Posted inଖେଳ

ଗୁଜରାଟ, ଚେନ୍ନାଇ ବିଜୟୀ

ଭୁବନେଶ୍ୱର, ୩୦।୧୨ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ସିଜନ-୨ର  ଅନୁଷ୍ଠିତ ୨ଟି ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସ ଓ ଚେନ୍ନାଇ କୁଇକ୍‌ ଗନ୍ସ ବିଜୟୀ ହୋଇଛି। ଦିବସର ପ୍ରଥମ ମ୍ୟାଚରେ ଚେନ୍ନାଇ କୁଇକ୍‌ ଗନ୍ସ ୩୧-୨୭ ପଏଣ୍ଟରେ ରାଜସ୍ଥାନ ୱାରିୟର୍ସକୁ ପରାସ୍ତ କରିଛି। ମ୍ୟାଚରେ ରାମଜୀ କଶ୍ୟପ ଓ ସଚିନ ଭାରଗୋ ଚମତ୍କାର ପ୍ରଦର୍ଶନ କରିଥିଲେ। ରାମଜୀ ୮ ପଏଣ୍ଟ ହାସଲ କରିଥିଲେ। ଏଥିସହିତ ଚଳିତ ଲିଗରେ ତାଙ୍କର ମୋଟ ପଏଣ୍ଟ ସଂଖ୍ୟା ୩୦ରେ ପହଞ୍ଚତ୍ଛି। ସେ ମ୍ୟାଟରେ ଏକ ମିନିଟରୁ ଅଧିକ ସମୟ ରହି ଦଳ ପାଇଁ ଡ୍ରିମ ରନ ବୋନସ ପଏଣ୍ଟ ମଧ୍ୟ ହାସଲ କରିଥିଲେ। ଏଥିସହିତ ରାମଜୀ ଲିଗରେ ସର୍ବୋତ୍ତମ ଆଟାକର ଏବଂ ତେଲୁଗୁ ୟୋଦ୍ଧାସର ଆଦିତ୍ୟ ଗଣପୁଲେଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ପାଇଁ ସମ୍ମାନିତ କରାଯାଇଛି। ଓଡିଶା ଜଗରନଟ୍ସ ଦୀପକ ସାହୁଙ୍କୁ ସର୍ବୋତ୍ତମ ପୋଲ ଡାଇଭ, ତେଲୁଗୁ ୟୋଦ୍ଧାସର ରାହୁଲ ମଣ୍ଡଳଙ୍କୁ ଚଳିତ ସିଜନ ପାଇଁ ଶ୍ରେଷ୍ଠ ସ୍କାଏଡାଇଭ ପାଇଁ ସମ୍ମାନିତ କରାଯାଇଥିବା ବେଳେ ମୁମ୍ବାଇ ଖିଲାଡିସର ରୋକେସନ ସିଂହଙ୍କୁ ଶ୍ରେଷ୍ଠ ଡଜର ସମ୍ମାନ ଦିଆଯାଇଛି। ଚେନ୍ନାଇ କୁଇକ୍‌ ଗନ୍ସ ଆସନ୍ତା ଶନିବାର ମୁମ୍ବାଇ ଖିଲାଡିସକୁ ୍‌ଏବଂ ଡିଫେଣ୍ଡିଂ ଚାମ୍ପିୟନ ଓଡିଶା ଜଗରନଟ୍ସ ପ୍ରତିପକ୍ଷ ଗୁଜରାଟ ଜାଏଣ୍ଟ୍ସ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବ।
ଦିବସର ଦ୍ୱିତୀୟ ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସ ୪୧-୨୪ ପଏଣ୍ଟରେ ତେଲୁଗୁ ୟୋଦ୍ଧାସକୁ ହରାଇ ବୃହତ୍‌ ବିଜୟ ହାସଲ କରିଛି। ବିଜୟୀ ଦଳ ପକ୍ଷରୁ ସଙ୍କେତ କଦମ ୨ଟି ସ୍କାଏଡାଇଭ ଓ ୨ଟି ପୋଲ ଡାଇଭ ସମେତ ୧୨ ପଏଣ୍ଟ ହାସଲ କରିଥିଲେ। ରାଜବର୍ଦ୍ଧନ ପାଟିଲ, ସୁୟାଶ ଗରଗାଟେ ଓ ଅଭିନନ୍ଦନ ପାଟିଲ ମ୍ୟାଟରେ ୬ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ରହି ଗୁଜରାଟର ବିଜୟରେ ଯୋଗଦାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri