Posted inଜାତୀୟ

ସହକର୍ମୀଙ୍କ ସହ ପ୍ରେମ ସମ୍ପର୍କ ପାଇଁ ସ୍ତ୍ରୀ ପିଲାଙ୍କୁ ହତ୍ୟା କଲେ ଗୁଜୁରାଟ ଅଧିକାରୀ

ନୂଆଦିଲ୍ଲୀ,୨୧।୧୧: ଗୁଜୁରାଟର ଜଣେ ବନ ଅଧିକାରୀ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଘର ନିକଟରେ ଥିବା ଏକ ଗାତରେ ପୋତି ଦେଇଥିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ବନ ଅଧିକାରୀ ଶୈଳେଶ ଖାମ୍ବଲା (୩୯)ଙ୍କର ଜଣେ ମହିଳା ସହକର୍ମୀଙ୍କ ସହ ପ୍ରାୟ ଚାରି ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ, ଆସିଷ୍ଟାଣ୍ଟ କନଜରଭେଟର ଅଫ୍ ଫରେଷ୍ଟ (ACF) ଥିବା ଶୈଳେଶ ଖାମ୍ବଲା ୨୦୨୨ ମସିହାରେ ଜଣେ ମହିଳା ବନ କର୍ମଚାରୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ, ଯାହା ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ତେବେ ଏହି ହତ୍ୟାକାଣ୍ଡରେ ମହିଳା ଜଣକ ସାମିଲ ଅଛନ୍ତି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ତାଙ୍କୁ ପଚରାଉଚରା କରିଛି।

ଅଭିଯୁକ୍ତଙ୍କ ପତ୍ନୀ ନୟନା (୪୦), ଝିଅ ପ୍ରିଥା (୧୩) ଏବଂ ପୁଅ ଭବ୍ୟ (୯) ସୁରଟରେ ରହୁଥିବା ବେଳେ ଛୁଟି କାଟିବା ପାଇଁ ଭାବନଗର ଆସିଥିଲେ। କିଛି ଦିନ ପରେ ସେମାନେ ନିଖୋଜ ହୋଇଯାଇଥିଲେ।

ନଭେମ୍ବର ୫ ତାରିଖରେ ଅଭିଯୁକ୍ତ ଶୈଳେଶ ତାଙ୍କ ସ୍ତ୍ରୀ ଓ ପିଲାମାନେ ଅଟୋ-ରିକ୍ସାରେ ଚାଲିଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଯାହାକୁ ସୁରକ୍ଷାକର୍ମୀ ଅସ୍ୱୀକାର କରିଥିଲେ। ଖାମ୍ବଲାଙ୍କର ଅସ୍ୱାଭାବିକ ଆଚରଣ ଓ ନିଖୋଜ ପରିବାର ପ୍ରତି ଉଦାସୀନତା ଯୋଗୁଁ ପୋଲିସର ସନ୍ଦେହ ବଢ଼ିଥିଲା।

ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ ଅଭିଯୁକ୍ତ ତାଙ୍କ ଜଣେ କନିଷ୍ଠ ଅଧିକାରୀ ଗିରିଶ ଭାନିଆଙ୍କୁ ନଭେମ୍ବର ୨ରେ ଘର ପଛପଟେ ଆବର୍ଜନା ପକାଇବାକୁ ଦୁଇଟି ଗାତ ଖୋଳିବାକୁ କହିଥିଲେ। ୪ ଦିନ ପରେ ସେ ସେହି ଗାତ ପୋତିବାକୁ ଭାନିଆଙ୍କୁ ଡମ୍ପର ପଠାଇବାକୁ କହିଥିଲେ ଏବଂ ଏହାର କାରଣ ଦର୍ଶାଇଥିଲେ ଯେ ଏକ ନୀଳଗାଈ ଗାତରେ ପଡ଼ିଯାଇଛି। ଶେଷରେ, ନଭେମ୍ବର ୧୬ ତାରିଖରେ ପୋଲିସ ଗାତ ଭିତରୁ ଶୈଳେଶଙ୍କ ସ୍ତ୍ରୀ ଓ ପିଲାମାନଙ୍କର ମୃତଦେହ ଉଦ୍ଧାର କରିଥିଲା।

ପଚରାଉଚରା ବେଳେ ଖାମ୍ବଲା ଅପରାଧ ସ୍ୱୀକାର କରିଥିଲେ ଏବଂ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି କହିଥିଲେ। ମୃତଦେହ ପୋତିବା ପୂର୍ବରୁ ସେ ସ୍ତ୍ରୀଙ୍କ ଫୋନରୁ ନିଜକୁ ଏକ ବାର୍ତ୍ତା ପଠାଇଥିଲେ ଯେ ସେ ଅନ୍ୟ କାହା ସହିତ ରହିବାକୁ ଯାଉଛନ୍ତି। ପରେ ଫୋନକୁ ଏୟାରପ୍ଲେନ ମୋଡରେ ରଖି ଦେଇଥିଲେ।

ପାରିବାରିକ କଳହ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ ଅନୁମାନ କରୁଛି। ତେବେ ଅଭିଯୁକ୍ତ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଭାବନଗରରେ ଏକାଠି ରହିବାକୁ ବାରମ୍ବାର କହୁଥିଲେ, ଯାହାକୁ ସେ ବିରୋଧ କରୁଥିଲେ ଏବଂ ଏହି କାରଣରୁ ସେ ତାଙ୍କୁ ତକିଆରେ ଚାପି ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?