ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୫ କୋର୍ଟଚାଲାଣ

ମାଲକାନଗିରି/ପଡିଆ,୯ା୧୦(ଡି.ଏନ.ଏ)-ମାଲକାନଗିରି ଜିଲାରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗତ ଏକମାସ ମଧ୍ୟରେ ଗୁଣି ଗାରେଡି ସନ୍ଦେହରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଗୁରୁବାର ପୁଣି ଏପରି ଏକ ଘଟଣା ସାମନାକୁ ଆସିଛି। ମାଲକାନାଗିରି ଜିଲା ପଡିଆ ବ୍ଲକ କାଲଦାପଲି ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗ୍ରାମରେ ଗୁଣି ଗାରେଡି କରୁଥିବା ସନ୍ଦେହ କରି ବାଗା କାବାସୀ ନାମକ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଅଞ୍ଚଳର କେତେକ ଲୋକ ହତ୍ୟା କରିଛନ୍ତି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା କରିବା ପରେ ଶୁକ୍ରବାର ୨ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।
ଖବରରୁ ଜଣାପଡିଛି ଗତ ଏକ ବର୍ଷ ମଧ୍ୟରେ ଅଭିଯୁକ୍ତ ଗଙ୍ଗା ପଡିଆମିଙ୍କ ମାଆ ଓ ଭୀମା କାରାମଙ୍କ ବାପାଙ୍କୁ ସେହି ଗ୍ରାମର ବାଗା ଗୁଣିଗାରେଡ଼ି କରି ମାରିଦେଇଥିବା ଉଭୟେ ସନ୍ଦେହ କରିଥିଲେ। ବୁଧବାର ଅପରାହ୍ନ ୨ଟାରେ ଏହି ଦୁଇଜଣ ବାଗାଙ୍କ ଘରକୁ ଆସି ଏକ ଲାଠି ଓ ଦୌଡ଼ିରେ ବାନ୍ଧି ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ। ପରେ ଗଙ୍ଗା ଏକ କୁରାଢ଼ିରେ ବାଗାଙ୍କ ମୁଣ୍ଡ ଓ ବେକକୁ ପ୍ରହାର କରିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ବୁଧବାର ରାତିରେ ବାଗାଙ୍କ ସ୍ତ୍ରୀ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନଂ. ୪୩ /୨୦, ଧାରା ୩୦୨/୨୦୧ /୩୪ ଆଇପିସିରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିଲା। ତଦନ୍ତରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ ଜଣ ସହଯୋଗୀଙ୍କୁ ଗିରଫ କରି ସେମାନଙ୍କଠାରୁ ହତ୍ୟାରେ ବ୍ୟବହୃତ କୁରାଢ଼ି ଜବତ କରିଛି। ଶୁକ୍ରବାର ସମସ୍ତଙ୍କ ସାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଞ୍ଜନ କୁମାର ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri