ଭଙ୍ଗାଘରେ ବିତୁଛି ଗୁଣ୍ଡିଚାଙ୍କ ଜୀବନ

ପଟ୍ଟାମୁଣ୍ଡାଇ,୪ା୩(କଳ୍ପତରୁ ନାୟକ):ଗରିବ ବାସହୀନ ଲୋକଙ୍କୁ ପକ୍କାଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ କେତେଜଣ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଆନ୍ତରିକତାର ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁନାହାନ୍ତି। ଗରିବ ଲୋକଟିକୁ ଆବାସ ମିଳୁ ନ ଥିବା ବେଳେ କୋଠା ଘରେ ରହୁଥିବା ଲୋକଙ୍କୁ ମିଳୁଛି। ଯାହା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳୁଛି ବୋଲି ଅଭିଯୋଗ ହୋଇଛି। ଗରିବ ଲୋକ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇ ଝାଟିମାଟି ଘରେ ଦିନ କାଟୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଓଉପଦା ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ଗୁଣ୍ଡିଚା ଭଳଙ୍କ ପରିବାର ଝାଟିମାଟି ଭଙ୍ଗା ଘରେ ରହୁଥିଲେ ହେଁ ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି। ସେ ଜଣେ ଗରିବ ବିଧବା ମହିଳା। ତାଙ୍କ ପରିବାର କହିଲେ ପୁଅ, ବୋହୂ ଓ ଜଣେ ନାତୁଣି। ପୁଅ ଘରୋଇ ପାଇପ ମିସ୍ତ୍ରୀ ଭାବେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ସେ ଯାହା ଟଙ୍କା ପଠାନ୍ତି ଏଥିରେ ଗୁଣ୍ଡିଚାଙ୍କ ପରିବାର ଚଳେ। ଏପରି ପରିସ୍ଥିତିରେ ପରିବାର ଲୋକେ ଭଙ୍ଗାଦଦରା ଘରେ ଦିନ କାଟୁଛନ୍ତି। ପକ୍କା ଘରଟିଏ ତୋଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ବର୍ଷା ହେଲେ ବାର ଦ୍ୱାର ଶୁଣ୍ଢିପିଣ୍ଡା ହେବାକୁ ପଡୁଛି ବୋଲି ୭୦ ବର୍ଷୀୟା ବୃଦ୍ଧା ଗୁଣ୍ଡିଚା କୋହଭରା କଣ୍ଠରେ କହିଛନ୍ତି। ଏଥିପାଇଁ ସେ ପଞ୍ଚାୟତ ଅଫିସଠାରୁ ବ୍ଲକ ପର୍ଯ୍ୟନ୍ତ ଦରଖାସ୍ତ ଦେଇ ହତାଶ ହୋଇପଡିଲିଣି। ଗୁଣ୍ଡିଚା କୁହନ୍ତି, ଆକାଶରେ ମେଘ ଦେଖିଲେ ଭୟରେ ଛାତି ଥରିଉଠେ। କିପରି ବିତିବ ରାତି। ବର୍ଷା ପବନ ସାଙ୍ଗକୁ କଚ୍ଚା ଘରେ ସରୀସୃପଙ୍କ ଭୟ କହିଲେ ନସରେ। ତଥାପି ଆମେ ଭାଗ୍ୟ ଓ ଭଗବାନକୁ ଦ୍ୱାହି ଦେଇ ଜୀବନ କାଟୁଛୁ। ହେଲେ ଆମ କଥା କେହି ଶୁଣୁ ନାହାନ୍ତି ବୋଲି ସେ କହିଛନ୍ତି।
ସେହିଗ୍ରାମର ସାମାଜିକ କର୍ମୀ ଲୁଟନ ନାୟକ କୁହନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର କହିଥିଲେ ୨୦୨୪ ସୁଦ୍ଧା କେହି ଆଉ ମାଟି କାନ୍ଥ ଓ ଚାଳଘରେ ରହିବେ ନାହିଁ। କିନ୍ତୁ ଗୁଣ୍ଡିଚା ମାଆଙ୍କ ପରି ବହୁ ଲୋକ ଝାଟିମାଟି କୁଡିଆରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି। ନା ସେମାନଙ୍କୁ ଦାୟିତ୍ୱରେ ଥିବା ଅଧିକାରୀ ଦେଖୁଛନ୍ତି ନା ଜିଲା ପ୍ରଶାସନ। ଲାଞ୍ଚ ଦେବାକୁ ସମ୍ବଳ ନ ଥିବାରୁ ବହୁ ଲୋକ ଏହି ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଏ ସଂକ୍ରାନ୍ତlରେ ଗୁଣ୍ଡଚାଙ୍କ ବୋହୂ ଛବିଲତା ଭଳ କୁହନ୍ତି, ୨୦୨୦-୨୧ ଆର୍ଥତ୍କ ବର୍ଷରେ ଆବାସ ଯୋଜନା ହିତାଧିକାରୀ ତାଲିକାରେ ଆମ ଶ୍ୱଶୁର ସ୍ବର୍ଗତ ଅଜାମ୍ବର ଭଳଙ୍କ ନାମ ଥିଲା। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଅଜାମ୍ବର ଭଳଙ୍କ ନାମରେ ଆବାସ ଯୋଜନାରେ ଏକ ଘର ମଞ୍ଜୁର ହୋଇଥିବା ସଂକ୍ରାନ୍ତରେ ହିତାଧିକାରୀ ତାଲିକାରେ ନାମ ରହିଥିଲା। ବିଭାଗୀୟ କର୍ମଚାରୀମାନେ ଆମ ଠାରୁ ଆବସ ଯୋଜନା ପାଇଁ ଆବଶ୍ୟକ କାଗଜର ଜେରକ୍ସ କପି ସଂଗ୍ରହ କରି ନେଇଥିଲେ। ମାତ୍ର ୨୦୨୧ ଏପ୍ରିଲରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିିଥିଲା। ତେବେ ବିଡମ୍ବନାର ବିଷୟ ପଞ୍ଚାୟତରେ ପ୍ରକାଶିତ ହିତାଧିକାରୀ ବ୍ୟାନର୍‌ ତାଲିକାରେ ଶ୍ୱଶୁର କିମ୍ବା ଶାଶୁ ଗୁଣ୍ଡିଚାଙ୍କ ନାମ ନ ଥିଲା। ତତ୍କାଳୀନ ସରପଞ୍ଚ ସୁୁବାସ ଖଟୁଆଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ଆଜି ପର୍ଯ୍ୟନ୍ତ ମିଳିନାହଁି ବୋଲି ସେ ସୂଚନା ଦେଇଛନ୍ତି।
ଏସଂକ୍ରାନ୍ତରେ ଓଉପଦା ସରପଞ୍ଚ ମମତା ସାମଲଙ୍କୁ ପଚାରିବାରୁ ଯେଉଁ ହିତାଧିକାରୀଙ୍କ ନାମ ତାଲିକାରେ ଥିଲା ସେମାନଙ୍କୁ ଆବାସ ଗୃହ କିପରି ଦିଆଯିବ ସେଥିନେଇ ପଞ୍ଚାୟତରେ ଗ୍ରାମସଭା କରି ବ୍ଳକ୍‌ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି। ଏହାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri