Posted inଫୁରସତ

କାର୍‌ ଚଲାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କଲେ ଦୃଷ୍ଟିହୀନ

ଓ୍ବାଶିଂଟନ: ଆମେରିକାର ଡାନ୍‌ ପାର୍କର ଦୃଷ୍ଟିହୀନ ହୋଇଥିବାବେଳେ ୩୩୯ କି.ମି ବେଗ ପ୍ରତି ଘଣ୍ଟା କାର୍‌ ଚଳାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ଡାନ୍‌ ପେସାରେ ଜଣେ ରେସିଂ କାର୍‌ ଡ୍ରାଇଭର ହୋଇଥିବାବେଳେ ୧୦ ବର୍ଷ ପୂର୍ବେ ଏକ କାର୍‌ ଦୁର୍ଘଟଣାରେ ସେ ଦୃଷ୍ଟିଶକ୍ତି ହରାଇବସିଥିଲେ। ଡାନ୍‌ଙ୍କ ପୂର୍ବରୁ ଜଣେ ବ୍ୟକ୍ତି ୧୭ କି.ମି ବେଗ ପ୍ରତି ଘଣ୍ଟା କାର୍‌ ଚଲାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଥିଲେ। ଆୟୋଜକଙ୍କ ତରଫରୁ ଏହି ପ୍ରତିଯୋଗିତାର ସ୍ବତନ୍ତ୍ର ଟାଇଟଲ ‘ଫାଷ୍ଟେଷ୍ଟ ଓ୍ବାଲର୍‌ଡ ରେକର୍ଡ ଫର୍‌ ଏ କାର୍‌ ଡ୍ରିଭେନ୍‌ ବ୍ଲାଇଣ୍ଡ ଫୋଲ୍ଡେଡ୍‌’ ରଖାଯାଇଥିଲା। କମ୍ପିଟିସନ୍‌ରେ ଡାନ୍‌ ଏକ କଷ୍ଟମାଇଜ୍ଡ କାର୍‌ ବ୍ୟବହାର କରିଥିଲେ। ସେଥିରେ ଅଡିଓ ଗାଇଡାନ୍ସ ସିଷ୍ଟମ ଲାଗିଥିଲା, ଯାହା ଦ୍ୱାରା ଡାନ୍‌ ଗାଡ଼ିକୁ ନିଜ ନିୟନ୍ତ୍ରଣରେ ରଖିପାରୁଥିଲେ। ଡାନ୍‌ଙ୍କ ଏହି ରେକର୍ଡ ଓ୍ବାଲ୍ଡ ରେକଡର୍‌ସକୁ ଭାଙ୍ଗିଛି।

ଡାନ୍‌ଙ୍କ ସଫଳତା ଅନେକ ଦିବ୍ୟାଙ୍ଗ ଦୃଷ୍ଟିହୀନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ସାଧାରଣ ଲୋକଙ୍କ ପରି ଦୃଷ୍ଟି ଶକ୍ତି ହରାଇଥିବା ବ୍ୟକ୍ତି ସବୁ କାମ କରିବା ପାଇଁ ସକ୍ଷମ। ୨୦୧୧ରେ ବ୍ଲାଇଣ୍ଡ ଡ୍ରାଇଭର ପ୍ରତିଯୋଗିତା ପ୍ରଥମ କରି ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହାର ନାମ ପରିବର୍ତ୍ତନ କରାଯାଇ ନ୍ୟାଶନାଲ ଫେଡେରେଶନ ଅଫ୍‌ ଦ ବ୍ଲାଇଣ୍ଡ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri