Posted inଫୁରସତ

କାର୍‌ ଚଲାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କଲେ ଦୃଷ୍ଟିହୀନ

ଓ୍ବାଶିଂଟନ: ଆମେରିକାର ଡାନ୍‌ ପାର୍କର ଦୃଷ୍ଟିହୀନ ହୋଇଥିବାବେଳେ ୩୩୯ କି.ମି ବେଗ ପ୍ରତି ଘଣ୍ଟା କାର୍‌ ଚଳାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ଡାନ୍‌ ପେସାରେ ଜଣେ ରେସିଂ କାର୍‌ ଡ୍ରାଇଭର ହୋଇଥିବାବେଳେ ୧୦ ବର୍ଷ ପୂର୍ବେ ଏକ କାର୍‌ ଦୁର୍ଘଟଣାରେ ସେ ଦୃଷ୍ଟିଶକ୍ତି ହରାଇବସିଥିଲେ। ଡାନ୍‌ଙ୍କ ପୂର୍ବରୁ ଜଣେ ବ୍ୟକ୍ତି ୧୭ କି.ମି ବେଗ ପ୍ରତି ଘଣ୍ଟା କାର୍‌ ଚଲାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଥିଲେ। ଆୟୋଜକଙ୍କ ତରଫରୁ ଏହି ପ୍ରତିଯୋଗିତାର ସ୍ବତନ୍ତ୍ର ଟାଇଟଲ ‘ଫାଷ୍ଟେଷ୍ଟ ଓ୍ବାଲର୍‌ଡ ରେକର୍ଡ ଫର୍‌ ଏ କାର୍‌ ଡ୍ରିଭେନ୍‌ ବ୍ଲାଇଣ୍ଡ ଫୋଲ୍ଡେଡ୍‌’ ରଖାଯାଇଥିଲା। କମ୍ପିଟିସନ୍‌ରେ ଡାନ୍‌ ଏକ କଷ୍ଟମାଇଜ୍ଡ କାର୍‌ ବ୍ୟବହାର କରିଥିଲେ। ସେଥିରେ ଅଡିଓ ଗାଇଡାନ୍ସ ସିଷ୍ଟମ ଲାଗିଥିଲା, ଯାହା ଦ୍ୱାରା ଡାନ୍‌ ଗାଡ଼ିକୁ ନିଜ ନିୟନ୍ତ୍ରଣରେ ରଖିପାରୁଥିଲେ। ଡାନ୍‌ଙ୍କ ଏହି ରେକର୍ଡ ଓ୍ବାଲ୍ଡ ରେକଡର୍‌ସକୁ ଭାଙ୍ଗିଛି।

ଡାନ୍‌ଙ୍କ ସଫଳତା ଅନେକ ଦିବ୍ୟାଙ୍ଗ ଦୃଷ୍ଟିହୀନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ସାଧାରଣ ଲୋକଙ୍କ ପରି ଦୃଷ୍ଟି ଶକ୍ତି ହରାଇଥିବା ବ୍ୟକ୍ତି ସବୁ କାମ କରିବା ପାଇଁ ସକ୍ଷମ। ୨୦୧୧ରେ ବ୍ଲାଇଣ୍ଡ ଡ୍ରାଇଭର ପ୍ରତିଯୋଗିତା ପ୍ରଥମ କରି ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହାର ନାମ ପରିବର୍ତ୍ତନ କରାଯାଇ ନ୍ୟାଶନାଲ ଫେଡେରେଶନ ଅଫ୍‌ ଦ ବ୍ଲାଇଣ୍ଡ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri