Posted inଖେଳ

ଆଇପିଏଲ୍‌କୁ ମିଳିଲା ନୂଆ ଚାମ୍ପିୟନ

ଅହମଦାବାଦ, ୨୯।୫: ଆଇପିଏଲ୍‌କୁ ମିଳିଲା ନୂଆ ଚାମ୍ପିୟନ। ଗୁଜରାଟ ଟାଇଟାନ୍ସ ସପ୍ତମ ଦଳ ଭାବେ ଆଇପିଏଲ୍‌ ଟ୍ରଫି ଜିତିଛି। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟାନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୩୦ ରନ୍‌ କରିଥିଲା। ଜବାବରେ ଗୁଜରାଟ ୧୮.୧ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ରାଜସ୍ଥାନ ରୟାଲ୍ସର ଜୋସ ବଟଲର ୮୬୩ ରନ୍‌ ଏବଂ ୟୁଜବେନ୍ଦ୍ର ଚହଲ ୨୭ଟି ଉଇକେଟ ନେଇ ଯଥାକ୍ରମେ ଅରେଞ୍ଜ୍‌ ଓ ପର୍ପଲ କ୍ୟାପ ହାସଲ କରିଛନ୍ତି। ୧୩୧ ରନ୍‌ ବିଜୟ ଲକ୍ଷ୍ୟନେଇ ରାଜସ୍ଥାନ ମାତ୍ର ୯ ରନ୍‌ରେ ରିଦ୍ଧିମାନ ଶାହା (୫ ରନ)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାଥ୍ୟୁ ଓ୍ବାଡେ ମଧ୍ୟ ମାତ୍ର ୮ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଶୁବମନ ଗିଲ୍‌ ଓ ହାର୍ଦ୍ଦିକ ତୃତୀୟ ଉଇକେଟରେ ୫୩ ବଲ୍‌ରୁ ୬୩ ରନ ସଂଗ୍ରହ କରି ଦଳପାଇଁ ବିଜୟ ପଥ ପ୍ରସ୍ତୁତ କରିଥିଲେ। ବୋଲିଂରେ କମାଲ ଦେଖାଇଥିବା ହାର୍ଦ୍ଦିକ ବ୍ୟାଟିଂରେ ମଧ୍ୟ ଧୈର୍ଯ୍ୟ ଦେଖାଇ ୩୦ ବଲ୍‌ରୁ ୩୪ (୩ ଚୌକା, ୧ ଛକା) ରନକରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଶୁବମନ ଗିଲ ୪୩ ବଲ୍‌ରୁ ୪୫ (୩ ଚୌକା, ୧ ଛକା) ଓ ଡେଭିଡ ମିଲର ୧୯ ବଲ୍‌ରୁ ୩୨ (୩ ଚୌକା, ୧ ଛକା) ରନ୍‌ରେ ଅପରାଜିତ ରହି ଦଳର ବିଜୟରେ ମୁଣ୍ଡି ମାରିଥିଲେ। ଅସମାପ୍ତ ୪ର୍ଥ ଉଇକେଟରେ ଏ ଦୁହେଁ ୨୯ ବଲ୍‌ରୁ ୪୭ ରନ ଯୋଗ କରିଥିଲେ। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇ: ସାମାଜିକ ନ୍ୟାୟ ପାଇଁ ଜୋର୍ଡାନ ଦେବେ ୭୫୫ କୋଟି ଟଙ୍କା

ଚାର୍ଲୋଟ,୬।୬(ଏପି): ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ ତାରକା ମାଇକେଲ ଜୋର୍ଡାନ। ସମାଜରେ ଥିବା ରଙ୍ଗ ଭେଦକୁ ଦୂରେଇବା...

ଏହି କ୍ରିକେଟର୍‌ଙ୍କ ଝିଅକୁ ବୋହୂ କରିବାକୁ ଚାହୁଁଛନ୍ତି ବ୍ରାଭୋ, ମିଳିଲା ଏମିତି ଉତ୍ତର

ଦୁବାଇ,୬।୧୦: ମହାନ ଖେଳାଳି ଡ୍ବେନ ବ୍ରାଭୋ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କ ମଧ୍ୟରେ ବାର୍ତ୍ତାଳାପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ...

ସଂଘର୍ଷ ପରେ ଜିତିଲା ଅଷ୍ଟ୍ରେଲିଆ

ଆବୁଧାବି,୨୩।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଲୋ ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି...

ବଦଳିଲା ଆଇପିଏଲ୍‌ ଫର୍ମାଟ୍‌: ପ୍ରଥମ ଥର ପାଇଁ ଏଭଳି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୫ଶ ସଂସ୍କରଣ ସମ୍ପୂର୍ଣ୍ଣ ଅଲଗା ହେବ। କାରଣ ଏହା ନୂଆ ଫର୍ମାଟରେ ଖେଳାଯିବ। ଏହି ଆଇପିଏଲ୍‌ରେ ୧୦ଟି ଟିମ ଭାଗ...

ଦକ୍ଷିଣ ଆଫ୍ରିକା ଆଗରେ ୧୪୩ ରନ୍‌ର ଟାର୍ଗେଟ

ଶାରଜା,୩୦।୧୦: ଟି-୨୦ ବିଶ୍ବକପ ଗ୍ରୁପ-୧ର ଶନିବାର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଶ୍ରୀଲଙ୍କା ୨୦ ଓଭରରେ...

ରୋମାଞ୍ଚକ ମୁକାବିଲାରେ ଲକ୍ଷ୍ନୌକୁ ପରାସ୍ତ କଲା ବେଙ୍ଗାଲୁରୁ 

କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍‌ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି)କୁ ୧୪ ରନ୍ ରେ ପରାସ୍ତ କରିଛି ରୟାଲ...

ଆଇପିଏଲ୍‌ କମେଣ୍ଟ୍ରି ପ୍ୟାନେଲ ଛାଡ଼ିଲେ ପିଟରସନ

ଦୁବାଇ, ୧୭ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କମେଣ୍ଟ୍ରି ପ୍ୟାନେଲର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଇଂଲଣ୍ଡ ଅଧିନାୟକ ଶୁକ୍ରବାର ଘରବାହୁଡ଼ା କରିଛନ୍ତି। ବର୍ତ୍ତମାନ...

ଜୟପୁରରେ ପହଞ୍ଚିଲେ

ଜୟପୁର,୧୩।୧୧: ଭାରତୀୟ କ୍ରିକେଟରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି ଏହି ଫର୍ମାଟରୁ ଅଧିନାୟକତ୍ୱ ଛାଡିବା...

Advertisement
Archives

Model This Week