Posted inଜାତୀୟ

ଗୁଜରାଟରେ ଆଜିଠାରୁ ମୋଦିଙ୍କ ପ୍ରଚାର ଅଭିଯାନ ଆରମ୍ଭ, କଂଗ୍ରେସର ଗଡ ସୌରାଷ୍ଟ୍ରରେ କରିବେ ପ୍ରଚାର

ନୂଆଦିଲ୍ଲୀ,୨୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଣ୍ଟ୍ରି ହୋଇ ସାରିଛି । ଶନିବାର ମୋଦି ବଲସାଡରେ ରାଲି କରିବା ସହ ରୋଡ ଶୋ’ ବି କରିଥିଲେ । ରବିବାର ପ୍ରଧାନମନ୍ତ୍ରୀ ମୋଦି ରାଲି କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହା ପୁର୍ବରୁ ସେ ସୋମନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ଓ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିବେ । ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ରହିଛନ୍ତି ।
ରବିବାର ମୋଦି ସୋମନାଥ ମନ୍ଦିର ଯିବା ପରେ ସୌରାଷ୍ଟ୍ରରେ ୪ଟି ରାଲିକୁ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେ ବେରାୱଲ, ଧୋରାରଜି, ଅମରେଲି ଓ ବୋଟାଦରେ ଜନସାଧାରଣଙ୍କୁ ସାମ୍ବୋଧନ କରିବେ । ଭାଜପା ସୌରାଷ୍ଟ୍ରର ଏହିସବୁ ଆସନରୁ ଗତ ବିଧାନସଭା ନିର୍ବାଚନରେ କୌଣସି ଗୋଟିଏ ଆସନରେ ବି ବିଜୟୀ ହୋଇ ନ ଥିଲା । ଭଜପା ଯଦିଓ ରାଜ୍ୟରେ ସରକାର ଗଠନ କରିଥିଲା ହେଲେ ଲୋକଙ୍କ ଚିନ୍ତାଧାରାକୁ ବଦଳାଇ ପାରି ନ ଥିଲା । ଏଠାରେ ଲୋକେ ପାରମ୍ପାରିକ ଭାବେ କଂଗ୍ରେସକୁ ଭୋଟ ଦେଇଥିଲେ ।
କାର୍ଯ୍ୟସୂଚୀ ଅନୁଯାୟୀ, ମୋଦି ସକାଳ ୧୧ଟାରେ ସୌରାଷ୍ଟ୍ରର ବେରାୱଲରେ ରହିବେ ଓ ଦିନ ୧୨ଟା ୪୫ରେ ଧୋରାଜିରେ ରହିବେ । ଅମରେଲିରେ ଦିନ ୨ଟା ୩୦ରେ ଓ ବୋଟାଜରେ ସନ୍ଧ୍ୟା ୬ଟା ୧୫ରେ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ସନ୍ଧ୍ୟାରେ ଗାନ୍ଧିନଗର ଫେରିଆସିବେ ଓ ରାତିରେ ରାଜଭବନରେ ରହିବେ ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନକୁ ଓହ୍ଲାଇବେ ପୂର୍ବତନ ଡିଜିପି, ଜଣାପଡ଼ିଲା ନୂଆ ପାର୍ଟିର ନାଁ

ମୁମ଼୍ବାଇ, ୨୭।୦୭: ମହାରାଷ୍ଟ୍ରର ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ଆଗାମୀ ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯଆଉଛନ୍ତି। ପୂର୍ବତନ ଡିଜିପି ସଞ୍ଜୟ...

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ନୂଆଦିଲ୍ଲୀ,୨୭।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୭।୦୭: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରାପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ସାକ୍ଷାତ କରିଛନ୍ତି । ଗାଜାରେ ଜାରି...

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେଇନାହାଁନ୍ତି। ଏହି ବୈଠକରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ...

ପାକିସ୍ତାନ ସୀମାରେ ବଡ଼ ଧରଣର ଏନ୍‌କାଉଣ୍ଟର, ଜଣେ ଯବାନ୍‌ ଶହୀଦ, ୪ ଆହତ

ନୂଆଦିଲ୍ଲୀ, ୨୭।୦୭: ଜମ୍ମୁ କଶ୍ମୀରର କୁପୱାଡ଼ା ଜିଲାରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି । ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ବା ଏଲ୍‌ଓସିରେ ପାକିସ୍ତାନ ବର୍ଡର ଆକ୍ସନ...

ରାଗିଗଲେ ମମତା, ନୀତି ଆୟୋଗ ବୈଠକ ଛାଡି ମଝିରୁ ପଳାଇଲେ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ଚାଲିଛି। ଏହି ବୈଠକରେ ଭାଜପା ଶାସିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...

NITI Aayog: କ’ଣ ଏହି ନୀତି ଆୟୋଗ, କେଉଁମାନେ ହୁଅନ୍ତି ଏଥିରେ ସାମିଲ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୭: ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ନୀତିି ଆୟୋଗ ବୈଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଅଧ୍ୟକ୍ଷତା କରୁଛନ୍ତି। ଦେଶର ସମସ୍ତ...

ହଷ୍ଟେଲରେ ପଶି ଗର୍ଲଫ୍ରେଣ୍ଡକୁ ମର୍ଡର, ବଞ୍ଚାଅ ବଞ୍ଚାଅ ଚିତ୍କାର ପରେ ବି ବୟଫ୍ରେଣ୍ଡ୍‌…

ବେଙ୍ଗାଲୁରୁ, ୨୭।୦୭: ସାମାନ୍ୟ କିଛି ଘଟଣାକୁ ନେଇ ଗର୍ଲଫ୍ରେଣ୍ଡକୁ ବାରମ଼୍ବାର ଛୁରି ଭୁଷି ଅତି ନିର୍ମମ ଭାବେ ହତ୍ୟାକରିଛି ବୟଫ୍ରେଣ୍ଡ୍‌ । ଏପରି ଏକ ଚର୍ଚ୍ଚିତ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri