Posted inଜାତୀୟ

ବାଚସ୍ପତି ପଦ ଛାଡି ମନ୍ତ୍ରୀ ଭାବେ ନେଲେ ଶପଥ

ଗାନ୍ଧିନଗର,୧୬ ।୯: ଗୁଜରାଟରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ହେଲେ ତା’ପୂର୍ବରୁ ବଡ ଧରଣର ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସ୍ଥାନରେ ଭୁପେନ୍ଦ୍ର ପଟେଲକୁ ମୁଖ୍ୟମନ୍ତ୍ରୀ ସ୍ଥାନ ଦିଆଯାଇଥିବା ବେଳେ ଗୁରୁବାର ଭୁପେନ୍ଦ୍ର ପଟେଲଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି । ଏଥିରେ ୨୪ ମନ୍ତ୍ରୀ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରେ ୧୦ କ୍ୟାବିନେଟ ଓ ୧୪ରାଜ୍ୟ ମନ୍ତ୍ରୀ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶପଥ ଗ୍ରହଣ ପୂର୍ବରୁ ବିଧାନସଭା ସ୍ପିକର ବା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଏହାର ମାତ୍ର କିଛି ସମୟ ପରେ ସେ ମନ୍ତ୍ରୀ ଭାବେ ଶପଥ ନେଲେ । ରାଜେନ୍ଦ୍ର ତ୍ରିବେଦିଙ୍କ ସ୍ଥାନରେ ଏବେ ନିମା ଆଚାର୍ଯ୍ୟଙ୍କୁ ବିଧାନସଭା ସ୍ପିକର କରି ଦିଆଯାଇଛି । ସୂଚନାଯୋଗ୍ୟ, ଗୁଜରାଟ ମନ୍ତ୍ରିମଣ୍ଡଳରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ୨୫ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଲଦାଖରେ ଭୂକମ୍ପ

ଲେହ.୧୬।୨: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବୁଧବାର ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରହିଛି। ସନ୍ଧ୍ୟା ୭.୦୫ ଭୂକମ୍ପ ଅନୁଭୂତ...

ଟିଭିରେ ଦେଖିଲେ ମୋଦିଙ୍କ ମା’

ଅହମଦାବାଦ,୩୧।୫ :ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍‌ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର ରାଇସାନ୍‌ସ୍ଥିତ...

ରାତାରାତି ମାଲାମାଲ୍‌ ହୋଇଗଲେ ଗ୍ରାମବାସୀ, ଜାଣନ୍ତୁ କିପରି…

ସୁନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଦୁର୍ବଳତା ରହିଛି। ମାତ୍ର ବଜାରରେ ସୂନାର ମୂଲ୍ୟ ଯାହା ହେଲାଣି ତାହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର...

ନାଥୁରାମଙ୍କୁ ଦେଶଭକ୍ତ କହିବା ଘଟଣା: ପ୍ରିୟଙ୍କା କହିଲେ ‘ହେ ରାମ୍‌’

ନୂଆଦିଲ୍ଲୀ, ୧୭।୫: ମାଲେଗାଁଓ ବିସ୍ଫୋରଣରେ ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନର ଭାଜପା ପ୍ରାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ...

୧୨୧ ବର୍ଷରେ ତୃତୀୟ ଉତ୍ତପ୍ତ ଥିଲା ମାର୍ଚ୍ଚ

ନୂଆଦିଲ୍ଲୀ,୭ା୪: ଭାରତରେ ୨୦୦୪ ଓ ୨୦୧୦ ପରେ ୨୦୨୧ର ମାର୍ଚ୍ଚ ମାସ ୧୨୧ ବର୍ଷରେ ତୃତୀୟ ଉତ୍ତପ୍ତ ରହିଥିଲା। ଗତ ମାର୍ଚ୍ଚରେ ଦେଶର ହାରାହାରି ତାପମାତ୍ରା...

ଭାରତୀୟ ଯବାନଙ୍କ କବ୍‌ଜାରେ ଏଲ୍‌ଏସିର ୬ ଅଞ୍ଚଳ

ଲେହ, ୨୦।୯: ପୂର୍ବ ଲଦାଖରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟ ବାହିନୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତୀୟ ଯବାନ ପୋଙ୍ଗାଙ୍ଗ୍‌ ହ୍ରଦ...

‘ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ନିର୍ବାଚନ ଆୟୋଗ ଅଧିକାରୀ ଦାୟୀ’

କୋଲକାତା,୨୯।୪ : ଡେପୁଟି ଇଲେକଶନ କମିଶନର ସୁଦୀପ ଜୈନ ଓ ଅନ୍ୟ ଅଧିକାରୀମାନେ ମା ସ୍ବାମୀଙ୍କ ମୃତ୍ୟୁ ପାଇଁ ଦାୟୀ। ଖାର୍ଦା ବିଧାନସଭା ଆସନର ଟିଏମ୍‌ସି...

ପିତାଙ୍କ ନାଁ ମଧ୍ୟପ୍ରଦେଶ, ପୁଅ ଭୋପାଳ

ଭୋପାଳ,୧।୧୧: ଆଜି ମଧ୍ୟପ୍ରଦେଶ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଜଣେ ବ୍ୟକ୍ତିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ନାମ...

Advertisement
Archives

Model This Week