୱ ଲାଭ ମିଳିଥାଏ। ସୁତରାଂ ଗୁରୁଙ୍କ ପଥାନୁସରଣ ସର୍ବଦା କରିବା ଉଚିତ।
ଅଧ୍ୟକ୍ଷ, ମାକାସେ ବିଏଡ୍‌ କଲେଜ, ମୁର୍ଶିଦାବାଦ, ପଶ୍ଚିମବଙ୍ଗ
ମୋ: ୯୦୬୪୬୬୬୯୧୪


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?