Posted inଜାତୀୟ

ଝୁଲାପୋଲ ଭୁଶୁଡ଼ିବା ଘଟଣା: କଣ୍ଟ୍ରାକ୍ଟର, ମ୍ୟାନେଜରଙ୍କ ସମେତ ୯ ଗିରଫ

ଅହମଦାବାଦ, ୩୧ା୧୦: ଗୁଜରାଟର ମୋର୍‌ବି ସ୍ଥିତ ମାଛୁ ନଦୀରେ ରବିବାର ଏକ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪୭ ଜଣ ପିଲା ରହିଥିବା ଜଣାପଡ଼ିଛି। ଶତାବ୍ଦୀ ପୁରୁଣା ପୋଲଟିର ମରାମତି କାମ କରାଇଥିବା ଗୁଜରାଟର ଓରେବା କମ୍ପାନୀକୁ କାର୍ଯ୍ୟରେ ଅବହେଳା ପାଇଁ ଦାୟୀ କରାଯାଇଛି। ଏ ନେଇ ମୋରବ୍‌ ‘ବି’ ଥାନାରେ ମାମଲା ରୁଜୁ ହେବା ସହ ୯ ଜଣଙ୍କୁ ସୋମବାର ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଓରେବା କମ୍ପାନୀ ମ୍ୟାନେଜର, ବ୍ରିଜ୍‌ କଣ୍ଟ୍ରାକ୍ଟର, ଟିକେଟ୍‌ କଲେକ୍ଟର ଏବଂ ୩ ସୁରକ୍ଷାକର୍ମୀ ରହିଛନ୍ତି। ସମ୍ପୃକ୍ତ ସୁରକ୍ଷାକର୍ମୀ ଭିଡ଼ ନିୟନ୍ତ୍ରଣରେ ବିଫଳ ହୋଇଥିବା ଅଭିଯୋଗ ରହିଛି। ବ୍ରିଜ୍‌ ସୁରକ୍ଷା କାମରେ ଓରେଭା କମ୍ପାନୀ ଅନେକ ଖିଲାପ କରିଥିବା ଅଭିଯୋଗ ଆସିଛି। ତେବେ ଅଦ୍ୟାବଧି କମ୍ପାନୀର କୌଣସି ବଡ଼ ଅଧିକାରୀଙ୍କୁ ଗିରଫ କରାଯାଇନାହିଁ। ଦୋଷୀଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋରବି ପୋଲିସ ମୁଖ୍ୟ ଅଶୋକ ଯାଦବ କହିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌)ର ୫ ଟିମ୍‌, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌)ର ୬ ପ୍ଲାଟୁନ୍‌ ଫୋର୍ସ, ଭାରତୀୟ ବାୟୁସେନା ଓ ନୌସେନାର ଏକ ଟିମ୍‌ ଏବେ ବି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟର ୨୪ ଘଣ୍ଟା ପରେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି। ରାତି ଯୋଗୁ ସୋମବାର ରେସ୍କ୍ୟୁ ଅପରେଶନ ବନ୍ଦ ହୋଇଛି। ମଙ୍ଗଳବାର ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟା ପାଇଁ ୫୦ ନିୟୁତ ପୁରସ୍କାର, ଘୋଷଣା କଲା ଏହି ଦେଶ ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୧୬।୫: ଇରାନୀ ଗଣମାଧ୍ୟମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଦ୍ୟତମ ରିପୋର୍ଟରେ ଦାବି…

ଏଣିକି ବାଇକ୍‌ କି କାର୍‌ରେ ଭରିପାରିବେନି ଫୁଲ୍‌ ଟ୍ୟାଙ୍କ୍‌ ପେଟ୍ରୋଲ! ତେଲ ସଙ୍କଟ ଭିତରେ ଆସିଲା ବଡ଼ ଖବର

ପାଟନା,୧୬।୫: ପାଟନାରେ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବଂ ସମ୍ଭାବ୍ୟ ଅଭାବ ସମ୍ପର୍କରେ ଆଲୋଚନା ମଧ୍ୟରେ, ପେଟ୍ରୋଲ ପମ୍ପଗୁଡ଼ିକରେ ଭିଡ଼ ବଢ଼ିବା ଆରମ୍ଭ ହୋଇଛି। ଅନେକ ଲୋକ…

ଏହି ଜିନିଷ ନ ଥିଲେ ମିଳିବନି ପେଟ୍ରୋଲ, ଜାରି ହେଲା ନୂଆ ନିୟମ…

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି, ପ୍ରଶାସନ ଏବେ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ବାୟୁ ଗୁଣବତ୍ତା ହ୍ରାସ ପାଉଥିବାରୁ, ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri