ଟୁଇଟରକୁ ଫେରିଲେ ଟ୍ରମ୍ପ

ୱାଶିଂଟନ,୨୦ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଟୁଇଟରକୁ ଫେରିଛନ୍ତି । ବ୍ଲୁ ଟିକ ସହ ପୁଣିଥରେ ତାଙ୍କ ଟୁଇଟର ଆକାଉଣ୍ଟକୁ ଆକ୍ଟିଭ କରଦିଆଯାଇଛି । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଟୁଇଟରର ନୂଆ ମାଲିକ ଏଲନ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ଉପରେ ଥିବା ବ୍ୟାନକୁ ହଟାଇବାକୁ ନେଇ ଏକ ଭୋଟ କରିଥିଲେ । ଏଥିରେ ୧.୫୦କୋଟିରୁ ଅଧିକ ଲୋକ ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ୫୧.୮ ପ୍ରତିଶତ ଲୋକେ ଟ୍ରମ୍ଫଙ୍କ ଟୁଇଟର ଆକାଉଣ୍ଟ ଫେରାଇ ଆଣିବାକୁ ନେଇ ସହମତି ପ୍ରକାଶ କରିଥିଲେ । ହେଲେ ୪୮.୨ ପ୍ରତିଶତ ଏଥିରେ ରାଜି ନ ଥିଲେ ।
ହେଲେ ମସ୍କଙ୍କ ଘୋଷଣାର କିଛି ସମୟ ପରେ ଡୋନାଲ୍ଡ ଟ୍ରମ୍ଫଙ୍କ ଆକାଉଣ୍ଟରୁ ବ୍ୟାନ ହଟିଯାଇଥିବା ଦେଖାଯାଇଥିଲା । ପ୍ରାୟ ୨୨ ମାସ ପରେ ପୁଣିଥରେ ଡୋନାଲ୍ଡ ଟ୍ରମ୍ଫ ଟୁଇଟରକୁ ଫେରିଛନ୍ତି । ଭୋଟ ପରେ ମସ୍କ ଟୁଇଟ କରିଥିଲେ କି ଜନତା କହି ସାରିଛନ୍ତି, ଟ୍ରମ୍ଫଙ୍କୁ ପୁଣି ଟୁଇଟରକୁ ଫେରାଇ ଅଣାଯିବ ।
ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଆସିଛି । ଜଣେ ବିନାଲାଭକାରୀ ଲାଇବ୍ରେରୀର ମଣ୍ଡଳ ଅଧ୍ୟକ୍ଷ ଲେଖିଛନ୍ତି ଯଦି ଟୁଇଟରକୁ ଟ୍ରମ୍ପ ଫେରନ୍ତି ତେବେ ସେ ଏହି ପ୍ଲାଟଫର୍ମ ଛାଡିଦେବେ । ଏହାସହ ଅନ୍ୟମାନେ ବି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ସ ମସ୍କଙ୍କୁ ଏହିଭଳି ଅନ୍ୟ ଆକାଉଣ୍ଟ ପାଇଁ ବି ଭୋଟିଂ କରିବାକୁ ଉପଦେଶ ଦେଇଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି ଯଦି ଟ୍ରମ୍ପ ଏହି ଭୋଟିଂରେ ହାରିଯିବେ ତେବେ ସେ କହିବେ ଏଥିରେ ଘୋଟାଲା ହୋଇଛି । ଏହି ଭୋଟିଂକୁ ନେଇ ଲଗାତାର ମସ୍କ ବି କମେଣ୍ଟର ରିପ୍ଲାଇ ଦେଇଛନ୍ତି । ଟୁଇଟରରେ ଟ୍ରମ୍ପକ ଭୋଟିଂ ଦେଖିବାକୁ ମଜା ଲାଗୁଛି ବୋଲି ମସ୍କ କହିଥିଲେ ।
ସୂଚନାଯୋଗ୍ୟ, ଟୁଇଟର ଆକାଉଣ୍ଟରେ ଉସକାଇବା ଭଳି ଟୁଇଟ କରିବା ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ଲକ କରି ଦିଆଯାଇଥିଲା । ଆମେରକାରେ ହୋଇଥିବା ନିର୍ବାଚନରେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯିବା ପରେ ଏହାକୁ ନେଇ ଟ୍ରମ୍ପଙ୍କ ସମର୍ଥକମାନେ ହ୍ୱାଇଟ ହାଉସ ବାହାରେ ବିରୋଧ ପଦର୍ଶନ କରିଥିଲେ । ପରେ ଏହା ହିଂସାର ରୂପ ନେଇଥିଲା । ଏହାକୁ ନଜରରେ ରଖି ପ୍ରଥମେ ୧୨ ଘଣ୍ଟା ପାଇଁ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଥିଲା ଓ ପରେ ଏହାକୁ ସମ୍ପୂର୍ଣ୍ଣ ଭାବେ ସସପେଣ୍ଡ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

ନେତାନ୍ୟାହୁଙ୍କୁ ଇସ୍ରାଏଲ୍‌ରେ ବିରୋଧ

ଜେରୁଜେଲମ୍‌,୩୧।୪:ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri