ଶିକାରୀଙ୍କଠାରୁ ଦେଶୀ ବନ୍ଧୁକ, ୧୪ ଶୁଆ ଉଦ୍ଧାର

ନାକଟିଦେଉଳ,୨୦ା୧(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୩ ଶିକାରୀ ଓ ୨ ବନ୍ୟଜନ୍ତୁ ମାଂସ ବ୍ୟବସାୟୀଙ୍କୁ ଗିରଫ ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରୁ ବନ୍ୟଜନ୍ତୁ ଶୀକାର କରି ଫେରୁଥିବା ବେଳେ ବଡ଼ବାହାଳ ରାସ୍ତାରେ ବନ କର୍ମଚାରୀ ସେମାନଙ୍କୁ କାବୁ କରିଥିଲେ। ଗିରଫ ୩ ଶିକାରୀ ହେଲେ ବଡ଼ବାହାଲ ଗ୍ରାମର ଧର୍ମୁ ଶବର, କାର୍ତ୍ତିକ ଶବର ଓ ରମାକାନ୍ତ ଶବର। ସେହିପରି ଗିରଫ ବ୍ୟବସାୟୀ ହେଲେ କିସିଣ୍ଡା ଥାନା ପାରଧିଆମୁଣ୍ଡାର ଇନ୍ଦ୍ର ବେହେରା ଓ ସନ୍ତୋଷ ବେହେରା। ତାଙ୍କଠାରୁ ୫କେଜି କୁଟୁରା ମାଂସ, ଗୋଟିଏ ଦେଶୀ ବନ୍ଧୁକ, ୩ ଅଫୁଟା ଗୁଳି ଜବତ ସହ ୧୪ଟି ଶୁଆ ପକ୍ଷୀ ଶାବକ ଉଦ୍ଧାର ହୋଇଛି। ଉଦ୍ଧାର ଶୁଆ ଶାବକଗୁଡ଼ିକୁ ବନ ଅଧିକାରୀଙ୍କ ଉପସ୍ଥିତିରେ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଶିକାରୀମାନଙ୍କ ଠାରୁ ୨ଟି ଧନୁ ତୀର, ଗୋଟିଏ ଫାର୍ସା, ଗୋଟିଏ ବାଇକ୍‌, ସମ୍ବର ମୁଣ୍ଡ ସହିତ ଶିଙ୍ଘ ଜବତ କରାଯାଇଛି। ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ସୁଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ଼ ମୀନା ମୁଣ୍ଡା, ବିନୋଦ ବିହାରୀ ମେହେର, ଅନୀଲ କୁମାର ନାଏକ, ଅନନ୍ତ ମିର୍ଦ୍ଧା ଚଢାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର ବେଶରେ ସଜ୍ଜିତ ହେଲେ ବାବା ଆଖଣ୍ଡଳମଣି, ଆଜି ଅପରାହ୍ନରେ ହେବ ବିବାହ

ଆରଡ଼ି,୨୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ଅପରାହ୍ନରେ ଶିବ ବିବାହ ଅନୁଷ୍ଠିତ ହେବ। ସକାଳୁ ମାତା ପାର୍ବତୀ ଓ ବାବା ମହାଦେବଙ୍କୁ ମଙ୍ଗୁଳା...

ନିଆରା ଢଙ୍ଗରେ ଭାରତ ବନ୍ଦ ପାଳନ: ଆନ୍ଦୋଳନ କଲେ, ରାସ୍ତାଘାଟ ସଫେଇ ବି କଲେ

ଦାରିଙ୍ଗବାଡ଼ି,୭ା୮(ଅରୁଣ ସାହୁ): ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ବିଭିନ୍ନ ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ଆଦିବାସୀ...

ପ୍ଲାଷ୍ଟିକ୍‌ମୁକ୍ତ ଭାରତ ସ୍ଲୋଗାନ ପ୍ରହସନ

ପଟ୍ଟାମୁଣ୍ଡାଇ,୮ା୧୦(ସ୍ବ.ପ୍ର.): ଦେଶକୁ ଆବର୍ଜନାମୁକ୍ତ କରିବାକୁ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ପରିବେଶକୁ ଦୂଷିତ କରୁଥିବା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଓ ପଲିଥିନମୁକ୍ତ...

ପାଚିକା, ସହାୟିକାଙ୍କ ବୈଠକ

ପାତ୍ରପୁର,୨୩ା୧୨(ଡି.ଏନ୍‌.ଏ.) -ପାତ୍ରପୁର ଦୁର୍ଗାଦେବୀ ମନ୍ଦିର ପ୍ରାଙ୍ଗଣରେ ରବିବାର ପାଚିକା, ସହାୟିକାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାତ୍ରପୁର ବ୍ଲକ ସମେତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ...

ବୁରୁଧ୍‌ ମା’ବାପ୍‌ ଉପରେ ଦିବ୍ୟାଙ୍ଗ ପୁଓର ବୋଝ୍‌

ଲାଠୋର, ୬।୩ (ଡି.ଏନ୍‌.ଏ.)- ବଲାଙ୍ଗିର ଜିଲା ତୁରେକେଲା ବ୍ଳକ ଅଧୀନ ଲର୍କି ଗାଁର ଲୋଚନ ନାଗ। ସେ ଝନେ ଗରିବ୍‌ ଲୋକ୍‌। ଦୁଖ୍‌ସୁଖ କରି କୁଟୁମ୍‌...

ଲକ୍‌ଡାଉନ ଉଲ୍ଲଂଘନକାରୀଙ୍କୁ ଉଠ୍‌ବସ୍‌ କଲା ପୋଲିସ

ବିନିକା,୨୯ା୩(ଡି.ଏନ୍‌.ଏ.) ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସୁବର୍ଣ୍ଣପୁର ଜିଲା ବିନିକା ଥାନା ପୋଲିସ। ବିନା କାରଣରେ ରାସ୍ତାକୁ...

ହୃଦ୍‌ଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ମିଳିବ ନିଯୁକ୍ତି

ବଅଁରପାଳ,୨।୧୦ (ଡି.ଏନ.ଏ.)-ନାଲ୍‌କୋ ସିପିପି ଅପରେଶନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ...

୧୯ରେ ମାଟ୍ରିକ ପରୀକ୍ଷା: ଚାପ ଯୋଗୁ ୩ ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ

ଜଗତ୍‌ସିଂହପୁର ଅଫିସ, ୧୭ା୨: ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ର ଚାପଗ୍ରସ୍ତ ହେଉଛନ୍ତି। ଏପରି କି କେତେଜଣ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ...

Advertisement
Archives

Model This Week