ଟୁଇଟରକୁ ଫେରିଲେ ଟ୍ରମ୍ପ

ୱାଶିଂଟନ,୨୦ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଟୁଇଟରକୁ ଫେରିଛନ୍ତି । ବ୍ଲୁ ଟିକ ସହ ପୁଣିଥରେ ତାଙ୍କ ଟୁଇଟର ଆକାଉଣ୍ଟକୁ ଆକ୍ଟିଭ କରଦିଆଯାଇଛି । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଟୁଇଟରର ନୂଆ ମାଲିକ ଏଲନ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ଉପରେ ଥିବା ବ୍ୟାନକୁ ହଟାଇବାକୁ ନେଇ ଏକ ଭୋଟ କରିଥିଲେ । ଏଥିରେ ୧.୫୦କୋଟିରୁ ଅଧିକ ଲୋକ ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ୫୧.୮ ପ୍ରତିଶତ ଲୋକେ ଟ୍ରମ୍ଫଙ୍କ ଟୁଇଟର ଆକାଉଣ୍ଟ ଫେରାଇ ଆଣିବାକୁ ନେଇ ସହମତି ପ୍ରକାଶ କରିଥିଲେ । ହେଲେ ୪୮.୨ ପ୍ରତିଶତ ଏଥିରେ ରାଜି ନ ଥିଲେ ।
ହେଲେ ମସ୍କଙ୍କ ଘୋଷଣାର କିଛି ସମୟ ପରେ ଡୋନାଲ୍ଡ ଟ୍ରମ୍ଫଙ୍କ ଆକାଉଣ୍ଟରୁ ବ୍ୟାନ ହଟିଯାଇଥିବା ଦେଖାଯାଇଥିଲା । ପ୍ରାୟ ୨୨ ମାସ ପରେ ପୁଣିଥରେ ଡୋନାଲ୍ଡ ଟ୍ରମ୍ଫ ଟୁଇଟରକୁ ଫେରିଛନ୍ତି । ଭୋଟ ପରେ ମସ୍କ ଟୁଇଟ କରିଥିଲେ କି ଜନତା କହି ସାରିଛନ୍ତି, ଟ୍ରମ୍ଫଙ୍କୁ ପୁଣି ଟୁଇଟରକୁ ଫେରାଇ ଅଣାଯିବ ।
ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଆସିଛି । ଜଣେ ବିନାଲାଭକାରୀ ଲାଇବ୍ରେରୀର ମଣ୍ଡଳ ଅଧ୍ୟକ୍ଷ ଲେଖିଛନ୍ତି ଯଦି ଟୁଇଟରକୁ ଟ୍ରମ୍ପ ଫେରନ୍ତି ତେବେ ସେ ଏହି ପ୍ଲାଟଫର୍ମ ଛାଡିଦେବେ । ଏହାସହ ଅନ୍ୟମାନେ ବି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ସ ମସ୍କଙ୍କୁ ଏହିଭଳି ଅନ୍ୟ ଆକାଉଣ୍ଟ ପାଇଁ ବି ଭୋଟିଂ କରିବାକୁ ଉପଦେଶ ଦେଇଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି ଯଦି ଟ୍ରମ୍ପ ଏହି ଭୋଟିଂରେ ହାରିଯିବେ ତେବେ ସେ କହିବେ ଏଥିରେ ଘୋଟାଲା ହୋଇଛି । ଏହି ଭୋଟିଂକୁ ନେଇ ଲଗାତାର ମସ୍କ ବି କମେଣ୍ଟର ରିପ୍ଲାଇ ଦେଇଛନ୍ତି । ଟୁଇଟରରେ ଟ୍ରମ୍ପକ ଭୋଟିଂ ଦେଖିବାକୁ ମଜା ଲାଗୁଛି ବୋଲି ମସ୍କ କହିଥିଲେ ।
ସୂଚନାଯୋଗ୍ୟ, ଟୁଇଟର ଆକାଉଣ୍ଟରେ ଉସକାଇବା ଭଳି ଟୁଇଟ କରିବା ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ଲକ କରି ଦିଆଯାଇଥିଲା । ଆମେରକାରେ ହୋଇଥିବା ନିର୍ବାଚନରେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯିବା ପରେ ଏହାକୁ ନେଇ ଟ୍ରମ୍ପଙ୍କ ସମର୍ଥକମାନେ ହ୍ୱାଇଟ ହାଉସ ବାହାରେ ବିରୋଧ ପଦର୍ଶନ କରିଥିଲେ । ପରେ ଏହା ହିଂସାର ରୂପ ନେଇଥିଲା । ଏହାକୁ ନଜରରେ ରଖି ପ୍ରଥମେ ୧୨ ଘଣ୍ଟା ପାଇଁ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଥିଲା ଓ ପରେ ଏହାକୁ ସମ୍ପୂର୍ଣ୍ଣ ଭାବେ ସସପେଣ୍ଡ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?